ଓଡିଶା

odisha

By

Published : Nov 16, 2021, 12:02 PM IST

ETV Bharat / bharat

ଶୀତରେ ଥରୁଛି ଭୂସ୍ବର୍ଗ, ଶ୍ରୀନଗରରେ ପାରଦ ମାଇନସ ୧.୨ ଡିଗ୍ରୀ

ଆଜି ଜମ୍ମୁ କାଶ୍ମୀର ଶ୍ରୀନଗରରେ ମାଇନସ ୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଫଳରେ ପ୍ରବଳ ଥଣ୍ତା ଅନୁଭୁତ ହେଉଥିବାରୁ ଲଦାଖର ଦ୍ରାସ ଟାଉନରେ ତାପମାତ୍ରା ମାଇନସ ୧୩.୪ ଡିଗ୍ରୀ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ଶିତରେ ଥରୁଛି ଜାମ୍ମୁକାଶ୍ମୀର, ଶ୍ରୀନଗରରେ ମାଇନସ ୧.୨ଡିଗ୍ରୀ ତାପମାତ୍ରା  ରେକର୍ଡ
ଶିତରେ ଥରୁଛି ଜାମ୍ମୁକାଶ୍ମୀର, ଶ୍ରୀନଗରରେ ମାଇନସ ୧.୨ଡିଗ୍ରୀ ତାପମାତ୍ରା ରେକର୍ଡ

ଶ୍ରୀନଗର: ଶୀତରେ ଥରୁଛି ଜମ୍ମୁ କାଶ୍ମୀର । ଆଜି ଜମ୍ମୁ କାଶ୍ମୀର ଶ୍ରୀନଗରରେ ମାଇନସ ୧.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଫଳରେ ପ୍ରବଳ ଥଣ୍ତା ଅନୁଭୁତ ହେଉଥିବାରୁ ଲଦାଖ ଦ୍ରାସ ଟାଉନରେ ତାପମାତ୍ରା ମାଇନସ ୧୩.୪ ଡିଗ୍ରୀ ରେକର୍ଡ ହୋଇଛି । ଏନେଇ ପାଣିପାଗ ବିଭାଗର ଜଣେ ଅଧିକାରୀ ସୂଚନା ଦେଇ କୁହାଯାଇଛି ଯେ ରାତିରେ ଆକାଶ ସ୍ବଚ୍ଛ ଥିବାରୁ ଆଜି ଜମ୍ମୁ କାଶ୍ମୀର ଏବଂ ଲଦାଖରେ ସର୍ବନିମ୍ନ ତାପମାତ୍ରା ଆହୁରି ହ୍ରାସ ପାଇଛି ।

ତେବେ ଗତକାଲି ରାତିରେ ଶ୍ରୀନଗରର ତାପମାତ୍ରା ମାଇନସ ୧.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାଲଗାମରେ ମାଇନସ ୪.୭ ଓ ଗୁଲମର୍ଗରେ ମାଇନସ ୧.୨ ରେକର୍ଡ ହୋଇଛି । ସେହିପରି ଲଦାଖରେ ଗତରାତିରେ ସର୍ବନିମ୍ନ ତାପମାତ୍ରା ମାଇନସ ୧୦.୮, କାରଗିଲରେ ମାଇନସ ୬.୮ ରେକର୍ଡ ହୋଇଛି । ଜମ୍ମୁ ସହର ଏବଂ କଟରାରେ ୯.୭, ବାଟୋଟ୍ ୬.୩, ବାନିହଲ୍ ୫.୬ ଏବଂ ଭଦରୱାରେ ୧.୭ ତାପମାତ୍ରା ରେକର୍ଡ କରାଯାଇଛି ।

ABOUT THE AUTHOR

...view details