ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀର DDC ନିର୍ବାଚନ ଘୋଷଣା, ପ୍ରଥମ ଥର ପଶ୍ଚିମ ପାକିସ୍ତାନ ଶରଣାର୍ଥୀ ଦେବେ ଭୋଟ - ଜାମ୍ମୁ କାଶ୍ମୀର DDC ନିର୍ବାଚନ

ଘୋଷଣା ହୋଇଛି ଜମ୍ମୁ ଓ କାଶ୍ମୀର ଜିଲ୍ଲା ବିକାଶ ପରିଷଦ(DDC) ନିର୍ବାଚନ ତାରିଖ । ଡିଡିସି ନିର୍ବାଚନ ନେଇ ଜମ୍ମୁ ଓ କାଶ୍ମୀର ନିର୍ବାଚନ କମିଶନର କେକେ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । Dଅଧିକ ପଢନ୍ତୁ...

ଜାମ୍ମୁ କାଶ୍ମୀର DDC ନିର୍ବାଚନ ଘୋଷଣା, ପ୍ରଥମ ଥର ପଶ୍ଚିମ ପାକିସ୍ତାନ ଶରଣାର୍ଥୀ ଦେବେ ଭୋଟ
ଜାମ୍ମୁ କାଶ୍ମୀର DDC ନିର୍ବାଚନ ଘୋଷଣା, ପ୍ରଥମ ଥର ପଶ୍ଚିମ ପାକିସ୍ତାନ ଶରଣାର୍ଥୀ ଦେବେ ଭୋଟ

By

Published : Nov 4, 2020, 9:01 PM IST

ଶ୍ରୀନଗର: ଘୋଷଣା ହୋଇଛି ଜମ୍ମୁ ଓ କାଶ୍ମୀର ଜିଲ୍ଲା ବିକାଶ ପରିଷଦ(DDC) ନିର୍ବାଚନ ତାରିଖ । 8ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର 28ରେ ହେବାକୁ ବେଳେ ଶେଷ ପର୍ଯ୍ୟାୟ ମତଦାନ ଡିସେମ୍ବର 19ରେ ହେବ । ମତଦାନର ସମୟ ସକାଳ 7ଟାରୁ ଆରମ୍ଭ ହୋଇ ଦିନ 2ଟା ପର୍ଯ୍ୟନ୍ତ ଚାଲିବ । ଡିଡିସି ନିର୍ବାଚନ ଦଳୀୟ ଆଧାରରେ ହେବ ବୋଲି କୁହାଯାଇଛି ।

ଡିଡିସି ନିର୍ବାଚନ ନେଇ ଜମ୍ମୁ ଓ କାଶ୍ମୀର ନିର୍ବାଚନ କମିଶନର କେକେ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ପଶ୍ଚିମ ପାକିସ୍ତାନରୁ ଆସିଥିବା ଶରଣାର୍ଥୀମାନେ ଡିଡିସି ନିର୍ବାଚନରେ ​​ଭୋଟ ଦେଇପାରିବେ। ଅଦ୍ୟାବଧି ଏହି ଶରଣାର୍ଥୀଙ୍କ ପାଖରେ କେବଳ ଲୋକସଭା ନିର୍ବାଚନରେ ​​ଭୋଟ ଦେବାର ଅଧିକାର ଥିଲା ।

ନିର୍ବାଚନ କମିଶନର କେ.କେ ଶର୍ମା କହିଛନ୍ତି ଯେ କୋରୋନା ସଂକ୍ରମିତ ରୋଗୀ, ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ପୋଷ୍ଟାଲ ବାଲାଟ ସୁବିଧା ଯୋଗାଇ ଦିଆଯିବ। 22 ଡିସେମ୍ବରରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଡିଡିସିକୁ ପ୍ରଭାବଶାଳୀ କରିବା ପାଇଁ ଜିଲ୍ଲା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ରାଜ୍ୟ ମନ୍ତ୍ରୀ ମାନ୍ୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଗତ ବର୍ଷ ଅଗଷ୍ଟ 5ରେ ଧାରା 370 ଉଚ୍ଛେଦ ପରେ ଏହା ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ନିର୍ବାଚନ । ନିକଟରେ ମୋଦି ସରକାର ଜାମ୍ମୁ ଓ କାଶ୍ମୀର ପଞ୍ଚାୟତ ରାଜ ଅଧିନିୟମ 1989 ରେ ସଂଶୋଧନକୁ ଅନୁମୋଦନ ପ୍ରଦାନ କରିଥିଲେ। ସଂଶୋଧିତ ଆଇନ ଅନୁଯାୟୀ ଜାମ୍ମୁ ଓ କାଶ୍ମୀରରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଲାଗୁ କରାଯାଇଛି।

ବର୍ତ୍ତମାନ ଜିଲ୍ଲା ବିକାଶ ପରିଷଦ ଗଠନ ହେବ ଏବଂ ଲୋକମାନେ ସିଧାସଳଖ ସେମାନଙ୍କ ପ୍ରତିନିଧୀ ଚୟନ କରିବେ। ଜିଲ୍ଲା ବିକାଶ ପରିଷଦ ଜିଲ୍ଲାର 14ଟି ଆଞ୍ଚଳିକ ନିର୍ବାଚନମଣ୍ଡଳୀ ତଥା ବିଧାନସଭା ସଦସ୍ୟ ଓ ଜିଲ୍ଲାର ସମସ୍ତ ବ୍ଲକ ବିକାଶ ପରିଷଦର ସଭାପତିଙ୍କୁ ନେଇ ଗଠିତ ହେବ। ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ପାଇଁ ଆସନ ମଧ୍ୟ ସଂରକ୍ଷିତ କରାଯାଇଛି ।

ABOUT THE AUTHOR

...view details