ଓଡିଶା

odisha

ପୁଣି Vande Bharat Express ଉପରେ ପଥର ମାଡ଼, ଭାଙ୍ଗିଲା ଟ୍ରେନର କାଚ

By

Published : Jan 4, 2023, 12:30 PM IST

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ । ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡି ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ ହେବା ଯୋଗୁଁ ଦୁଇଟି କୋଚର କାଚ ଭାଙ୍ଗି ଯାଇଛି । ଅଧିକ ପଢ଼ନ୍ତୁ

Vande Bharat Express
ବନ୍ଦେ ଭାରତ ଏକ୍ସପ୍ରେସ

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପଥର ମାଡ଼

କୋଲକାତା: ପୁଣି ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ । ମଙ୍ଗଳବାର ସନ୍ଧ୍ୟାରେ ନ୍ୟୁ ଜଲପାଇଗୁଡି ଷ୍ଟେସନ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି । ଏଥିରେ ଦୁଇଟି କୋଚର କାଚ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ରେଳବାଇ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏକ୍ସପ୍ରେସ ଶୁଭାରମ୍ଭ ହେବାର ମାତ୍ର କିଛି ଦିନ ପରେ ଦୁଇଥର ଏଭଳି ଘଟଣା ଘଟିଛି । ଗତ ସୋମବାର ମାଲଦା ଜିଲ୍ଲାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗା ଯାଇଥିଲା ।

ରେଳବାଇ ପକ୍ଷରୁ ମିଲିଥିବା ସୂଚନା ଅନୁଯାୟୀ, ନ୍ୟୁ ଜଲପାଇଗୁଡିରୁ ହାଓୱା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ନମ୍ବର 22302 ଉପରେ ପଥର ଫିଙ୍ଗାଯାଇଛି । ନ୍ୟୁ ଜଲପାଇଗୁଡିରେ ପହଞ୍ଚିବା ପରେ ଟ୍ରେନ ଯାଞ୍ଚ ସମୟରେ C-13 କୋଚ ଏବଂ C-6 କୋଚର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ପଥର ଫିଙ୍ଗିବା ଯୋଗୁଁ କାଚଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ତଦନ୍ତ ପରେ ଜଣାପଡ଼ିଛି ଯେ, ମଧ୍ୟାହ୍ନ 1.20 ସମୟରେ ଟ୍ରେନଟି ନ୍ୟୁ ଜଲପାଇଗୁଡି ଅଭିମୁଖେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଟ୍ରେନ ଉପରକୁ ପଥର ମାଡ଼ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ମଝି ଆକାଶରେ ଅଶୋଭନୀୟ ଘଟଣା, ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ମଦ୍ୟପ ଯୁବକ

କାଟିହର ଜିଭିଜନର ସୁରକ୍ଷା ଅଧିକାରୀ କମଲ ସିଂ କହିଛନ୍ତି, ଏନଜିପି ପ୍ରବେଶ ଦ୍ବାରରେ ଏଭଳି ଅଘଟଣ ଘଟିଛି । ବାହାରେ ଥିବା କିଛି ଦୁର୍ବୃତ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ଼ କରିଛନ୍ତି । ଯାହାଫଳରେ ଦୁଇଟି କୋଚର କାଚ ଭାଙ୍ଗି ନଷ୍ଟ ହୋଇଯାଇଛି । ଏହି ଘଟଣାର ତଦନ୍ତ ଜାରି ରହିଛି । ଆବଶ୍ୟକସ୍ଥଳେ ସ୍ଥାନୀୟ ପୋଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ:ଦିଦିଙ୍କ ଗଡରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, VC ଯୋଗେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗତ ସୋମବାର ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ ହୋଇଥିଲା । ମାଲଦାର କୁମାରଗଞ୍ଜ ଷ୍ଟେସନ ନିକଟରେ ଏନଜିପି-ହାଓଡାଗାମୀ ବନ୍ଦେ ଭାରତ ଏକ୍ସପ୍ରେସରେ କିଛି ଦୁର୍ବୃତ୍ତ ପଥର ଫିଙ୍ଗିଥିଲେ । ଏଥିରେ 13 କମ୍ପାର୍ଟମେଣ୍ଟର କାଚ ଭାଙ୍ଗି ଯାଇଥିଲା । ରେଳ ସୁରକ୍ଷା ବଳ (RPF) ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ରେଳ ଆଇନ ଧାରା 154 ଅନୁଯାୟୀ, ମାମଲା ଦାୟର କରି ତଦନ୍ତ ଚାଲୁଛି ।

ତେବେ ଦୁର୍ବୃତ୍ତମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ । ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ଏଥିରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି । ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ଟିଏମସି ମୁଖପାତ୍ର କୁନାଲ ଘୋଷ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜେପି ଏହି ଘଟଣାରେ ଏନଆଇଏ ତଦନ୍ତ ଦାବି କରିଛି ।

ABOUT THE AUTHOR

...view details