ବେଙ୍ଗାଲୁରୁ: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ମଣିଷ ଯେତେବେଳେ ଜୀବନ-ମରଣ ସହ ଲଢୁଥାଏ । ଭଗବାନ ସାଜି ଜୀବନ ରକ୍ଷା କରନ୍ତି ଡାକ୍ତର । ରୋଗୀ ସେବା ହିଁ ମାଧବ ସେବା । ଯାହାକୁ ଜୀବନର ବ୍ରତ କରନ୍ତି ଡାକ୍ତର । ଆମେ ଆପଣଙ୍କୁ ଏମିତି ଜଣେ ଡାକ୍ତରଙ୍କ କଥା କହିବୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ପ୍ରଶଂସା ନ କରି ରହିପାରିବେନି । ହଁ ଆଜ୍ଞା ନିଜ କର୍ତ୍ତବ୍ୟ ପାଇଁ ବେଙ୍ଗାଲୁରୁର ଜଣେ ଡାକ୍ତର ଏମିତି କିଛି କାମ କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରୋଗୀର ଜୀବନ ବଞ୍ଚାଇବାକୁ କାର ଛାଡି ରାସ୍ତାର ୩ କିଲୋମିଟର ଦୌଡିଛନ୍ତି ସର୍ଜନ ଡାକ୍ତର । ଟ୍ରାଫିକ ଜାମ ଯୋଗୁଁ ବିଳମ୍ବ ହେବାରୁ ରୋଗୀଙ୍କ ଅସ୍ତ୍ରୋପଚାର କରିବା ପାଇଁ ଗାଡି ଛାଡି ଦୌଡିଲେ ଡାକ୍ତର । ଗତ ଅଗଷ୍ଟ ୩୦ ତାରିଖ ଦିନ ବେଙ୍ଗାଲୁରୁରେ ଏହି ଘଟଣା ଘଟିଥିବା ବେଳେ ଡାକ୍ତର ଜଣଙ୍କ ହେଉଛନ୍ତି ଗୋବିନ୍ଦ ନନ୍ଦକୁମାର (Dr. Govind Nandakumar)।
ଡାକ୍ତର ହେବ ତ ଏମିତି, ରୋଗୀ ଜୀବନ ବଞ୍ଚାଇବାକୁ କାର ଛାଡି ୩ କିଲୋମିଟର ଦୌଡିଲେ ଡାକ୍ତର ଏହା ମଧ୍ୟ ପଢନ୍ତୁ-Sonali Phogat Death Mystery: ରହସ୍ୟ ଖୋଜିବ ସିବିଆଇ
ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୩୦ ତାରିଖ ବୁଧବାର ଦିନ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସର୍ଜନ ଡାକ୍ତର ଗୋବିନ୍ଦ ନନ୍ଦକୁମାର ସରଜାପୁରର ମଣିପାଲ ହସ୍ପିଟାଲକୁ ଯାଉଥିଲେ । ତେବେ ହସ୍ପିଟାଲ ପହଞ୍ଚିବାକୁ ଆଉ ମାତ୍ର ଅଳ୍ପ ସମୟ ଥିବା ବେଳେ ରାସ୍ତାରେ ଟ୍ରାଫିକ ଜାମ ହେବାରୁ ସେ ବ୍ୟସ୍ତ ହୋଇଯାଇଥିଲେ । ଏହାପରେ ସେ କାରରୁ ବାହାରି ଦୌଡିବାକୁ ଚିନ୍ତା କରିଥିଲେ । ଶେଷରେ ହାତରେ ଅପରେସନ ପାଇଁ ଆଉ ମାତ୍ର କେଇ ମିନିଟ ଥିବାରୁ ସେ ଟ୍ରାଫିକରେ କାର ଛାଡି ହସ୍ପିଟାଲ ଅଭିମୁଖେ ଦୌଡିବା ଆରମ୍ଭ କରିଥିଲେ ।
ବୁଧବାର ସକାଳ ୧୦ଟା ସମୟରେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସେ ହସ୍ପିଟାଲ ଡ୍ରାଇଭରକୁ କହିଥିଲେ । ତେଣୁ ବିଳମ୍ବ ନହେବା ପାଇଁ ସେ କାର ଛାଡି ଦୌଡିଥିଲେ ଏବଂ ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ସଫଳତାର ସହ ରୋଗୀଙ୍କ ଲାପାରୋସ୍କୋପିକ୍ ଗାଲ୍ ବ୍ଲାଡର ସର୍ଜରୀ (laparoscopic gallbladder surgery) କରିଥିଲେ । ଏନେଇ ଡାକ୍ତର ଗୋବିନ୍ଦା ନନ୍ଦକୁମାର କହିଛନ୍ତି ଯେ, "ଅଗଷ୍ଟ 30 ରେ ମୁଁ ଟ୍ରାଫିକ ଜାମରେ ଅଟକି ଯାଇଥିଲି । ଅସ୍ତ୍ରୋପଚାର ବିଳମ୍ବ ହେବ ବୋଲି ମୁଁ ଚିନ୍ତିତ ଥିଲି । ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ମୁଁ ଗୁଗୁଲ ସାହାଯ୍ୟରେ ଡାକ୍ତରଖାନା ଯିବାକୁ ସ୍ଥିର କଲି । ଏହା ପରେ କାରରୁ ଓହ୍ଲାଇ ସରଜପୁର-ମରାଠାହଲ୍ଲୀ ମାର୍ଗରେ ଦୈଡିବା ଆରମ୍ଭ କଲି । ଏହା ମୋ ପାଇଁ ସହଜ ଥିଲା କାରଣ ମୁଁ ପ୍ରତ୍ୟେକ ଦିନ ଜିମ ଯାଏ, ଦୌଡିବା ପରେ ମୁଁ ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ଅପରେସନ କରିଥିଲି ।’’