ଆଇଜୋଲ:ମିଜୋରାମରେ ପଥର ଖଣିରେ ଅତଡ଼ା ଖସି ଚାପି ହୋଇଗଲେ ଶ୍ରମିକ । ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ ପଥର ଅତଡ଼ା ମଧ୍ୟରେ ଚାପି ହୋଇଥିବା ଅନୁମାନ କାରଯାଉଛି । ବର୍ତ୍ତମାନ ସୁଦ୍ଧା 8 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଏନଡିଆରଏଫ ସର୍ଚ୍ଚ ଅପରେସନ ଜାରି ରଖିଛି । ମିଜୋରାମର ହାନ୍ଥିଆଲ୍ ଜିଲ୍ଲାର ମାଉଦର୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।
ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ସାଇଜିକପୁଇ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ଏନଡିଆରଏଫ ଅଧିକାରୀ କହିଛନ୍ତି, "ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶ୍ରମିକଙ୍କ ମୃତଦେହ ଚିହ୍ନଟ ପରେ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଯିବ ।" ଏହି ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ 12 ଜଣ ବିହାରର ହୋଇଥିବା ଜଣାପଡ଼ିଛି ।