କୋଲକାତା:ପଶ୍ଚିମବଙ୍ଗରେ ଲଗାତାର ୩ୟ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଛି (Stones pelted at Vande Bharat Express) । ରେଳ ବିଭାଗର ସୂଚନା ଅନୁସାରେ ରବିବାର ବିହାରର କଟିହାର ବାରସୋଇ ଜଙ୍କସନକୁ ଟ୍ରେନ ଅତିକ୍ରମ କରି ପଶ୍ଚିମବଙ୍ଗର ମାଲଦା ଜିଲ୍ଲାକୁ ପ୍ରବେଶ କରୁଥିବା ସମୟରେ ହୋଇଛି ଏହି ଆକ୍ରମଣ । ଟ୍ରେନର C-11 କମ୍ପାର୍ଟମେଣ୍ଟରେ ପଥର ବାଜିଥିବା ବେଳେ ଏଥିରେ ଥିବା ଯାତ୍ରୀ ଭୟଭୀତ ହୋଇପଡ଼ିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରେଳ ବିଭାଗର ସୂଚନା ଅନୁସାରେ କେହି ଦୁର୍ବୃତ୍ତ C-11 କମ୍ପାର୍ଟମେଣ୍ଟ (C-11 Compartment)ର ସିଟ ନଂ-୫୭ ଉପରେ ପଥରମାଡ଼ କରିଥିଲା । ଏଥିରେ କାହାର କୌଣସି କ୍ଷତି ଘଟିନାହିଁ । ଘଟଣାଟି କିପରି ଘଟିଲା ସେ ସମ୍ପର୍କରେ ଜାଣିବା ଲାଗି ଏଥିରେ ଥିବା ଯାତ୍ରୀଙ୍କ ସହିତ ରେଳ ବିଭାଗ ଯୋଗାଯୋଗ କରିଛି । ଏହାସହିତ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି । ଚଳିତ ମାସ ପହିଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ପଡ଼ୋଶୀ ରାଜ୍ୟ ବିହାର ପଟରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥରମାଡ଼ ହେଉଛି । ଏଥିରେ ପଶ୍ଚିମବଙ୍ଗବାସୀଙ୍କ ସମ୍ପୃକ୍ତି ନାହିଁ ।
ଏହା ବି ପଢନ୍ତୁ-ପୁଣି Vande Bharat Express ଉପରେ ପଥର ମାଡ଼, ଭାଙ୍ଗିଲା ଟ୍ରେନର କାଚ