ଓଡିଶା

odisha

By

Published : Sep 1, 2021, 11:54 AM IST

ETV Bharat / bharat

ସାବଧାନ ଶତୃ ! ଡେଣା ମେଲାଇ ଉଡୁଛି ଚଢେଇ ଡ୍ରୋନ

ଶତୃମାନେ ସାବଧାନ । ପ୍ରତ୍ୟେକ ଗତିବିଧିରେ ନଜର ରଖିବ ନକଲି ପକ୍ଷୀ । ଏପରି ଏକ ନିଆରା ଡ୍ରୋନ ନିର୍ମାଣ କରିଛନ୍ତି କିଛି ଇଞ୍ଜିନିଅରିଂ ଛାତ୍ର । ଅଧିକ ପଢନ୍ତୁ:

ସାବଧାନ ଶତୃ ! ଡେଣା ମେଲାଇ ଉଡୁଛି ଚଢେଇ ଡ୍ରୋନ
ସାବଧାନ ଶତୃ ! ଡେଣା ମେଲାଇ ଉଡୁଛି ଚଢେଇ ଡ୍ରୋନ

ମୁମ୍ବାଇ: ଆକାଶରେ ଉଡୁଛି ପକ୍ଷୀ ସଦୃଶ ଡ୍ରୋନ । ମହାରାଷ୍ଟ୍ର ଅହମ୍ମଦନଗରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ନିଆରା ଡ୍ରୋନ ବିକଶିତ କରିଛନ୍ତି । ଯାହାକି ପକ୍ଷୀ ପରି ଦେଖାଯିବା ସହିତ ଭଲ ଉଡିଥାଏ | ଅନ୍ୟ ପକ୍ଷୀମାନଙ୍କ ଠୁ ଫସଲକୁ ସୁରକ୍ଷା ଦେବା ପାଇଁ ଏପରି ଡ୍ରୋନ ତିଆରି କରିଛନ୍ତି ଛାତ୍ର । ସେହିପରି ଶତ୍ରୁଙ୍କ ଉପରେ ନଜର ରଖିବାକୁ ମଧ୍ୟ ଭାରତୀୟ ସେନା ଏହି ଡ୍ରୋନର ବ୍ୟବହାର କରିପାରିବ |

ସାବଧାନ ଶତୃ ! ଡେଣା ମେଲାଇ ଉଡୁଛି ଚଢେଇ ଡ୍ରୋନ

ଛାତ୍ରମାନଙ୍କ ଦ୍ବାରା ନିର୍ମିତ ଏହି ଅନନ୍ୟ ଅର୍ନିଥୋଟର ଡ୍ରୋନ ଅଢେଇ କିଲୋମିଟର ଉଚ୍ଚତା ସହିତ ଅଢେଇ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଉଡ଼ିବାରେ ସକ୍ଷମ ଅଟେ | ପ୍ଲାଷ୍ଟିକ କାଗଜ ଡେଣା ଖଞ୍ଜାଯାଇ ତିଆରି ହୋଇଥିବା ଏହି ଡ୍ରୋନର ଡେଣା, ଲାଞ୍ଜ ଏବଂ ପେଟର ଆକୃତି ହେତୁ ଏହି ଡ୍ରୋନ ଠିକ ପକ୍ଷୀ ପରି ଦେଖାଯାଏ | ଏହା ପକ୍ଷୀ ପରି ଡେଣା ସହିତ ଉଡ଼ୁଥିବାରୁ ଏହାକୁ ସହଜରେ ନୀରିକ୍ଷଣ ପାଇଁ ବ୍ୟବହାର କରାଯାଇପାରିବ | ଏହି ଡ୍ରୋନ ନିର୍ମାଣ ପାଇଁ ପ୍ରାୟ 6 ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ଛାତ୍ର ।

ଡ୍ରୋନର ଡେଣା ଗତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ଗିଅରବକ୍ସ ଏବଂ ଦୁଇଟି ଅର୍ଡିନୋ ନିୟନ୍ତ୍ରକ ବ୍ୟବହୃତ ହୋଇଛି | ଅକ୍ସିଲୋମିଟର ଏବଂ ଗାଇରୋସେନ୍ସର୍ ଗତି ସହିତ ଦିଗ ନିୟନ୍ତ୍ରଣ ମଧ୍ୟ ଏଥିରେ ରହିଛି | ଏହାକୁ ଅଟୋ ଫ୍ଲାଇଟ ମୋଡରେ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ | ଡ୍ରୋନରେ ଏକ ରିସିଭର ସହିତ ଏକ ଟ୍ରାନ୍ସମିଟର, ଉଚ୍ଚ କ୍ଷମତାସମ୍ପର୍ଣ୍ଣ କ୍ୟାମେରା ବ୍ୟବହାର କରି ଭିଡିଓ ଏବଂ ଫଟୋ ଉଠାଯାଇ ମୋବାଇଲରେ ସଂରକ୍ଷଣ କରାଯାଇପାରିବ |

ଏହି ଡ୍ରୋନର ଓଜନ ମାତ୍ର 500 ଗ୍ରାମ ଥିବାବେଳେ କମ ଓଜନ ହେତୁ ଏହା ଉଡ଼ାଣ ପାଇଁ ବହୁତ କମ ଶକ୍ତି ବ୍ୟବହାର କରେ | ଏହି ଡ୍ରୋନର ଏହା ଏକ ଗୁରୁତ୍ବପୂର୍ଣ୍ଣ ଫିଚର | ଦୁଇଟି ସରଳ ବ୍ୟାଟେରୀ ବ୍ୟବହାର ସହ ମାତ୍ର ଥରେ ଚାର୍ଜ ହୋଇଗଲେ ଦେଢ ଘଣ୍ଟା ଏହା ଆକାଶରେ ଉଡିପାରେ | ବିଶେଷ କଥା ହେଉଛି ଏହି ଡ୍ରୋନ ତଳକୁ ଓହ୍ଲାଇବା ପାଇଁ କୌଣସି ରନୱେର ଆବଶ୍ୟକ କରେ ନାହିଁ |

ଫିଲ୍ମ ‘ଉରି’ରୁ ଅନୁପ୍ରାଣିତ ହୋଇ ଛାତ୍ରମାନେ ଏହି ପକ୍ଷୀ ସଦୃଶ ଡ୍ରୋନ ନିର୍ମାଣ କରିବାକୁ ମନ ବଳାଇ ସଫଳ ବି ହୋଇଛନ୍ତି ।

ABOUT THE AUTHOR

...view details