ହାଇଦ୍ରାବାଦ: ପୁଣିରାଜଧାନୀ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 5.8 ମାଗ୍ନିଚ୍ୟୁଡ ରେକର୍ଡ କରିଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) । ଆଜି ଅପରାହ୍ନ ପ୍ରାୟ 2.30ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ନିକଟରେ ଦିଲ୍ଲୀରେ ହୋଇଥିବା ଏକାଧିକ ଭୂକମ୍ପ ଠାରୁ ଏହାର ମାତ୍ରା ସାମାନ୍ୟ ଅଧିକ ଥିଲେ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନି ।
ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ, ତୀବ୍ରତା 5.8 - ଦିଲ୍ଲୀରେ ଭୁକମ୍ପ ଅନୁଭୂତ
ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ ଓ ଏମସିଆର । 5.8 ତୀବ୍ରତା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା । ନାହିଁ କୌଣସି କ୍ଷୟକ୍ଷତିର ସୂଚନା । ଅଧିକ ପଢନ୍ତୁ
ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 2.28 ରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି । ଏହି ଭୂକମ୍ପର ଉତ୍ପତିସ୍ଥଳ ପଶ୍ଚିମ ନେପାଳରେ ରହିଛି । ଭୁପୃଷ୍ଠର ପ୍ରାୟ 10 କିଲୋମିଟର ତଳେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ସଂସ୍ଥା କହିଛି । ଦିଲ୍ଲୀ କିମ୍ବା ଆଖପାଖ କୌଣସି ସ୍ଥାନରୁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳନି । ନିକଟରେ ମଧ୍ୟ ଦିଲ୍ଲୀରେ କ୍ରମାଗତ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । କୌଣସି କ୍ଷୟକ୍ଷତି ହୋଇନଥିଲା । ତେବେ ଭୌଗଳିକ ପରିବର୍ତ୍ତନ ଫଳରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବିଭିନ୍ନ ସମୟରେ ଭୂକମ୍ପ ଅନୁଭୂତ ହେବାରେ ଲାଗିଛ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