କୋଲକାତା:ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପୂର୍ବତନ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ଚଳିତ ମାସ ଶେଷ (ଅଗଷ୍ଟ 31) ଯାଏଁ ବୃଦ୍ଧି କରାଯାଇଛି । ଆଜି (ଗୁରୁବାର) କୋଲକାତାର PMLA କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଉଭୟଙ୍କ ବିଚାର ବିଭାଗୀୟ ଅବଧିକୁ ବଢାଇ ଦେଇଛନ୍ତି । ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଗତମାସରେ ଉଭୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଏହି ମାମଲାର ପୂର୍ବ ଶୁଣାଣି ଚଳିତ ମାସ 5 ତାରିଖରେ ହୋଇଥିଲା । ଏଥିରେ ପ୍ରାର୍ଥ ଓ ଅର୍ପିତାଙ୍କ ଜାମିନ ଖାରଜ କରିବା ସହ ଉଭୟଙ୍କୁ 18 ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ଆଜି ଏହି ଅବଧି ଶେଷ ହେବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଜି ମଧ୍ୟ ଉଭୟଙ୍କ ଜାମିନ ଖାରଜ କରିବା ସହ ଉଭୟଙ୍କୁ ଚଳିତ ମାସ ଶେଷ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି PMLA କୋର୍ଟ ।