ଭୋପାଲ: ଦେଶରେ କୋରୋନା କାୟା ମେଲାଇଥିବା ବେଳେ ଅନୁରୁପ ଭାବେ ଏହି ସଂଙ୍କଟର ସାହାରା ନେଇ କଳାବଜାରୀ ମଧ୍ୟ ଜୋର ଧରିବାରେ ଲାଗିଛି । ମଧ୍ୟ ପ୍ରଦେଶ ସରକାର ରାଜ୍ଯରେ ମେଡିସିନ କଳାବଜାର ରୋକିବା ଦିଗରେ ଅଭିଯାନ ଆରମ୍ଭ କରିଛି । ସ୍ପେଶାଲ ଟାକ୍ସ ଫୋର୍ସ ଗଠନ କରାଯାଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଅଭିଯାନ ଫଳରେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ 11 ଔଷଧ କଳାବାଜାରି କେସ ସାମ୍ନାକୁ ଆସି ସାରିଲାଣି । କୋରୋନା ଚିକିତ୍ସାରେ ବ୍ୟବହୃତ ରେମିଡିସିଭିଅର କଳାବଜାରି ଅଭିଯୋଗରେ 11 କେସ ଧରା ପଡିଥିବା ବେଳେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ନାଁରେ ଜାତୀୟ ସୁରକ୍ଷା ଆକ୍ଚ (NSA) ରେ କେସ ରୁଜୁ କରାଯାଇଥିବା ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରତ୍ତୋମ ମିଶ୍ର ସୂଚନା ଦେଇଛନ୍ତି ।
ଔଷଧ କଳାବଜାରୀ ପାଇଁ ଏସଟିଏଫ ଗଠିତ, ଧରାପଡିଲେ NSAରେ ହେବ କାର୍ଯ୍ୟାନୁଷ୍ଠାନ - ମଧ୍ୟ ପ୍ରେଦଶ ଗୃହମନ୍ତ୍ରୀଙ୍କ ସୂଚନା
ମଧ୍ୟ ପ୍ରଦେଶରେ ଔଷଧ କଳାବଜାରି ରୋକିବା ପାଇଁ ଏସଟିଏଫ ଗଠନ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ....
ମଧ୍ୟ ପ୍ରେଦଶରେ ଔଷଧ କଳାବଜାରି ରୋକିବା ପାଇଁ ଏସଟିଏଫ ଗଠିତ, ଧରା ପଡିଲେNSAରେ ହେବ କାର୍ଯ୍ୟାନୁଷ୍ଠାନ
ତେବେ ରାଜ୍ୟରେ ଏପର କାରବାରର ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ନିସ୍ତାର ମିଳିବ ନାହିଁ , ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ପ୍ରସ୍ତୁତ ଥିବା ଗୃହମନ୍ତ୍ରୀ କହିଛନ୍ତି । ତେବେ ଦେଶବ୍ୟାପି ଦେଖାଯାଇଥିବା ଅକ୍ସିଜେନ ସଂଙ୍କଟ ସାଙ୍ଗକୁ ରେମିଡ ସିଭରର ବ୍ଲାକ ମାର୍କେଟିଂ ଉପରେ ସ୍ବାତନ୍ତ୍ର ଟ୍ୟାକ୍ସ ଫୋର୍ସ କଡା ନଜର ରଖିଛି ।ଲୋକଙ୍କ ଜୀବନ ସହ ଯିଏ ବର୍ତ୍ତମାନ ପରି ମହାମାରୀ ସ୍ଥିତିରେ ଖେଳିବାକୁ ଚେଷ୍ଟା କରିବ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ପ୍ରଦେଶ ସରକାର ସ୍ପଷ୍ଟ କରିଛନ୍ତି ।
@ANI