ଓଡିଶା

odisha

ETV Bharat / bharat

ଗର୍ଲଫ୍ରେଣ୍ଡକୁ ପ୍ରେମ କଲା ସାଙ୍ଗ, ହତ୍ୟା କରି ହାର୍ଟ କାଢି ଆଣିଲା ପ୍ରେମିକ

ତ୍ରିକୋଣୀୟ ପ୍ରେମର କରୁଣ ପରିସ୍ଥିତି । ଗର୍ଲଫ୍ରେଣ୍ଡକୁ ବନ୍ଧୁ ପ୍ରେମ କରିବା ପରେ କ୍ରୋଧରେ ଜର୍ଜରିତ ପ୍ରେମିକ ରଚିଲା ବର୍ବରକାଣ୍ଡ । ବନ୍ଧୁକୁ ହତ୍ୟା କରି କାଢି ଆଣିଲା ହାର୍ଟ । ଅଧିକ ପଢନ୍ତୁ

Revenge for loving his GF
Revenge for loving his GF

By

Published : Feb 26, 2023, 10:10 PM IST

ହାଇଦ୍ରାବାଦ:ପ୍ରେମ ପାଇଁ ନୃଶଂସତାର ଚରମ ସୀମାରେ ପହଞ୍ଚିଲା ପ୍ରେମିକ । ପ୍ରେମର ଅନ୍ଧ ହୋଇ ସାଜିଲା ହତ୍ୟାକାରୀ । ଅସହିଷ୍ଣୁତାର ବଶବର୍ତ୍ତୀ ହୋଇ ନିଜ ବନ୍ଧୁକୁ କରିଛି ହତ୍ୟା । ପ୍ରେମିକା ସହିତ ବନ୍ଧୁ କଥାବାର୍ତ୍ତା ହେଉଥିବାରୁ ନିଜ ସମ୍ପର୍କକୁ ଅସୁରକ୍ଷିତ ମନେ କରି ଶେଷରେ ବନ୍ଧୁକୁ ହତ୍ୟା କରିଛି ଯୁବକ । ହତ୍ୟା ପରେ ମୁଣ୍ଡ ଗଣ୍ଡି ଅଲଗା କରିବା ସହ ବନ୍ଧୁର ହାର୍ଟକୁ ବାହାର କରିଛି । ଏଭଳି ବର୍ବରକାଣ୍ଡ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ନିକଟ ଅବଦୁଲ୍ଲାପୁରମେଟରେ ଘଟିଛି ।

ମୃତ ଯୁବକଙ୍କ ନାମ ହେଉଛି ନେନାୱତ ନବୀନ (୨୦), ଯିଏକି ନଗରକୁର୍ଣ୍ଣୁଲ ଜିଲ୍ଲା ଚାରୁକୋଣ୍ଡା ଅଞ୍ଚଳର । ସେ ନାଲଗୋଣ୍ଡା ମହାତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟର ବିଟେକ ଫାଇନାଲ ବର୍ଷର ଛାତ୍ର ଥିଲେ । ସେ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ହିଁ ରହୁଥିଲେ । ହତ୍ୟାକାରୀ ତଥା ନବୀନଙ୍କ ବନ୍ଧୁ ପେରାଲା ହରିହରକ୍ରିଷ୍ଣା ୱାରାଙ୍ଗଲ ଜିଲ୍ଲାର କରିମାବାଦ ଅଞ୍ଚଳର । ସେ ପିରଜାଦିଗୁଡା ଅରୋରା କଲେଜରେ ବିଟେକ ପଢୁଥିଲେ । ଦିଲସୁଖନଗର ସ୍ଥିତ Ideal କଲେଜରେ ଉଭୟ ପୂର୍ବରୁ ପାଠ ପଢୁଥିବା ବେଳେ ପରସ୍ପରର ଘନିଷ୍ଠ ବନ୍ଧୁ ଥିଲେ ।

ମିଳିଥିବା ସୂଚନା ଅନୁସାରେ ନବୀନ ପ୍ରଥମେ ଜଣେ ଜୁନିଅର ଛାତ୍ରୀଙ୍କ ପ୍ରେମରେ ପଡିଥିଲେ । ଏ ସମ୍ପର୍କରେ ହରିହରକ୍ରୀଷ୍ଣା ମଧ୍ୟ ଜାଣିଥିଲେ । ଗତ ୨ ବର୍ଷ ପୂର୍ବରୁ ନବୀନ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସେ ପରସ୍ପରଠୁ ଦୂରେଇ ଯାଇ ବ୍ରେକଅପ କରିଥିଲେ । ଏହାପରେ ହରିହର ଉକ୍ତ ଯୁବତୀଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ । ଏହାପରେ ଉକ୍ତ ଯୁବତୀ ଓ ହରିହରଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମାତ୍ର ଏବେ ଯେତେବେଳେ ପ୍ରେମିକା ପୂର୍ବ ପ୍ରେମିକ ନବୀନଙ୍କ ସହିତ କଥାବାର୍ତ୍ତା ସମ୍ପର୍କରେ ହରିହର ଜାଣିଲେ ସେ କ୍ରୋଧାନ୍ବିତ ହୋଇପଡ଼ିଥିଲେ ।

