ଓଡିଶା

odisha

ETV Bharat / bharat

ମାଳଦ୍ବୀପକୁ ସୁଟିଂ କରିବାକୁ ଯାଆନ୍ତୁନି, ସର୍ବଭାରତୀୟ ସିନେ କର୍ମଚାରୀ ସଂଘର ଅପିଲ୍ - AICWA

AICWA urges to Boycott Maldives: ଭାରତ ମାଳଦ୍ୱୀପ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଏହା ମଧ୍ୟରେ ମାଳଦ୍ୱୀପକୁ ବର୍ଜନ କରିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପିଲ କରିଛି AICWA । ଅଧିକ ପଢନ୍ତୁ

ମାଳଦ୍ୱୀପ ବର୍ଜନ କରିବାକୁ ସର୍ବଭାରତୀୟ ସିନେ କର୍ମଚାରୀ ସଂଘର ଅପିଲ
ମାଳଦ୍ୱୀପ ବର୍ଜନ କରିବାକୁ ସର୍ବଭାରତୀୟ ସିନେ କର୍ମଚାରୀ ସଂଘର ଅପିଲ

By ETV Bharat Odisha Team

Published : Jan 15, 2024, 9:45 AM IST

ମୁମ୍ବାଇ: ଭାରତ ଓ ମାଳଦ୍ବୀପ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ମାର୍ଚ୍ଚ 15 ତାରିଖ ସୁଦ୍ଧା ମାଳଦ୍ୱୀପରୁ ସୈନ୍ୟ ଅପସାରଣ ଶେଷ କରିବା ପାଇଁ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବିଧିବଦ୍ଧ ଭାବେ ନୂଆଦିଲ୍ଲୀକୁ ଅବଗତ କରିବା ପରେ ଏହି ବିବାଦ ଆହୁରି ତେଜିବାରେ ଲାଗିଛି । ଅଲ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏସନ( AICWA) ପକ୍ଷରୁ ମାଳଦ୍ବୀପକୁ ବର୍ଜନ କରିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନିବେଦନ କରାଯାଇଛି । ମାଳଦ୍ୱୀପରେ ଫିଲ୍ମ ସୁଟିଂ କିମ୍ବା ଏଠାକୁ ଛୁଟିଦିନ କାଟିବାକୁ ଯିବାକୁ AICWA ପକ୍ଷରୁ ମନା କରାଯାଇଛି ।

AICWA ସଭାପତି ସୁରେଶ ଶ୍ୟାମଲାଲ୍ କହିଛନ୍ତି , "ମାର୍ଚ୍ଚ 15 ତାରିଖ ସୁଦ୍ଧା ଭାରତ ମାଳଦ୍ବୀପରୁ ତାର ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ମାଳଦ୍ୱୀପ ସରକାର ଭାରତ ସରକାରଙ୍କୁ କହିଛନ୍ତି । କିଛି ଦିନ ପୂର୍ବେ କିଛି ମାଳଦ୍ବୀପ ମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ । ଏହାପରେ ମାଳଦ୍ୱୀପ ବର୍ଜନ ଟ୍ରେଣ୍ଡିଂ ଆରମ୍ଭ ହୋଇଛି । ମୁଁ ସମସ୍ତ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନିବେଦନ କରୁଛି ଯେ ମାଳଦ୍ୱୀପରେ ଫିଲ୍ମ ସୁଟିଂ କିମ୍ବା ଛୁଟି ଦିନ କାଟିବା ପାଇଁ ମାଳଦ୍ବୀପ ଯାଆନ୍ତୁ ନାହିଁ ।"

ଏହାମଧ୍ୟ ପଢନ୍ତୁ.. ମାର୍ଚ୍ଚ 15 ସୁଦ୍ଧା ଭାରତକୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ମାଳଦ୍ବୀପ

