ଓଡିଶା

odisha

ETV Bharat / bharat

ନବମ ଶ୍ରେଣୀ ଛାତ୍ରଙ୍କ କମାଲ, ସାଇକେଲକୁ ବନାଇ ଦେଲେ ଇ-ସାଇକେଲ

Normal Cycle Converted to E-Cycle: ସ୍କୁଲ ଛାତ୍ରଙ୍କ ଅଦ୍ଭୁଦ କଳାକୃତି । ସାଧାରଣ ସାଇକେଲକୁ ଇଲେକ୍‌ଟ୍ରିକ ସାଇକେଲର ରୂପ ଦେଲେ ଛାତ୍ର । ପ୍ରଦୂଷଣ ମୁକ୍ତ ହେବା ସହ ପରିବହନ ପାଇଁ ମଧ୍ୟ ବେଶ ଲାଭ ଦାୟକ । ଆଗକୁ ପଢ଼ନ୍ତୁ

ସ୍କୁଲ ଛାତ୍ରଙ୍କ ବୈଜ୍ଞାନୀକ ମନବୃତୀ
ସ୍କୁଲ ଛାତ୍ରଙ୍କ ବୈଜ୍ଞାନୀକ ମନବୃତୀ

By ETV Bharat Odisha Team

Published : Dec 10, 2023, 5:35 PM IST

ସ୍କୁଲ ଛାତ୍ରଙ୍କ ବୈଜ୍ଞାନୀକ ମନବୃତୀ

ଗାନ୍ଧୀନଗର: ସ୍କୁଲ ଛାତ୍ରଙ୍କ ଅଦ୍‌ଭୁତ କଳାକୃତି । ସାଧାରଣ ସାଇକେଲକୁ ଇଲେକ୍‌ଟ୍ରିକ ସାଇକେଲର ରୂପ ଦେଲେ ଛାତ୍ର । ପ୍ରଦୂଷଣ ମୁକ୍ତ ହେବା ସହ ପରିବହନ ପାଇଁ ମଧ୍ୟ ବେଶ ଲାଭଦାୟକ । ନିଜ ଜ୍ଞାନକୌଶଳ ବଳରେ ଏହି ଅତ୍ୟାଧୁନିକ ସାଇକେଲକୁ ନିର୍ମାଣ କରି ବେଶ ଚର୍ଚ୍ଚାକୁ ଆସିଛନ୍ତି ଗୁଜୁରାଟର ଛାତ୍ର ।

ଗୁଜୁରାଟ ଧୋରାଜୀ ସହରର ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଛାତ୍ର ହଂସ ଚାୱଡିୟା ଏପରି କମାଲ କରିଛନ୍ତି । ସାଇକେଲରେ କିଛି ସାଧାରଣ ଉପକରଣ ବ୍ୟବହାର କରି ତିଆରି ହୋଇଛି ଏହି ସାଇକେଲ । ତେବେ ଏହି ସାଇକେଲ ବହୁତ ଉପକାରୀ ହେବା ସହ ସ୍ବଳ୍ପ ବ୍ୟୟରେ ପ୍ରସ୍ତୁତ କରାଯାଇଛି । ତେବେ ସାଇକେଲର ନିର୍ମାତା ହଂସ ଚାୱଡିୟା କହିଛନ୍ତି ଯେ, ‘‘ଏହି ସାଇକେଲ 15ରୁ 17 ହଜାର ବ୍ୟୟରେ ତିଆରି କରାଯାଇଛି । ମାତ୍ର 3 ଘଣ୍ଟା ଚାର୍ଜିଂରେ ସାଇକେଲଟି 30ରୁ 40 କିଲୋମିଟର ଯାଇପାରିବ । ସାଇକେଲଟିକୁ ଆହୁରି ଅଧିକ ଉପଯୋଗୀ କରିବା ପାଇଁ ପ୍ରୟାସ କରିବି ।’’

ଏହା ମଧ୍ୟ ପଢ଼ନ୍ତୁ.....ୱାଣ୍ଡର ଇ-ବାଇକ, 8 ଟଙ୍କାରେ ଗଡିବ 30 କିମି

ବର୍ତ୍ତମାନ ସମୟର ଯୁବପିଢ଼ି ମୋବାଇଲ ଫୋନ ତଥା ସୋସିଆଲ ମିଡିଆରେ ସମୟ ବରବାଦ କରୁଛନ୍ତି । କିନ୍ତୁ ନବମ ଶ୍ରେଣୀ ଛାତ୍ର ପାଠ ପଢିବା ସହ କିଛି ନୂଆ କରିବାକୁ ଚିନ୍ତା କରିଥିଲେ । ନିଜର ବୁଦ୍ଧି ଜ୍ଞାନ କୌଶଳ ଲଗାଇ ସାଧାରଣ ସାଇକେଲକୁ ଇ-ସାଇକେଲରେ ପରିଣତ କରିଛନ୍ତି । ଯାହାକୁ ନେଇ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ଏନେଇ ସ୍କୁଲର ପ୍ରିନ୍ସିପାଲ ପରେଶ ରାୱେଲ କହିଛନ୍ତି, ‘‘ବର୍ତ୍ତମାନ ସମୟରେ ଛାତ୍ର ତଥା ଯୁବପିଢ଼ି ମୋବାଇଲ ଫୋନ ପାଇଁ ଅଧିକ ସମୟ ଦେଉଛନ୍ତି । 9ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ହଂସ ଚାୱଡିୟା ନିଜ ବୁଦ୍ଧି ଓ ଜ୍ଞାନବଳରେ ସମୟର ସଠିକ ଉପଯୋଗ କରିଛନ୍ତି । ସେ ପ୍ରସ୍ତୁତ କରିଥିବା ଇଲେକ୍‌ଟ୍ରିକ ସାଇକେଲ ଲୋକଙ୍କୁ ଆର୍କଷଣ କରୁଥିବା ବେଳେ ବିଦ୍ୟାଳୟ ପାଇଁ ଗର୍ବ ଆଣିଛି । ତେବେ ସେ ଆଗକୁ କମ ବଜେଟରେ ସାଇକେଲକୁ ପ୍ରସ୍ତୁତ କରିବାକୁ ଚାହୁଁଥିବା ବେଳେ ସ୍କୁଲ ପକ୍ଷରୁ ଯାହାବି ସହଯୋଗ ଦରକାର ତାଙ୍କୁ ଦିଆଯିବ । ବିଦ୍ୟାଳୟରେ 2200 ଛାତ୍ର ପଢ଼ୁଥିବା ବେଳେ ସମସ୍ତ ଛାତ୍ରଙ୍କୁ ତାଙ୍କ ରୁଚି ଥିବା ଦିଗରେ ଆଗକୁ ବଢ଼ିବା ପାଇଁ ପ୍ରେରିତ ଓ ସହଯୋଗ କରାଯିବା ସହ ଅନ୍ୟାନ ଦିଗ ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details