ଏହା ବି ପଢନ୍ତୁ-Body cut into 16 pieces: ପ୍ଲମ୍ବରଙ୍କୁ ହତ୍ୟା ପରେ ୧୬ ଖଣ୍ଡ କରି ପୋଡିଦେଲେ ବାପପୁଅ

ଏହାପରେ ସେ ନିଜ ପ୍ରେମ ସମ୍ପର୍କକୁ ଅସୁରକ୍ଷିତ ମନେ କରିଥିଲେ । ଏଥିଲାଗି ସେ ନବୀନକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଗତ ୨ମାସ ପୂର୍ବରୁ ହତ୍ୟାକାରୀ ହରିହର ଏକ ଛୁରୀ କିଣିଥିଲା । ହତ୍ୟା କରିବା ଲାଗି ସେ ସଠିକ ସମୟକୁ ଅପେକ୍ଷା କରିଥିଲା । ଗତ ୧୭ ତାରିଖରେ ବନ୍ଧୁ ମିଳନ ବାହାନା କରି ନବୀନକୁ ଡାକିଥିଲା । ଏହାପରେ ନବୀନ LB ନଗର ନିକଟରେ ହରିହରକୁ ଭେଟିଥିଲା । ସନ୍ଧ୍ୟା ହେବା ପରେ ହଷ୍ଟେଲ ଯିବା ଲାଗି ନବୀନ ହରିହରକୁ କହିଥିଲା । ମାତ୍ର ହରିହର ମନା କରି ନବୀନକୁ ମଦ ପିଆଇଥିଲା । ଉଭୟ ମଦ ପିଇବା ପରେ ଉକ୍ତ ଯୁବତୀଙ୍କୁ ନେଇ ପାଟିତୁଣ୍ଡ କରିଥିଲେ ।

ତେବେ ଏଥିରେ ଉତକ୍ଷିପ୍ତ ହୋଇ ନବୀନକୁ ଛୁରୀରେ ଆକ୍ରମଣ କରିଥିଲା ହରିହର । ନିଶାସକ୍ତ ଅବସ୍ଥାରେ ହିଁ ନବୀନର ମୃତ୍ୟୁ ଘଟିଛି । ଯେତେବେଳେ ନବୀନ ମୃତ ବୋଲି ହରିହର ଜାଣିଥିଲା, ଏହାପରେ ତା ଶରୀରକୁ ଅଲଗା କରି ହାର୍ଟକୁ କାଢି ଆଣିଥିଲା । ଏହାସହିତ ତାର ହାତକୁ ମଧ୍ୟ କାଟି ଦେଇଥିଲା । ଯେତେବେଳେ ନବୀନ ହଷ୍ଟେଲ ଫେରିନଥିଲା, ଏହାପରେ ତାର ବନ୍ଧୁ ରାତି ପ୍ରାୟ ୮.୨୦ରେ ତାକୁ ମୋବାଇଲ ଯୋଗେ ଯୋଗାଯୋଗ କରିଥିଲେ । ମାତ୍ର କୌଣସି ଉତ୍ତର ମିଳିନଥିଲା । ଏହାପରେ ସେମାନେ ଉକ୍ତ ଯୁବତୀଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ । ମାତ୍ର ସେ ନବୀନ କେଉଁଠି ଜାଣିନଥିବା କହିଥିଲା । ଶେଷରେ ସେମାନେ ହରିହରକୁ କଲ୍‌ କରିଥିଲେ । ଶୁକ୍ରବାର ରାତିରେ ଅବଦୁଲ୍ଲାପୁରମେଟ ନିକଟରେ ସେ ନବୀନ ଛାଡିଥିବା କହିଥିଲା ।

ନବୀନ ଅନେକ ଦିନ ଧରି ନ ଫେରିବା ପରେ ଗତ ୨୧ ତାରିଖରେ ଅବଦୁଲ୍ଲାପୁରମେଟ ପୋଲିସ ଷ୍ଟେସନରେ ନବୀନଙ୍କ ପିତାମାତା ନିଖୋଜ ଅଭିଯୋଗ ଆଣିଥିଲେ । ତେବେ ପୋଲିସ ତଦନ୍ତ ପରେ ଏହି ଘଟଣା ସାମନାକୁ ଆସିଛି । ଏହାପରେ ପୋଲିସ ନବୀନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିବା ସହିତ ହରିହରକୁ ଅଟକ ରଖିଛି । ହତ୍ୟା କରିବା ପରେ ହରିହର ନିଜ ମୋବାଇଲରୁ ନବୀନର ଫଟୋ କିଛି ବନ୍ଧୁଙ୍କ ନିକଟକୁ ମଧ୍ୟ ପଠାଇଥିବା ପୋଲିସ ସନ୍ଦେହ କରୁଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details