ଓଡିଶା

odisha

ETV Bharat / bharat

ଖଟରେ ଶୋଇବାକୁ ଜିଦି କରିବାରୁ ପୁଅକୁ ହତ୍ୟା କଲା ବାପା - ୧୦ ବର୍ଷର ପୁଅକୁ ହତ୍ୟା କଲା ବାପା

ଖଟରେ ଶୋଇବାକୁ ଜିଦି କରିବାରୁ ପୁଅକୁ ହତ୍ୟା କଲା ବାପା (step father killed 10 year old Children in mathura) । ଏଭଳି ଘଟଣା ଦେଖିବାକୁ ମିଳିଛି ମଥୁରାରେ । ଅଧିକ ପଢ଼ନ୍ତୁ ।

ଖଟରେ ଶୋଇବାକୁ ଜିଦି କରିବାରୁ ପୁଅକୁ ହତ୍ୟା କଲା ବାପା
ଖଟରେ ଶୋଇବାକୁ ଜିଦି କରିବାରୁ ପୁଅକୁ ହତ୍ୟା କଲା ବାପା

By

Published : Sep 30, 2022, 2:07 PM IST

ଲକ୍ଷ୍ନୌ: ଖଟରେ ଶୋଇବାକୁ ଜିଦି କରିବାରୁ ୧୦ ବର୍ଷର ପୁଅକୁ ହତ୍ୟା କଲା ବାପା । ଏଭଳି ଅଘଟଣ ଘଟିଛି ଉତ୍ତରପ୍ରଦେଶର ମଥୁରାରେ । ଗତକାଲି(ବୁଧବାର) ରାତିରେ ମଥୁରା ସହର ଥାନା ଅନ୍ତର୍ଗତ ପୁଷ୍ପବିହାର କଲୋନୀରେ ରହୁଥିବା ପ୍ରେମଭୀର ନାମକ ଜଣେ ସାବତ ବାପା ପୁଅ ରାଜୁ (୧୦)କୁ ପିଟିପିଟି ହତ୍ୟା କରିଛି । ପରେ ଅଭିଯୁକ୍ତ ବାପା ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । ସୂଚନାନୁସାରେ ବୁଧବାର ରାଜୁ ତାଙ୍କ ସାବତ ବାପାଙ୍କ ସହ ଗୋଟି ଖଟରେ ଶୋଇବାକୁ ଜିଦ୍ ଧରିଥିଲେ। ଏଥିରେ ରାଗିଯାଇ ରାଜୁକୁ ବାଡ଼ିରେ ପିଟିଥିଲା ସୈତାନ ବାପା । ଏହି ଘଟଣାପରେ ୧୦ ବର୍ଷ ପୁଅର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ସମୟରେ ରାଜୁଙ୍କ ମାଆ ନୀଲମ ମଧ୍ୟ ଘରେ ଉପସ୍ଥିତ ଥିଲେ ।

ମାଆ କରିଥିଲେ ଦ୍ବିତୀୟ ବିବାହ:ରାଜୁଙ୍କ ମାଆ ନୀଲମ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରେମଭୀରଙ୍କୁ ବିବାହ କରିଥିଲେ । କିଛି ଦିନ ଯାଏଁ ସବୁ ଠିକଠାକ୍‌ ଚାଲିଥିଲା । ହେଲେ ବୁଧବାର ରାତିରେ ରାଜୁ ବାପା ପ୍ରେମଭୀର ସହ ଗୋଟିଏ ଖଟରେ ଶୋଇବାକୁ ଜିଦ କରିଥିଲା। ଏଥିରେ ପ୍ରେମଭୀର ରାଗିଯାଇଥିଲେ । ଏହାପରେ ଏକ ବାଡ଼ି ଆଣି ରାଜୁଙ୍କୁ ନିର୍ଦ୍ଧୁମ ପିଟିଥିଲେ (step father killed 10 year old Children in mathura) । ଯେଉଁଥିରେ ରାଜୁ ଅଚେତ ହୋଇ ପଡ଼ିଯାଇଥିଲେ । ଏହାପରେ ଯେତେ ଡାକିଲେ ଆଉ ଉଠିନଥିଲେ ରାଜୁ । ଏନେଇ ସ୍ଥାନୀୟ ଲୋକେ ରାଜୁକୁ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details