କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଫସିଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଗୋଟିଏ ଗୋଟିଏ ଗୁମର ଫିଟୁଛି। ସହରରେ ଉଭୟଙ୍କର ଦୁଇଟି କମ୍ପାନୀ ଥିବା ଜଣାପଡିଛି । ବଙ୍ଗ ସ୍କୁଲ ଶିକ୍ଷା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ପଚରାଉଚରା ବେଳେ ଏହା ଜଣାପଡିଛି ।
ଇଡି ସୂଚନାଅନୁସାରେ, ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଆଧାରରେ କମ୍ପାନୀ 2011 ଓ 2012 ମଧ୍ୟରେ ହୋଇଛି। ଦୁଇଟି ଯାକ କମ୍ପାନୀ ସହରର କେନ୍ଦ୍ରରେ ରହିଛି । ଏହାବାଦ ତଦନ୍ତରେ ପାର୍ଥ ଚାଟାର୍ଜୀ ଓ ଅର୍ପିତାଙ୍କ ଅନ୍ୟ ସମ୍ପତ୍ତି ଜବତ ହୋଇଛି । ନାକତାଲା ବାସଭବନରୁ ପାର୍ଥଙ୍କର 3ଟି ଡାଏରୀ ଜବତ କରିଛି ଅନୁସନ୍ଦାନକାରୀ ଟିମ। 3ଟି ଡାଏରୀର ପ୍ରତିଟି ପୃଷ୍ଠାରେ ଟଙ୍କା ନେଣଦେଣ ଓ ହିସାବ ହୋଇଥିବା ଦେଖିବାକୁ ମିଳିଛି । ତଦନ୍ତକାରୀ ଟିମ ଅନୁଭବ କରିଛି ଯେ ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ମିଳିତ କମ୍ପାନୀ କେବଳ କାଗଜପତ୍ରରେ ଚାଲିଥିବା ସକ୍ରିୟ ନଥିଲା ।