ଓଡିଶା

odisha

ETV Bharat / bharat

Statue Of Equalityକୁ ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଉପରାଷ୍ଟ୍ରପତି

ଗତକାଲି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ହାଇଦ୍ରାବାଦ ସ୍ଥିତ ଷ୍ଟାଚ୍ୟୁ ଅଫ ଇକ୍ବାଲିଟିର ପରିଦର୍ଶନ କରିଛନ୍ତି । ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମାରକୀ ଦର୍ଶନ କରି ଏହା ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ ବାଲି ବର୍ଣ୍ଣନା କରିଛନ୍ତି । ଅଧିକ ପଢ଼ନ୍ତୁ

statue of equality is eighth wonder of the world says vice president
‘ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’କୁ ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଉପରାଷ୍ଟ୍ରପତି

By

Published : Feb 13, 2022, 10:08 AM IST

ହାଇଦ୍ରାବାଦ:ଗତକାଲି(ଶନିବାର) ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ହାଇଦ୍ରାବାଦ ସ୍ଥିତ ଷ୍ଟାଚ୍ୟୁ ଅଫ ଇକ୍ବାଲିଟିର ପରିଦର୍ଶନ କରିଛନ୍ତି । ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମାରକୀ ଦର୍ଶନ କରି ଏହା ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ ବାଲି ବର୍ଣ୍ଣନା କରିଛନ୍ତି । ତେଲେଙ୍ଗାନା ସ୍ଥିତ ହାଇଦ୍ରାବାଦର‘ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’କୁ ଦର୍ଶନ କରିବା ପରେ ଆୟୋଜିତ ସମାରୋହରେ ଏହାର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ।

‘ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’କୁ ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଉପରାଷ୍ଟ୍ରପତି

ସେ କହିଛନ୍ତି, ଏଠାକୁ ପରିଦର୍ଶନ କରି ଆସୁଥିବା ବ୍ୟକ୍ତି ଏହାର କାରୁକାର୍ଯ୍ୟ ଦେଖି ବିସ୍ମିତ ହେବେ । ଏବଂ ଏଭଳି ଏକ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଐତିହ୍ୟ କେନ୍ଦ୍ର ପରିଦର୍ଶନ କରି ଖୁସି ଅନୁଭବ କରିବେ । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ଯୁବପିଢ଼ି ରାମାନୁଜାଙ୍କ ପରି ମହାନ ସାଧୁମାନଙ୍କ ଜୀବନ ଏବଂ ଶିକ୍ଷାଠାରୁ ପ୍ରେରଣା ଗ୍ରହଣ କରିବା ଉଚିତ୍‌ । ଏବଂ ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ପାଇବାକୁ ଏହି ସ୍ଥାନ ପରିଦର୍ଶନ କରୁଛୁ | ତେଣୁ ଲୋକମାନଙ୍କୁ ମୁଁ ନିବେଦନ କରୁଛି, ଜୀବନରେ ଥରେ ହେଲେ ଏହି ସ୍ଥାନକୁ ପରିଦର୍ଶନ କରିବା ପାଇଁ ଆସନ୍ତୁ । ଏବଂ ଏହାର ପବିତ୍ରତାକୁ ଅନୁଭବ କରିବା ସହ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ । ଜାତି, ଧର୍ମ ଏବଂ ସାମାଜିକ ଅସମାନତାକୁ ଦୂର କରିବା ପାଇଁ ସେ ରାମାନୁଜାଚାର୍ଯ୍ୟଙ୍କୁ ମହାନ ବିଦ୍ବାନ, ଦାର୍ଶନିକ ତଥା ସାମାଜିକ ସଂସ୍କାରକ ଭାବରେ ଉଲ୍ଲେଖ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଯୋଗ ଦେଇଥିଲେ । ଏଥିସହ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ଗୃହମନ୍ତ୍ରୀ ମହମ୍ମଦ ଅଲ୍ଲୀ, ଆରଏସଏସ ନେତା ସୁରେଶ ସୋନି, ଅଭିନେତା କେ ଚିରଞ୍ଜୀବୀ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ABOUT THE AUTHOR

...view details