ଓଡିଶା

odisha

ETV Bharat / bharat

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ - କେରଳରେ ବନ୍ଦେ ଭାରତ ଟ୍ରେନକୁ ପଥରମାଡ

କେରଳରେ ନୂଆକରି ଉଦଘାଟିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ । ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ
ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ

By

Published : May 2, 2023, 7:35 AM IST

ଥିରୁଅନନ୍ତପୁରମ: ପୁଣି ବନ୍ଦେ ଭାରତ ଟ୍ରେନକୁ ପଥରମାଡ । କେରଳରେ ନୂଆକରି ଉଦଘାଟିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ ହୋଇଛି । ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ମଧ୍ୟ ଦେଇ ଏହି ଟ୍ରେନ ଯାଉଥିବା ବେଳେ ଦୁର୍ବୃତ୍ତମାନେ ପଥରମାଡ କରିଛନ୍ତି । ଏଥିରେ ଟ୍ରେନ୍‌ର କାଚ ଭାଙ୍ଗି ଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦକ୍ଷିଣ ମଧ୍ୟ ରେଲୱେ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଚାକିରିରୁ ବିଦା ହେବେ ମେଦବହୁଳ ଓ ମଦ୍ୟପ ପୋଲିସ ବାବୁ: ସରକାର ଆଣିଲେ ନିୟମ

ସୂଚନା ଅନୁଯାୟୀ, ଗତ ୨୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ । ଥିରୁଅନନ୍ତପୁରମ ସେଣ୍ଟ୍ରାଲ ଷ୍ଟେସନଠାରେ ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍‌ର ଉଦଘାଟନ କରିଥିଲେ । ଉଦଘାଟନକୁ କେଇଟା ଦିନ ନପୁରୁଣୁ ଏହି ଟ୍ରେନ ଉପରକୁ ପଥରମାଡ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ଆକ୍ରମଣରେ କେହି ଆହତ ହୋଇନଥିବା ବେଳେ ଟ୍ରେନର ୱିଣ୍ଡସିଲ୍‌ଡ ଭାଙ୍ଗି ଯାଇଛି । ଟ୍ରେନଟି କାସରଗୋଡରୁ ଥିରୁଅନନ୍ତପୁରମ ଅଭିମୁଖେ ଯାତ୍ରା କରୁଥିଲା । ଏହି ଆକ୍ରମଣ ପରେ ଟ୍ରେନ ସୁରକ୍ଷା ଆହୁରି କଡାକଡି କରିବାକୁ ଦକ୍ଷିଣ ମଧ୍ୟ ରେଲୱେ ନିଷ୍ପତ୍ତି ନେଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନେକ ସମୟରେ ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ ଘଟଣା ସାମ୍ନାକୁ ଆସୁଛି । ଗତ ଏପ୍ରିଲ ୬ରେ ଆନ୍ଧ୍ରପ୍ରଦେଶ ବିଶାଖାପାଟନମଠାରେ ଏହି ଅତ୍ୟାଧୁନିକ ଟ୍ରେନକୁ ପଥରମାଡ ହୋଇଥିଲା । ଯାହାକି ୩ ମାସରେ ୩ ନମ୍ବର ଘଟଣା ଥିଲା । ଏଥିରେ ଟ୍ରେନର କୋଚ ଝରକା କାଚ ଭାଙ୍ଗି ଚୁରମାର ହୋଇଯାଇଥିଲା । ସେହିପରି ଆଉ ଏକ ବନ୍ଦେ ଭାରତ ଟ୍ରେନ ସିକନ୍ଦରାବାଦରୁ ଯାଉଥିବା ବେଳେ ଖମାମ୍ ଓ ବିଜୟୱାଡା ମଧ୍ୟରେ କିଛି ଦୁର୍ବୃତ୍ତ ପଥରମାଡ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ 91ଥର ଅପଶବ୍ଦ ଟିପ୍ପଣୀ: ରାହୁଲ କହିଲେ ବ୍ୟକ୍ତିଗତ ନୁହେଁ କର୍ଣ୍ଣାଟକବାସୀଙ୍କ କଥା କୁହ

ଏହାପୂର୍ବରୁ ମାର୍ଚ୍ଚ ୧୨ରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଟ୍ରେନ ଉପରକୁ ପଥରମାଡ ହୋଇଥିଲା । ଏଥିରେ କେହି ଆହତ ହୋଇନଥିବା ବେଳେ ଟ୍ରେନ୍‌ର କାଚ କ୍ଷତିଗ୍ରସ୍ତ ହୋଇଥିଲା । ମୁର୍ସିଦାବାଦ ଜିଲ୍ଲା ଫରାକ୍କା ନିକଟରେ ଏହି ଘଟଣା ଘଟିଥିଲା । ଗତ ଜାନୁଆରୀରେ ଦାର୍ଜିଲିଂ ଜିଲ୍ଲାରୁ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା ।

ABOUT THE AUTHOR

...view details