ଓଡିଶା

odisha

ETV Bharat / bharat

Google Read Along ଆପ୍‌ ବ୍ୟବହାରରେ ବିଶ୍ବ ରେକର୍ଡ କଲେ ତାମିଲନାଡୁ ଛାତ୍ରଛାତ୍ରୀ

Google Read along ବ୍ୟବହାରରେ ରେକର୍ଡ କଲେ ତାମିଲନାଡୁ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Google Read Along ଆପ୍‌ ବ୍ୟବହାରରେ ବିଶ୍ବ ରେକର୍ଡ କଲେ ତାମିଲନାଡୁ ଛାତ୍ରଛାତ୍ରୀ
Google Read Along ଆପ୍‌ ବ୍ୟବହାରରେ ବିଶ୍ବ ରେକର୍ଡ କଲେ ତାମିଲନାଡୁ ଛାତ୍ରଛାତ୍ରୀ

By

Published : Jun 15, 2022, 3:42 PM IST

ଚେନ୍ନାଇ: ତାମିଲନାଡୁ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସହଜ ଇଂରାଜୀ ଶିକ୍ଷା ପ୍ରଦାନ ପାଇଁ ଟେକ୍ନୋଲୋଜି ଜିଆଣ୍ଟ କମ୍ପାନୀ ଗୁଗୁଲ(Google) ସହ ଏକ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । ଏହି ଚୁକ୍ତିରେ ସରକାରୀ ବିଦ୍ୟାଳୟର ପିଲାମାନେ ସହଜରେ ଇଂରାଜୀ ପଢିବା, ବୁଝିବା, ଲେଖିବା ଏବଂ କହିବା ପାଇଁ 'ଗୁଗୁଲ ରିଡ୍ ଆଲଙ୍ଗ'(Google Read Along) ଆପ୍‌ର ବ୍ୟବହାର କରିବାକୁ ଯୋଜନା କରାଯାଇଛି । ଏହି ପଦକ୍ଷେପ ବିଶେଷକରି ଗ୍ରାମୀଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । କାରଣ ତାମିଲନାଡୁର ଛାତ୍ରଛାତ୍ରୀ ସବୁଠୁ ଅଧିକ 'ଗୁଗୁଲ ରିଡ୍ ଆଲଙ୍ଗ' ଆପ୍‌ ବ୍ୟବହାର କରିବାରେ ବିଶ୍ବ ରେକର୍ଡ ବନାଇଛନ୍ତି ।

ଇଲାମ ଥେଡି କାଲଭି(illam thedi kalvi) କାର୍ଯ୍ୟକ୍ରମ ଅଧିନରେ ସମଗ୍ର ବିଶ୍ବରେ ତାମିଲନାଡୁ ଛାତ୍ରଛାତ୍ରୀ ସବୁଠୁ ଅଧିକ 'Google Read Along' ଆପ୍‌ର ବ୍ୟବହାର କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ନିଯୁକ୍ତ ସ୍ପେଶାଲ ଅଫିସର କହିଛନ୍ତି, ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ପ୍ରାୟ ୧.୮୧ ଇଲାମ ଥେଡି କଲଭି କେନ୍ଦ୍ରଗୁଡିକ ୧୨ ଦିନିଆ ରିଡିଂ ମାରାଥନ ଆୟୋଜିତ କରିଥିଲେ । ଯାହାର ଉଦ୍ଦେଶ୍ୟ ଥିଲା ଗ୍ରୀଷ୍ମ ଛୁଟି ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାକୁ ଉତ୍ସାହିତ କରିବା । ଛାତ୍ରଛାତ୍ରୀ ଗୁଗୁଲ ରିଡ୍ ଆଲଙ୍ଗ ନାମକ ଆପ୍ ଦ୍ବାରା ପିଲାଙ୍କ କାହାଣୀ ପଢିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୮.୩୬ ଲକ୍ଷ ଶିକ୍ଷାର୍ଥୀ ଉତ୍ସାହ ସହକାରେ ଅଂଶଗ୍ରହଣ କରିଥିଲେ । ଯାହା ସେମାନଙ୍କ ପଢିବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହ ମାତ୍ର ୧୨ ଦିନ ମଧ୍ୟରେ ୨୬୩.୧୭ କୋଟି ଶବ୍ଦ ଠିକ୍ ଭାବେ ପଢିବାର ରେକର୍ଡ ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୋଟ ୯.୮୨ ଲକ୍ଷ ଛାତ୍ରଛାତ୍ରୀ ଶତାଧିକ କାହାଣୀ ପଢିଥିଲେ । ରିଡିଂ ମାରାଥନ ସିରିଜ କାର୍ଯ୍ୟକ୍ରମ ଗୁଗୁଲ ରିଡ୍ ଆଲଙ୍ଗ ଆପ ଜରିଆରେ ପିଲାଙ୍କ ଅଧ୍ୟୟନ କ୍ଷମତା ବୃଦ୍ଧି କରିଛି । ଏଥିରେ ପିଲାଙ୍କ ଉଚ୍ଚାରଣ ଏବଂ ପଠନ ଗତିରେ ମଧ୍ୟ ଉନ୍ନତି ଆସିଛି ।

ABOUT THE AUTHOR

...view details