ଓଡିଶା

odisha

ନୂଆବର୍ଷରେ ବୈଷ୍ଣୋଦେବୀ ମନ୍ଦିରରେ ଅଘଟଣ, ଦଳାଚକଟାରେ ୧୨ ମୃତ

By

Published : Jan 1, 2022, 7:12 AM IST

Updated : Jan 1, 2022, 9:04 AM IST

ଜମ୍ମୁ-କାଶ୍ମୀରର କଟରାରେ ଥିବା ବୈଷ୍ଣୋଦେବୀ ମନ୍ଦିରରେ ଅଘଟଣ । ମନ୍ଦିରରେ ଦଳଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ୬ ମୃତ
ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ୬ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କଟରାରେ ଥିବା ବୈଷ୍ଣୋଦେବୀ ମନ୍ଦିରରେ ଅଘଟଣ । ନବବର୍ଷର ପ୍ରଥମ ଦିନ(ଶନିବାର)ରେ ମାଆ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଛି । ଦଳଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିରେ ବହୁସଂଖ୍ୟକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସମୟରେ ମୃତ ଏବଂ ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।

ନୂଆବର୍ଷରେ ବୈଷ୍ଣୋଦେବୀ ମନ୍ଦିରରେ ଅଘଟଣ, ଦଳାଚକଟାରେ ୧୨ ମୃତ

ସୂଚନାଯୋଗ୍ୟ, ନୂଆବର୍ଷରେ ମାଆ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କଟ୍ରାରେ ପହଞ୍ଚିଥିଲେ । ଆଜି ସକାଳୁ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯାଉଥିବା ସମୟରେ ଦଳଚକଟା ସ୍ଥିତି ଉପୁଜିଥିଲା ।

ସେପଟେ ବୈଷ୍ଣୋଦେବୀ ଭବନରେ ଏହି ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖପ୍ରକାଶ କରିଛନ୍ତି ଏବଂ ମୃତତକଙ୍କ ପରିବାରକୁ ସମାବେଦନା ଜଣାଇଛନ୍ତି । ଏଥିସହ PMNRF(Prime Minister's National Relief Fund )ରୁ ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 1, 2022, 9:04 AM IST

ABOUT THE AUTHOR

...view details