ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ କୁକୁର କାମୁଡା ଘଟଣା ଧୀରେଧୀରେ ବଢିବାରେ ଲାଗିଛି (Attack of Stray dog in Rajasthan)। ରବିବାର ମଧ୍ୟ ଏପରି ଆଉ ଏକ ଘଟଣା ସାମନାକୁ ଆସିଛି । ଶାହପୁରାର ଖୋରାଲାଡଖାନିରେ ଜଣେ ୫ବର୍ଷର ଝିଅକୁ ବୁଲା କୁକୁର ଶରୀରର ଅନେକ ସ୍ଥାନରେ ଆକ୍ରମଣ କରିଛି (Stray dog injured girl in Jaipur) । ଏହି ଆକ୍ରମଣରେ ଝିଅଟିର ଫୁସଫୁସରେ ଆଘାତ ଲାଗିଥିବା ବେଳେ ହସ୍ପିଟାଲରେ ତାର ଚିକିତ୍ସା ଜାରି ରହିଛି ।
ଏହି ଘଟଣା ସମ୍ପର୍କରେ ଜେକେ ଲୋନ ହସ୍ପିଟାଲର ଅତିରିକ୍ତ ଅଧୀକ୍ଷକ ଡକ୍ଟର ମନୀଷ ଶର୍ମା କହିଛନ୍ତି,"ଏହି ଘଟଣା ଏସଏମଏସ ହସ୍ପିଟାଲରୁ ରେଫର ହୋଇ ଏଠାକୁ ଆସିଛି । କୁନିଝିଅଟିର ଛାତିରେ କୁକୁର କାମୁଡ଼ାର ଅନେକ ଦାଗ ରହିଛି । ଏଥିରେ କିଛି ଦାଗ ଗମ୍ଭୀର ମଧ୍ୟ ରହିଛି । ଫଳରେ ଝିଅଟିକୁ ନ୍ୟୁମୋଥୋରେକ୍ସ ନାମରେ ଏକ ରୋଗ ହୋଇଯାଇଛି । ଯାହାଦ୍ବାରା ଫୁସଫୁସ ଉପରେ ଥିବା ଏକ ଆସ୍ତରଣରେ ଶ୍ବାସକ୍ରିୟାରେ ଯାଉଥିବା ପବନ ଭରିଯାଏ । ଯାହା ଦ୍ବାରା ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ ।