ଡେରାଡୁନ: ନେପାଳ ଭାରତ ସୀମାରେ ଉତ୍ତେଜନା । ସମାଧାନ ହେଉନି ନେପାଳ-ଭାରତ ସୀମା ବିବାଦ(Nepal-India Border Dispute) । ଅନେକ ସମୟରେ ସୀମାରେ ଉଭୟ ଦେଶ ମୁହାଁମୁହିଁ ହେଉଛନ୍ତି । ଏହି କ୍ରମରେ ରବିବାର ଉତ୍ତରାଖଣ୍ଡର ପିଥୋରାଗଡ଼ ସ୍ଥିତ ଭାରତ-ନେପାଳ ସୀମାରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ରବିବାର ସନ୍ଧ୍ୟାରେ ନେପାଳ ପାର୍ଶ୍ବରୁ କାର୍ଯ୍ୟରତ ଭାରତୀୟ ଶ୍ରମିକଙ୍କ ଉପରକୁ ପଥର ଫିଙ୍ଗା ଯାଇଥିଲା । ଫଳରେ ଘଟଣାସ୍ଥଳରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଧାରଚୁଲା ଅଞ୍ଚଳରେ ନିର୍ମାଣଧିନ ବନ୍ଧରେ କାର୍ଯ୍ୟରତ ଶ୍ରମିକଙ୍କୁ ପଥର ଫିଙ୍ଗା ହୋଇଛି । ତେବେ ଏନେଇ ନେପାଳ ସୁରକ୍ଷା କର୍ମୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ଭାରତର ସେତୁବନ୍ଧକୁ ନେପାଳର ବିରୋଧ
ଧାରଚୁଲା ଅଞ୍ଚଳରେ ପ୍ରବାହିତ କାଳୀନଦୀ ଉପରେ ଏକ ବନ୍ଧ ନିର୍ମାଣ ହେଉଛି । ନେପାଳର କିଛି ନାଗରିକ ଏହି ନିର୍ମାଣକୁ ବିରୋଧ କରୁଛନ୍ତି । ବନ୍ଧ ନିର୍ମାଣ ସମୟରେ ନେପାଳ ପାର୍ଶ୍ବରୁ ଅନେକ ଥର ପଥର ଫିଙ୍ଗାଯାଇଛି । ସୂଚନା ଅନୁଯାୟୀ, ନେପାଳ ଓ ଚୀନର ସୀମବର୍ତ୍ତୀ ଅଞ୍ଚଳ ହେଉଛି ଧାରଚୁଲା । ଏହିଠାରୁ ନେପାଳ ସୀମା ଆରମ୍ଭ ହୁଏ । ଧରଚୁଲା ସ୍ଥିତ କାଳନଦୀର ଗୋଟିଏ ପଟେ ଭାରତ ଏବଂ ଅନ୍ୟପଟେ ନେପାଳ ରହିଛି । କାଳୀ ନଦୀ ନକଟବର୍ତ୍ତୀ ଅଞ୍ଚଳରେ ଶହଶହ ଲୋକ ବସବାସ କରନ୍ତି । ଲୋକଙ୍କ ଯାତାୟତ ସମସ୍ୟା ରହିଥିବାରୁ ସେତୁବନ୍ଧ ନିର୍ମାଣ କରାଯାଉଛି ।