ଚେନ୍ନାଇ:କୋଭିଡ ସଂକ୍ରମଣକୁ ନେଇ ବଡ ଘୋଷଣା କରିଛନ୍ତି ତମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । କୋଭିଡ ସଂକ୍ରମଣରେ ପିତାମାତା ହରାଇଥିବା ନାବାଳକଙ୍କ ନାମରେ 5 ଲକ୍ଷ ଟଙ୍କା ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକରରେ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ ଷ୍ଟଲିନ ଏପରି ଘୋଷଣା କରିଛନ୍ତି । ତାମିଲନାଡୁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଜାରି ହୋଇଥିବା ପ୍ରେସ ବାର୍ତ୍ତାରେ କୁହାଯାଇଛି ,କୋଭିଡରେ ପିତାମାତା ହରାଇଥିବା ପିଲାମାନଙ୍କ ବିଷୟରେ ଅଧିକାରୀମାନଙ୍କୁ ନିମ୍ନଲିଖିତ ନିର୍ଦ୍ଦେଶ ଦିଆଯାଇଛି।
କୋଭିଡରେକୁ ପିତାମାତା ହରାଇଥିବା ପ୍ରତ୍ୟେକ ଶିଶୁଙ୍କ ନାମରେ ପ୍ରତ୍ୟେକ 5 ଲକ୍ଷ ଟଙ୍କା ପାଇଁ ଏକ ନିର୍ଦ୍ଦିଷ୍ଟ ଜମା ଖୋଲନ୍ତୁ । ଯେତେବେଳେ ପିଲାଟି 18 ବର୍ଷ ବୟସ ଅର୍ଥାତ ସାବଳକ ହେବା ପରେ ସେହି ପିଲାମାନଙ୍କୁ ଉକ୍ତ ଜମା ମୂଳରାଶି ଓ ସୁଧ ପ୍ରଦାନ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଏହି ଅର୍ଥରାଶି ସେମାନଙ୍କ ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ସହାୟକ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।
ସେହିପରି ଭାବେ ଯଦି କୋଭିଡରେ ପିତାମାତାଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହେଲେ ଜୀବୀତ ମାତା କିମ୍ବା ପିତାଙ୍କୁ 3 ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଛି । ଯଦି ଏକ ଶିଶୁ ଯିଏ ଉଭୟ ପିତାମାତାଙ୍କୁ ହରାଇଥାଏ ଏବଂ ଏହାର ସମ୍ପର୍କୀୟମାନଙ୍କ ସହିତ ରହୁଥାଏ ତେବେ ପିଲା ଜଣଙ୍କ ସାବାଳକ ହେବା ଯାଏ ମାସିକ 3,000 ଟଙ୍କା ଦେୟ ପ୍ରଦାନ କିରିବେ ରାଜ୍ୟ ସରକାର । ସେହିପରି ଅନ୍ୟ ଏକ ସର୍ତ୍ତାବଳୀ ଅନୁସାରେ ପିଲାଟି ଯଦି ପୂର୍ବରୁ ଯଦି ପିତାମାତାଙ୍କୁ ହରାଇଥାଏ ଓ ପରେ ଳାଲନ ପାଳନ କରୁଥିବା ଅଭିଭାବକଙ୍କୁ ମଧ୍ୟ କୋଭିଡରେ ହରାଏ, ତେବେ ଏପରି ସ୍ଥଳେ ସେମାନଙ୍କ ନାମରେ 5 ଲକ୍ଷ ଟଙ୍କାର ଅର୍ଥରାଶି ଜମା କରିବେ ରାଜ୍ୟ ସରକାର । ତେବେ ପିଲାମାନଙ୍କ ରକ୍ଷଣାବେକ୍ଷଣା ପ୍ରକ୍ରିୟାର ତଦାରଖ କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବା ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Chennai:Tamil Nadu Chief Minister MK Stalin on Saturday ordered a fixed deposit of Rs 5 lakh in the names of minor children who had lost their parents to Covid-19.
Stalin passed the orders after chairing a meeting of senior officials.
Read:|On his first official visit as CM, Stalin inaugurates COVID care centres, launches vaccination drive
According to a statement issued the following orders have been issued to the officials with regards to children who had lost their parents to Covid-19
-open a fixed deposit for Rs 5 lakh each in the names of each child who had lost its parents to Covid-19. When the child attains 18 years of age, the principal and accumulated interest to be paid to that child;