ଓଡିଶା

odisha

Vande Bharat Express: ଫରକ୍କାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ, ଯାତ୍ରୀ ଭୟଭୀତ

By

Published : Mar 12, 2023, 7:27 AM IST

ଫରକ୍କାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ । ବାରମ୍ବାର ପଥର ମାଡ ହେଉଥିବାରୁ ଭୟ ଲାଗୁଥିବା କହିଲେ ଯାତ୍ରୀ । ଅଧିକ ପଢନ୍ତୁ

Vande Bharat Express
Vande Bharat Express

କୋଲକାତା:ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ ଥମିବାର ନାଁ ନେଉନାହିଁ । ଉଦଘାଟନ ପରଠାରୁ ୩ରୁ ୪ ଥର ପଥରମାଡ ହୋଇଖିବା ବେଳେ ଗତକାଲି(ଶନିବାର) ପୁଣି ପଥର ମାଡ ହୋଇଛି । ଏନେଇ ପୂର୍ବ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଜଲପାଇଗୁଡିରୁ ହାଓ୍ବଡା ଆସୁଥିବା ସମୟରେ ମୁର୍ସିଦାବାଦ ଜିଲ୍ଲାର ଫରକ୍କା ବ୍ରିଜ ନିକଟରେ କେହି ଅଜଣା ଦୁର୍ବୃତ୍ତ ପଥର ମାଡ କରିଥିବା ବେଳେ ଟ୍ରେନ ଭିତରେ ରହିଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଦୁର୍ଭାଗ୍ୟଜନକ ଘଟଣା କହିଲେ ରେଳ ଅଧିକାରୀ: ପଥରମାଡ ଫଳରେ ଟ୍ରେନର c13 କୋଚର ଝରକା ଭାଙ୍ଗିଯାଇଥିବା ନେଇ ରେଳ ଅଧିକାରୀ କହିଛନ୍ତି । ତେବେ ଏନେଇ ପୂର୍ବ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ କୌଶିକ ମିତ୍ର କହିଛନ୍ତି, "ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଘଟଣାର ତଦନ୍ତ କରାଯିବ । ଏହାସହ ଭବିଷ୍ୟତରେ ଯେମିତି ଏଭଳି ଆଉଥରେ ନହୁଏ ସେଥିପାଇଁ ଲୋକଙ୍କୁ ଜାଗ୍ରତ କରାଯିବ । ରେଳ ବିଭାଗ ପକ୍ଷରୁ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । "

ସନ୍ଧ୍ୟା ୭ଟାରେ ହୋଇଥିଲା ପଥରମାଡ: ସନ୍ଧ୍ୟା ପାଖାପାଖି ୭ଟା ସମୟରେ ଜଲପାଇଗୁଡିରୁ ହାଓ୍ବଡା ଆସୁଥିବା ସମୟରେ ମୁର୍ସିଦାବାଦ ଜିଲ୍ଲାର ଫରକ୍କା ବ୍ରିଜ ନିକଟରେ ପଥର ମାଡ ହୋଇଥିବା ଜଣାପଡିଛି । ଯାତ୍ରୀମାନେ ହାଓ୍ବଡା ଷ୍ଟେସନରେ ରାତି ୧୦ଟା ୩୦ ମିନିଟରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ବନ୍ଦେ ଭାରତ ଟ୍ରେନ ଉପରକୁ ବାରମ୍ବାର ପଥର ମାଡ ହେଉଥିବାରୁ ଡର ଲାଗୁଥିବା କହିଥିଲେ ଯାତ୍ରୀ ।

୩୦ ଡିସେମ୍ବରରେ କରାଯାଇଥିଲା ଉଦଘାଟନ: ପ୍ରକାଶଥାଉକି, ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରନ୍ସରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ପର ଉଦଘାଟନ କରିଥିଲେ । ଏହି ଟ୍ରେନ ହାଓ୍ବଡାରୁ ଜଲପାଇଗୁଡି ମଧ୍ୟରେ ଯାତାୟତ କରୁଛି ।

ଏହା ମଧ୍ୟ ପଢନ୍ତୁ: World Glaucoma Day: ବିଶ୍ବ ଗ୍ଲୁକୋମା ଦିବସରେ ଜାଣନ୍ତୁ କେମିତି ନେବେ ଆଖିର ଯତ୍ନ

ଜାନୁଆରୀ ୯ ତାରିଖ ଦିନ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ ହୋଇଥିଲା । ବିହାରର କଟିହାର ବାରସୋଇ ଜଙ୍କସନକୁ ଟ୍ରେନ ଅତିକ୍ରମ କରି ପଶ୍ଚିମବଙ୍ଗର ମାଲଦା ଜିଲ୍ଲାକୁ ପ୍ରବେଶ କରୁଥିବା ସମୟରେ ପଥରମାଡ ହୋଇଥିଲା । ଟ୍ରେନର C-11 କମ୍ପାର୍ଟମେଣ୍ଟରେ ପଥର ବାଜିଥିବା ବେଳେ ଏଥିରେ ଥିବା ଯାତ୍ରୀ ଭୟଭୀତ ହୋଇପଡ଼ିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ABOUT THE AUTHOR

...view details