ହାଇଦ୍ରାବାଦ: ଚକ୍ଷୁ ମଣିଷ ଶରୀରର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଦୃଷ୍ଟିହୀନ ବ୍ୟକ୍ତି ଦୁନିଆ ଦେଖିପାରେ ନାହିଁ କି ଜାଣିପାରେ ନାହିଁ । ଆଉ ମଣିଷର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ମଧ୍ୟ । ସାଧାରଣତଃ, ଚକ୍ଷୁର ଆଖପାଖରେ କିଛି କ୍ଷତି ପହଞ୍ଚିବା ପୂର୍ବରୁ ଆମେ ଚକ୍ଷୁ ବନ୍ଦ କରିଦେଇଥାଉ । ଆଉ ଶରୀର ମଧ୍ୟରେ ଥିବା ସ୍ନାୟୁ କୋଶ ଦ୍ବାରା ଏସବୁ ସମ୍ଭବ ହୋଇଥାଏ । ଯଦି କ୍ବଚିତ୍ ଆଖିରେ ଧୂଳିକଣା ବା କୌଣସି ପଦାର୍ଥ ପଡିଯାଏ ତେବେ ପ୍ରବଳ କଷ୍ଟ ଅନୁଭୂତ ହେବା ସହ ଆଖିରୁ ଆପେ ଆପେ ଲୁହ ବାହାରି ଆସେ । ଏପରିକି ଆମେ ଆଖଇ ଖୋଲି ଚାହିଁବା ପାଇଁ ମଧ୍ୟ ସକ୍ଷମ ହୋଇପାରୁନା । ଶେଷରେ ଆଖିରେ ପଡ଼ିଥିବା ପଦାର୍ଥକୁ କାଢିବାରେ ପ୍ରଚେଷ୍ଟା କରୁ ଏବଂ ତାହା ଆଖି ଭିତରୁ ବାହାରିବା ପରେ ହିଁ ଆରାମ ଅନୁଭୂତ ହୁଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲଗାତର ୩ ମାସ ଧରି ଗୋଟିଏ ଛୋଟ ପିଲା ଆଖି ଭିତରୁ ଅନେକ ପଦାର୍ଥ ବାହାରିବାରେ ଲାଗିଛି । ପିମ୍ପୁଡ଼ି, କେଶ, ନଖ, ତୁଳା, କାଗଜ ଟୁକୁଡ଼ା ଏବଂ ଧାନ ଇତ୍ୟାଦି ଆଖି ଭିତରୁ ବାହାରୁଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏଭଳି ଆଶ୍ଚର୍ଯ୍ୟଜନକ ଖବର ଆସିଛି ତେଲେଙ୍ଗାନା ସ୍ଥିତ ମେହବୁବାବାଦ ରାଜ୍ୟରୁ ।
ତେଲେଙ୍ଗାନାରେ ବିରଳ ଘଟଣା, କୁନି ଝିଅ ଆଖିରୁ ବାହାରୁଛି ଅଜବ ସାମଗ୍ରୀ - eye diagnosis
ଆଖିରୁ ବାହାରୁଛି ପିମ୍ପୁଡ଼ି, କେଶ, ନଖ, ତୁଳା, କାଗଜ ଟୁକୁଡ଼ା ଭଳି ସାମଗ୍ରୀ । ଡାଇଗ୍ନୋସିସ କରିବାରେ ଫେଲ୍ ମାରିଲେ ଡାକ୍ତର । ଅଧିକ ପଢନ୍ତୁ
ସୂଚନା ଅନୁସାରେ, ଦଶ୍ରୁ ଏବଂ ସୁଗୁଣା ନାମକ ଦୁହେଁ ପତି ପତ୍ନୀ ୨ ଝିଅଙ୍କ ସହ କୁରଭିମଣ୍ଡଳ ସ୍ଥିତ ରାଜୋଲା ଗାଁରେ ବାସ କରନ୍ତି । ଦୁହେଁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାରୁ ପିଲାମାନଙ୍କ ଲାଳନ ପାଳନରେ ବାଧା ଉପୁଜିଥାଏ । ଯେଉଁଥିପାଇଁ ପିଲାମାନଙ୍କ ମଧ୍ୟରୁ ଜଣକୁ ସେମାନେ ଲାଳନ ପାଳନ ନିମନ୍ତେ ତା ମାମୁଁ ଘରକୁ ପଠାଇବାକୁ ସ୍ଥିର କରିଥିଲେ । ତେଣୁ ଝିଅ ସୁଜନ୍ୟା ବାଇ ପେଡ୍ଡକିସ୍ତାପୁରମରେ ଥିବା ମାମୁଁ ଘରେ ରହି ପଢାପଢି କରୁଥିଲା । ଖବର ଅନୁସାରେ ଗତ ୩ ମାସ ପୂର୍ବେ ଝିଅଟିର ଆଖିରେ ପ୍ରବଳ କଷ୍ଟ ଅନୁଭୂତ ହୋଇଥିଲା । ଆଉ ଝିଅର କଷ୍ଟ ଦେଖି ଚିନ୍ତିତ ହୋଇପଡ଼ିଥିଲେ ପରିବାରଲୋକେ । ପରେ ଝିଅର ଆଖି ଭିତରୁ ଅନେକ ଆବର୍ଜନା ବାହାରିବାରେ ଲାଗିଲା । କେଶ, ନଖ, ତୁଳା, କାଗଜ ଟୁକୁଡ଼ା ସହ ପିମ୍ପୁଡ଼ି ଭଳି ଜୀବ ମଧ୍ୟ ବାହାରିଥିଲା । ସୁଜନ୍ୟାକୁ ନେଇ ନିକଟସ୍ଥ ମେଡିକାଲକୁ ଯାଇଥିଲେ ପରିବାରଲୋକେ । ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବିଶେଷ କିଛି ଅସୁବିଧା ନଥିବା କହିଥିଲେ ଡାକ୍ତର ।
ହେଲେ ଝିଅ ସୁସ୍ଥ ନହେବାରୁ ପରବର୍ତ୍ତୀ ସମୟରେ ପୁନଃର୍ବାର ଚକ୍ଷୁ ପରୀକ୍ଷା ନିମନ୍ତେ ଖମ୍ମନ ସ୍ଥିତ ଏକ ହସ୍ପିଟାଲକୁ ନେଇଛନ୍ତି ପରିବାରଲୋକେ । ସୁଜନ୍ୟାର ଚକ୍ଷୁ ମଧ୍ୟରୁ ଏପରି ସାମଗ୍ରୀ ବାହାରୁଥିବା ଦେଖି ହସ୍ପିଟାଲରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିବାବେଳେ ପ୍ରକୃତରେ ଏହା ପଛର କାରଣ କ'ଣ ହୋଇଥାଇପାରେ ତାହା ଆକଳନ କରିପାରିନାହାଁନ୍ତି ଡାକ୍ତର । ଅପରପକ୍ଷେ ଝିଅକୁ ଖୁବ ଶୀଘ୍ର ଚିକିତ୍ସା କରି ସୁସ୍ଥ କରିଦେବାକୁ ନିବେଦନ କରିଛନ୍ତି ସୁଜନ୍ୟାଙ୍କ ବାପା ମାଆ । ସେପଟେ ଏହି ଆଶ୍ଚର୍ଯ୍ୟଜନ ଖବର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।