ଓଡିଶା

odisha

New CM Of Tripura: ମାଣିକ ସାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ପ୍ରଦେଶ ବଜେପି ମୁଖ୍ୟ ମାଣିକ ସାହା ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । 2016ରେ କଂଗ୍ରେସ ଛାଡି ବିଜେପିରେ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ

By

Published : May 14, 2022, 7:00 PM IST

Published : May 14, 2022, 7:00 PM IST

New CM of Tripura: ମାଣିକ ସାହା ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ
New CM of Tripura: ମାଣିକ ସାହା ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ଅଗରତାଲା:ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବଙ୍କ ଇସ୍ତଫା ପରେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ ବିଜେପି ଅଧ୍ୟକ୍ଷ ମାଣିକ ସାହା । ଆଜି (ଶନିବାର) ଅପରାହ୍ନରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ମାଣିକଙ୍କ ନାମରେ ମୋହର ଲାଗିଛି ।

ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିିଏ ବର୍ଷ ବାକି ଥିବା ବେଳେ ଆଜି ଅପରାହ୍ନରେ ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାର ମାତ୍ର କେଇ ଘଣ୍ଟା ମଧ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ କରିଛି ଦଳ ।

ତେବେ ସାହା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିବାକୁ ଯାଉଥିବା ବେଳେ ଆସନ୍ତା ବର୍ଷ (2023) ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସାହାଙ୍କ ନେତୃତ୍ବରେ ଦଳ ନିର୍ବାଚନ ମଧ୍ୟ ସାମ୍ନା କରିବ । ତେବେ ସାହା 2016 ରେ ଭାରତୀୟ ଜାତୀୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । 2020 ରେ ତାଙ୍କୁ ତ୍ରିପୁରା ବିଜେପି ପ୍ରାଦେଶିକ ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଥିଲା । ସେ ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ବେଳେ ତ୍ରିପୁରାର 11ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details