ଓଡିଶା

odisha

ETV Bharat / bharat

Hijab Row: ଚନ୍ଦନ ଟୋପା ଲଗାଇଥିବାରୁ କଲେଜକୁ ପ୍ରବେଶ ପାଇଁ ମିଳିଳାନି ଅନୁମତି - କର୍ଣ୍ଣାଟକରେ ହିଜାବ ଝଡ଼

ଛାତ୍ର ମୁଣ୍ଡରେ ଚନ୍ଦନ ଟୋପା ଥିବାରୁ ଶ୍ରେଣୀଗୃହକୁ ପ୍ରବେଶ କରାଇଲେ ନାହିଁ କଲେଜ କର୍ତ୍ତୃପକ୍ଷ। ଗତ ଶୁକ୍ରବାର ଦିନ ସହରର ଏକ କଲେଜରେ ଜଣେ ଛାତ୍ର ଚନ୍ଦନ ଲଗାଇଥିବାରୁ ତାଙ୍କୁ କଲେଜ ଭିତରକୁ ପ୍ରବେଶ ଅନୁମତି ମିଳି ନଥିଲା। ଅଧିକ ପଢ଼ନ୍ତୁ

student denied entry in college for applying vermilion on forehead  in karnataka
Hijab Row: ଚନ୍ଦନ ଟୋପା ଲଗାଇଥିବାରୁ କଲେଜକୁ ପ୍ରବେଶ ପାଇଁ ମିଳିଳାନି ଅନୁମତି

By

Published : Feb 19, 2022, 10:03 PM IST

ବେଙ୍ଗାଲୁରୁ: ଛାତ୍ର ମୁଣ୍ଡରେ ଚନ୍ଦନ ଟୋପା ଥିବାରୁ ଶ୍ରେଣୀ ଗୃହକୁ ପ୍ରବେଶ କରାଇଲେ ନାହିଁ କଲେଜ କର୍ତ୍ତୃପକ୍ଷ। ଗତ ଶୁକ୍ରବାର ଦିନ ଇଣ୍ଡି ସହରର ଏକ କଲେଜରେ ଜଣେ ଛାତ୍ର ଚନ୍ଦନ ଲଗାଇଥିବାରୁ ତାଙ୍କୁ କଲେଜ ଭିତରକୁ ପ୍ରବେଶ ଅନୁମତି ମିଳି ନଥିଲା। ଏହାକୁ ଲିଭାଇ କଲେଜ ଭିତରକୁ ପ୍ରବେଶ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା କୁହାଯାଇଥିଲା।

ଉକ୍ତ ଛାତ୍ରଙ୍କୁ କୁହାଯାଇଥିଲା ଯେ କପାଳରେ ଲଗାଯାଇଥିବା ପାରମ୍ପରିକ ସିନ୍ଦୁର ମଧ୍ୟ ହିଜାବ ଏବଂ ସାଫ୍ରନ ସ୍କାର୍ଫ ସହିତ ସମସ୍ୟା ସୃଷ୍ଟି କରୁଛି । ଏହି ଘଟଣାକୁ ନେଇ ଉଭୟ କଲେଜ କର୍ତ୍ତୃପକ୍ଷ ଓ ଏବଂ ଛାତ୍ରଙ୍କ ମଧ୍ୟରେ ଅନେକ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ରାଜ୍ୟରେ ଦିନକୁ ଦିନ ଘନେଇବାରେ ଲାଗିଛି ହିଜାବ ବିବାଦ । ଏହି ମାମଲା ଏବେ କର୍ଣ୍ଣାଟକ ହାଇକୋର୍ଟରେ ବିଚାରଧୀନ ଥିବାବେଳେ ଏନେଇ କୌଣସି ଚୂଡାନ୍ତ ରାୟ ପ୍ରକାଶ କରିନାହାନ୍ତି କୋର୍ଟ ।

ତେବେ କର୍ଣ୍ଣାଟକ ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଜାବ ଏବଂ ସାଫ୍ରନ ସ୍କାର୍ଫ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ନିର୍ଦ୍ଦେଶରେ କପାଳରେ ଚନ୍ଦନ ମାରିବା ବାରଣ କରାଯାଇନାହିଁ। ତେବେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କିଛି ମୁସଲିମ ଛାତ୍ରୀ ନିଜ ଯୁକ୍ତିରେ କହିଥିଲେ ଯେ, ଯେଉଁଭଳି କପାଳରେ ଚନ୍ଦନ ଲଗାଇବା, ହାତରେ ବଳା ପିନ୍ଧିବା, ବେକରେ ରୁଦ୍ରାକ୍ଷ ଲଗାଇବା ଏବଂ ଶିଖମାନେ ପଗଡ଼ି ପିନ୍ଧିବା ଏକ ଧାର୍ମିକ ଅଂଶ ଅଟେ। ସେହିଭଳି ହିଜାବ ମଧ୍ୟ ଏକ ଧାର୍ମିକ ପରମ୍ପରା ଅଟେ।

ABOUT THE AUTHOR

...view details