ଚେନ୍ନାଇ: ଦୀର୍ଘ ଏକ ଦଶନ୍ଧୀ ପରେ ଦକ୍ଷିଣ ଭାରତର ଅନ୍ୟତମ ବଡ ଓ ବିତ୍ତଶାଳୀ ରାଜ୍ୟ ତାମିଲନାଡୁର କ୍ଷମତାକୁ ଫେରିଛି ଦ୍ରାବିଡ ମୁନ୍ନେତ୍ର କାଝଗାମ ( ଡିଏମକେ) । ଦଳ ଶେଷ ଥର ପାଇଁ 2006 ରୁ 2011 ପର୍ଯ୍ୟନ୍ତ ଶାସନରେ ଥିଲା ।
ଚେନ୍ନାଇ ରାଜଭବନ ପରିସରରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ 68 ବର୍ଷ ବୟସ୍କ ଏମକେ ଷ୍ଟାଲିନଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପରେ ଷ୍ଟାଲିନଙ୍କ 33 ଜଣିଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଥିଲେ ।
ଶପଥ ଗ୍ରହଣ ଉତ୍ସବରେ ଏଆଇଏଡିମକେ ବରିଷ୍ଠ ନେତା ଓ ପନିରସେଲଭମ, କଂଗ୍ରେସ ନେତା ପି ଚିଦାମ୍ବରମ, ଏମଡିଏମକେ ମୁଖ୍ୟ ବୈକୋଙ୍କ ସମେତ ରାଜ୍ୟର କିଛି ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ତାମିଲନାଡୁରେ ଏଡିଏମକେ ଶାସନ ଅଧୀନରେ ରାଜ୍ୟରେ କୌଣସି ପ୍ରଗତି ହେଉନାହିଁ । ରାଜ୍ୟବାସୀ ଏହାକୁ ଅନୁଭବ କରି ଡିଏମକେକୁ ଜିତାଇଛନ୍ତି । ତେବେ ରାଜ୍ୟବାସୀ ଡିଏମକେରୁ ଆଶା ରଖିଥିବା ସମସ୍ତ ପ୍ରଗତିକୁ ଦଳ ପୂରଣ କରିବ ବୋଲି ଷ୍ଟାଲିନ କହିଛନ୍ତି ।
ଏମକେ ଷ୍ଟାଲିନଙ୍କ ମନ୍ତ୍ରୀ ମଣ୍ଡଳ ...
1- ଏମକେ ଷ୍ଟାଲିନ- ମୁଖ୍ୟମନ୍ତ୍ରୀ, ସାଧାରଣ ପ୍ରଶାସନ, ଗୃହ, ସ୍ବତନ୍ତ୍ର ଅଧିକାର,ଭାରତୀୟ ପ୍ରଶାସନିକ ସେବା ବିଭାଗ, ସମସ୍ତ କାର୍ଯ୍ୟକ୍ରମର କାର୍ଯ୍ୟକାରୀ, ଜନମଙ୍ଗଳ କଲ୍ୟାଣକାରୀ ଭଳି ବିଭାଗ ନିଜ ପାଖରେ ରଖିଛନ୍ତି ।
2- ଦୁରାଇ ମୁର୍ଗନ- ଜଳ ସମ୍ପଦ ମନ୍ତ୍ରୀ
3- କେଏନ ନେହେରୁ- ମ୍ୟୁନସିପାଲ ପ୍ରଶାସନ ମନ୍ତ୍ରୀ
4- ଆଇ . ପେରିୟାସାମି- କୋ- ଅପରେଶନ ମନ୍ତ୍ରୀ
5- କେ. ପୋନମୁଦ୍ଦି- ଉଚ୍ଚଶିକ୍ଷା ମନ୍ତ୍ରୀ
6- ଇଭି ଭେଲୁ- ଲୋକଙ୍କ କାର୍ଯ୍ୟ ମନ୍ତ୍ରୀ
7- ଏମଆରକେ ପନିରସେଲଭମ- କୃଷି ମନ୍ତ୍ରୀ
8- କେକେଏସଏସଆର ରାମଚନ୍ଦ୍ରନ- ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ
9- ଟି ଥଙ୍ଗାମ- ଶିଳ୍ପମନ୍ତ୍ରୀ
10- ଏସ ରଘୁବର- ଆଇନ ମନ୍ତ୍ରୀ
11- ଏସ ମୁଥୁସାମୀ- ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ
12- କେଆର ପେରିଆକରୁପ୍ପନ- ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ
13- ଟିଏମ ଅନବାରସନ- ଗ୍ରାମଞ୍ଚଳ ଶିଳ୍ପ ମନ୍ତ୍ରୀ
14- ଏମପି ସାମୀନାଥନ- ସୂଚନା ଓ ପ୍ରସାରଣ ମନ୍ତ୍ରୀ
15- ପି ଗୀଥା ଜୀବନ- ସାମାଜିକ ମହିଳା ଶସକ୍ତିକରଣ ମନ୍ତ୍ରୀ