ଓଡିଶା

odisha

ETV Bharat / bharat

Remark on Sanatan Dharma: ଧିରେନ୍ଦ୍ର ଶାସ୍ତ୍ରୀ କହିଲେ ରାବଣର ବଂଶଜ, ମୁଣ୍ଡ କାଟିଲେ 10କୋଟି ଘୋଷଣା କଲେ ଅଯୋଧ୍ୟା ସନ୍ଥ - ଷ୍ଟାଲିନଙ୍କ ମନ୍ତବ୍ୟକୁ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧ

ସନାତନ ବିରୋଧୀ ମନ୍ତବ୍ୟ ପାଇଁ ଉଦୟାନିଧିଙ୍କୁ ବିଭିନ୍ନ ମହଲରୁ ସମାଲୋଚନା । ରାଜନେତାଙ୍କ ପରେ ଏବେ ସନ୍ଥ ସମାଜର ତୀବ୍ର ବିରୋଧ । ଧିରେନ୍ଦ୍ର ଶାସ୍ତ୍ରୀ କହିଲେ ରାବଣର ବଂଶଜ, ମୁଣ୍ଡ କାଟିଲେ 10 କୋଟି ଘୋଷଣା କଲେ ଅଯୋଧ୍ଯାର ଜଣେ ସନ୍ଥ । ଅଧିକ ପଢନ୍ତୁ

ଧିରେନ୍ଦ୍ର ଶାସ୍ତ୍ରୀ କହିଲେ ରାବଣର ବଂଶଜ, ମୁଣ୍ଡ କାଟିଲେ 10 କୋଟି ଘୋଷଣା କଲେ ସନ୍ଥ
ଧିରେନ୍ଦ୍ର ଶାସ୍ତ୍ରୀ କହିଲେ ରାବଣର ବଂଶଜ, ମୁଣ୍ଡ କାଟିଲେ 10 କୋଟି ଘୋଷଣା କଲେ ସନ୍ଥ

By ETV Bharat Odisha Team

Published : Sep 4, 2023, 10:29 PM IST

ଜୟପୁର/ଲକ୍ଷ୍ନୌ:ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ବିବାଦୀୟ ସନାତନ ବିରୋଧୀ ମନ୍ତବ୍ୟକୁ ନେଇ କଡା ଭାଷାରେ ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ବାଗେଶ୍ବର ଧାମ ପ୍ରମୁଖ ଧିରେନ୍ଦ୍ର ଶାସ୍ତ୍ରୀ । ଏପରି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣେ ମୂର୍ଖ ଓ ସେ ରାବଣର ବଂଜଶ । ସେମାନେ ସନାତନ ଧର୍ମକୁ ଶେଷ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିବାକୁ ପଛାଇନାହାନ୍ତି ଧିରେନ୍ଦ୍ର । ଯଦି କେହି ସନାତନ ଧର୍ମକୁ ଶେଷ କରିବା ପାଇଁ କେହି ପ୍ରୟାସ ଆରମ୍ଭ କରେ, ତେବେ ଏହା ବିରୋଧରେ ଭାରତର ପ୍ରତ୍ୟେକ ସନାତନୀ ରାସ୍ତାକୁ ଓହ୍ଲାଇବେ । ତେଣୁ ଏପରି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ଯ ଦାବି ସହ ସେ ଚେତାବନୀ ଦେଇଛନ୍ତି ।

ଆଜି ରାଜସ୍ଥାନ କୋଟାରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଧିରେନ୍ଦ୍ର ଶାସ୍ତ୍ରୀ । ଏହି ପ୍ରସଙ୍ଗରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବେଶ ଉତ୍ତେଜିତ ନଜର ଆସିଥିଲେ । ସନାତନ ଧର୍ମକୁ ଶେଷ କରିବା କଥା କେବଳ ରାବଣର ବଂଶଜ କହିପାରେ ବୋଲି କହିଥିଲେ । ଏହି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କହିଥିଲେ ।

ସେହିପରି ଏହି ମନ୍ତବ୍ୟକୁ ନେଇ ସନ୍ଥ ସମାଜରେ ମଧ୍ୟ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଅଯୋଧ୍ୟାର ଜଣେ ସନ୍ଥ ଜଗଦଗୁରୁ ପରମହଂସ ଆଚାର୍ଯ୍ୟ ସିଧା ଉଦୟାନିଧିଙ୍କୁ କଠୋର ଚେତାବନୀ ଦେଇଛନ୍ତି । ଏପରି ମନ୍ତବ୍ୟ ଦେଇଥିବା ଉଦୟାନିଧିଙ୍କ ମୁଣ୍ଡକାଟ କଲେ 10 କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଏହି ସନ୍ଥଜଣକ ଘୋଷଣା ମଧ୍ୟ କରିଛନ୍ତି । ଏପରିକି ସେ ଏହି ମନ୍ତବ୍ୟକୁ ବିରୋଧ କରି ଉଦୟାନିଧିଙ୍କର ଏକ ପୋଷ୍ଟରକୁ ଖଣ୍ଡାରେ କାଟିବା ମୁଦ୍ରାରେ ପ୍ରଦର୍ଶିତ କରିଥିଲେ । ଯଦି କେହି ଏପରି କରିବା ପାଇଁ ସାମ୍ନାକୁ ନଆସନ୍ତି, ତେବେ ସେ ନିଜେ ମଧ୍ୟ ଏପରି କରିବାକୁ ପଛାଇବେ ନାହିଁ ବୋଲି ସନ୍ଥଜଣକ କହିଥିଲେ । ଏହି ଘଟଣାରେ ସନ୍ଥ ଓ ସନ୍ୟାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ସମସ୍ତେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Remark on Sanatan Dharma: ମୁଜାଫରପୁର କୋର୍ଟରେ ଉଦୟାନିଧିଙ୍କ ବିରୋଧରେ ମାମଲା

ଅନ୍ୟପଟେ ଏହି ମନ୍ତବ୍ୟ ପାଇଁ ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ବିହାର ମୁଜାଫରପୁର କୋର୍ଟରେ ଏକ ମାମଲା ଦାଏର କରାଯାଇଛି । ମୁଜାଫରପୁରର ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ଉଦୟାନିଧିଙ୍କ ବିରୋଧରେ ମୁଜାଫରପୁର ସିଭିଲ କୋର୍ଟରେ ଏହି ଆବେଦନ ଦାଖଲ କରିଛନ୍ତି । ଉଦୟାନିଧି ସନାତନ ଧର୍ମ ସମ୍ପର୍କରେ ଦେଇଥିବା ବିବାଦୀୟ ତଥା ଅପମାନଜନକ ମନ୍ତବ୍ୟ ସମଗ୍ର ଦେଶର ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କଠୋର ଆଘାତ କରିଥିବା ଅଭିଯୋଗକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି । ତମାମ ବିରୋଧ ଓ ରାଜନୈତିକ ବୟାନବାଜୀ ମଧ୍ୟରେ ଏବେ ଉଦୟାନିଧି ଷ୍ଟାଲିନଙ୍କବି ରୋଧରେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details