ତେବେ ଏକ୍ ଭିଲିଆନ୍, ମେନେ ପ୍ୟାର୍ କ୍ୟୁ କିୟା ଭଳି ଅନେକ ହିନ୍ଦୀ ଫିଲ୍ମଗୁଡିକ ମାଳଦ୍ୱୀପରେ ସୁଟିଂ ହୋଇଛି । ଏକଦା ଫିଲ୍ମ ସୁଟିଂ କିମ୍ବା ଅଭିନେତା ଅଭିନେତ୍ରୀମାନଙ୍କ ଛୁଟି ଦିନ କାଟିବା ପାଇଁ ସବୁଠୁ ପ୍ରିୟ ସ୍ଥାନ ଥିଲା ମାଳଦ୍ୱୀପ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମାଳଦ୍ୱୀପ ଫିଲ୍ମ ସହ ଜଡିତ ଲୋକମାନଙ୍କ ପ୍ରଥମ ପସନ୍ଦ ଥିଲା । ହେଲେ 2 ଦେଶ ମଧ୍ୟରେ ବିବାଦ ବଢିବା ପରେ ମାଳଦ୍ବୀପକୁ ବର୍ଜନ ଟ୍ରେଣ୍ଡିଂ ମଧ୍ୟ ଜୋର ଧରିଛି । ମାଳଦ୍ବୀପ ମନ୍ତ୍ରୀମାନଙ୍କ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଅପମାନଜନକ ଶବ୍ଦ ପ୍ରୟୋଗ ପରେ 2 ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଏହାପରେ ପୁଣି ମାଳଦ୍ୱୀପ ସରକାର ମାର୍ଚ୍ଚ 15 ମଧ୍ୟରେ ସୈନ୍ୟ ଅପସାରଣ କରିବା ପାଇଁ କହିବା ପରେ ଏହି ତିକ୍ତତାକୁ ଆହୁରି ବୃଦ୍ଧି ପାଇଛି । ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. ମାଳଦ୍ବୀପ ବିବାଦ; ଭାରତରେ ଫିଲ୍ମ ସୁଟିଂ ପାଇଁ FWICEର ନିବେଦନ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ କ୍ଷମତାକୁ ଆସିବା ପୂର୍ବରୁ ମାଳଦ୍ବୀପରୁ ଭାରତୀୟ ସୈନ୍ୟ ଅପସାରଣ ଏହି ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରିଥିଲେ । ତାଙ୍କ ନେତୃତ୍ବରେ ‘ଆଉଟ ଇଣ୍ଡିଆ’ କ୍ୟାମ୍ପେନ ମଧ୍ୟ ଆୟୋଜିତ ହୋଇଥିଲା । ତେବେ ରାଷ୍ଟ୍ରପତି ମୁଇଜୁ ଜଣେ ଚୀନ ଅନୁଗାମୀ ନେତା ଭାବେ ବେଶ ଜଣାଶୁଣା । ପୂର୍ବରୁ ମାଳଦ୍ବୀପର ରାଷ୍ଟ୍ରପତି ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବାର ପରମ୍ପରା ମଧ୍ୟ ରହିଆସିଥିଲା । ହେଲେ ମୁଇଜୁ ଏହି ଧାରାରେ ପୂର୍ଣ୍ଣଚ୍ଛେଦ ପକାଇ ତୁର୍କୀ ଗସ୍ତ କରିଥିଲେ । ନିକଟରେ ସେ ଚୀନ ଗସ୍ତ କରି ବେଜିଂରେ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗକୁ ମଧ୍ୟ ସାକ୍ଷାତ କରି ଫେରିଛନ୍ତି । ସେ ଭାରତ ଗସ୍ତ କରିବେ ବୋଲି ଚର୍ଚ୍ଚା ହେଉଥିଲେ ସୁଦ୍ଧା ମାଲେ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ କରାଯାଇନି । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ କରିବା ପରେ ମାଳଦ୍ବୀପ ବେଶ ପ୍ରତିକ୍ରିୟାଶୀଳ ମଧ୍ୟ ହୋଇଥିଲା । ମୁଇଜୁ ସରକାରଙ୍କ ଏକାଧିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମଧ୍ୟ କରିଥିଲେ । ଯାହା ପରେ 2 ଦେଶ ମଧ୍ୟରେ ବିବାଦ ଆହୁରି ତେଜିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details