ଓଡିଶା

odisha

ETV Bharat / bharat

Chhattisgarh Encounter: ଜଣେ ଏସଟିଏଫ ଯବାନ ଆହତ - ଛତିଶଗଡ଼ରେ ଏନକାଉଣ୍ଟର

ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ଜଣେ (STF) ଏସଟିଏଫ ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Chhattisgarh Encounter: ଜଣେ ଏସଟିଏଫ ଯବାନ ଆହତ
Chhattisgarh Encounter: ଜଣେ ଏସଟିଏଫ ଯବାନ ଆହତ

By

Published : Jan 2, 2022, 5:00 PM IST

ରାୟପୁର :ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ଜଣେ (STF) ଏସଟିଏଫ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ରାୟପୁରକୁ ରେଫର କରାଯାଇଛି । ତେବେ ଆହତ ହୋଇଥିବା ଯବାନ ଜଣକ ହେଲେ ୟୁବରାଜ ସାଗର । ତେବେ ଏବେବି ସେଠାରେ କୁମ୍ବିଂ ଜାରି ରହିଛି ।

ସୂଚନା ଅନୁସାରେ, ରାୟପୁର ଠାରୁ 200 କିଲୋମିଟର ଦୂର ମେନପୁର ଥାନା ଅଞ୍ଚଳରେ ଥିବା ଦେବଡୋଙ୍ଗର ଜଙ୍ଗଲରେ ନକ୍ସଲ ଲୁଚି ଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ନକ୍ସଲ ଦମନ ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ଛତିଶଗଡ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଏସଟିଏଫର ଦୁଇଟି ଟିମ ଶନିବାର ରାତିରେ ସେଠାରେ ଅପରେସନ୍ ଆରମ୍ଭ କରିଥିଲେ । ପାଟ୍ରୋଲିଂ କରୁଥିବା ସମୟରେ ନକ୍ସଲମାନେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ ।

ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ଏଥିରେ ଏସଟିଏଫର ଜଣେ ଯବାନ ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ରାୟପୁରକୁ ରେଫର କରାଯାଇଛି ବୋଲି ସୂଚନା ମିଳିଛି । ତେବେ ଏହି ନକ୍ସଲ ଦଳ ଓଡିଶା ଆଡକୁ ପଳାଇଥିଲେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅପରେସନକୁ ଜୋରଦାର କରୁଛି ।

@ANI

ABOUT THE AUTHOR

...view details