ଓଡିଶା

odisha

ETV Bharat / bharat

ସହିପାରିଲେନି ମୃତ ପତ୍ନୀଙ୍କ ଅନୁପସ୍ଥିତି, ଘରେ ସ୍ଥାପନ କଲେ ଜୀବନ୍ତ ପ୍ରତିମୂର୍ତ୍ତି - Shiva Chowgule

ଜୀବନ୍ତ ସମୟରେ ପତ୍ନୀଙ୍କୁ ଭୁଲି ଯାଉଥିବା କିଛି ଖବର ନଜରକୁ ଆସେ । କିନ୍ତୁ ଏଠାରେ ଠିକ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ କର୍ଣ୍ଣାଟକରେ ଜଣେ ବ୍ୟକ୍ତି ଘରେ ପତ୍ନୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ସହିପାରିଲେନି ମୃତ ପତ୍ନୀଙ୍କ ଅନୁପସ୍ଥିତି, ଘରେ ସ୍ଥାପନ କଲେ ଜୀବନ୍ତ ପ୍ରତିମୂର୍ତ୍ତି
ସହିପାରିଲେନି ମୃତ ପତ୍ନୀଙ୍କ ଅନୁପସ୍ଥିତି, ଘରେ ସ୍ଥାପନ କଲେ ଜୀବନ୍ତ ପ୍ରତିମୂର୍ତ୍ତି

By

Published : Nov 7, 2021, 5:59 PM IST

ବେଙ୍ଗାଲୁରୁ: ପତ୍ନୀ ପାଇଁ ନିଜ ଗଭୀର ପ୍ରେମର ପ୍ରମାଣ ଦେଇଛନ୍ତି କର୍ଣ୍ଣାଟକ ବେଲଗଭି ଅଞ୍ଚଳରେ ବାସିନ୍ଦୀ ଶିବା ଚୌଗୁଲେ । ସେ ନିଜ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ ନିଜ ଘରେ ସ୍ଥାପିତ କରିଛନ୍ତି ପ୍ରତିମୂର୍ତ୍ତି । ଜୀବନ୍ତ ବେଳେ ପତ୍ନୀକୁ ଭୁଲି ଯାଉଥିବା ବେଳେ ଏହି ବ୍ୟକ୍ତି ଜଣକ ମୃତ୍ୟୁ ପରେ ମଧ୍ୟ ନିଜ ପତ୍ନୀଙ୍କ ପ୍ରତି ଦେଖାଇଛନ୍ତି ଅତୁଟ ଭଲ ପାଇବା । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସହିପାରିଲେନି ମୃତ ପତ୍ନୀଙ୍କ ଅନୁପସ୍ଥିତି, ଘରେ ସ୍ଥାପନ କଲେ ଜୀବନ୍ତ ପ୍ରତିମୂର୍ତ୍ତି

ଶିବା ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ନିଜ ପତ୍ନୀଙ୍କ ଏକ ପ୍ଲାଷ୍ଟର ଅଫ ପ୍ୟାରିସ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ଆଲୋକର ପର୍ବ ଦୀପାବଳି ସନ୍ଧ୍ୟାରେ ସେ ଏହି ପ୍ରତିମୂର୍ତ୍ତିକୁ ସ୍ଥାପିତ କରିଥିଲେ । ଏଥିଲାଗି ସେ ନିଜ ଘରେ ଏକ ଉତ୍ସବର ଆୟୋଜନ କରିଥିଲେ, ଯେଉଁଥିରେ ଅନେକ ଅତିଥି ଯୋଗ ଦେଇଥିଲେ । ସେ ନିଜ ଘରର ଦ୍ବିତୀୟ ମହଲାରେ ପତ୍ନୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପିତ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଏକ ଧଳା ରଙ୍ଗର ଶାଢୀ ପିନ୍ଧିବା ସହିତ ସୁନା ଅଳଙ୍କାର ପିନ୍ଧିଥିବା ଓ ସ୍ମିତହାସ୍ୟ ଦେଉଥିବା ଦେଖିବାକୁ ମିଳିଛି ।

ତେବେ ଚଳିତ ବର୍ଷ ମେ ମାସରେ ଶିବା କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ମିନାବାଈ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ନିଜ ପତ୍ନୀଙ୍କ ଅନୁପସ୍ଥିତିକୁ ସହଜରେ ଗ୍ରହଣ କରିପାରିନଥିଲେ ଶିବା । ଏଥିଲାଗି ସେ ନିଜ ଘରେ ମିନାବାଈଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।

ଘରେ ସ୍ଥାପିତ ହେଉଥିବା ପ୍ରତିମୂର୍ତ୍ତିଟି ସମ୍ପୂର୍ଣ୍ଣ ଭାବରେ ଜୀବନ୍ତ ଲାଗୁଛି ଏବଂ ଘର ମଧ୍ୟରେ ସେ ନିଜ ପତ୍ନୀଙ୍କୁ ପାଇ ବେଶ ଖୁସିଥିବା କହିଛନ୍ତି ଶିବା । ଏହି ଦମ୍ପତି ବେଲାଗଭି କର୍ପୋରେସନରେ ସଦସ୍ୟ ଥିଲେ । ମିନାଙ୍କ ପ୍ରତି ଶିବାଙ୍କ ଏହି ଭଲପାଇବାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details