ଓଡିଶା

odisha

ETV Bharat / bharat

ପ୍ରମୁଖ ବିମାନବନ୍ଦର ହେଲା ଶ୍ରୀନଗର ବିମାନବନ୍ଦର

ଶ୍ରୀନଗର ବିମାନବନ୍ଦରକୁ ପ୍ରମୁଖ ବିମାନବନ୍ଦର ଭାବେ ଘୋଷଣା ହୋଇଛି । ଶନିବାର କେନ୍ଦ୍ର ସରକାର ଏ ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 7, 2021, 8:46 AM IST

ପ୍ରମୁଖ ବିମାନବନ୍ଦର ହେଲା ଶ୍ରୀନଗର ବିମାନବନ୍ଦର
ପ୍ରମୁଖ ବିମାନବନ୍ଦର ହେଲା ଶ୍ରୀନଗର ବିମାନବନ୍ଦର

ଶ୍ରୀନଗର:ଶ୍ରୀନଗର ବିମାନବନ୍ଦରକୁ ପ୍ରମୁଖ ବିମାନବନ୍ଦର ଭାବେ ଘୋଷଣା ହୋଇଛି । ଶନିବାର କେନ୍ଦ୍ର ସରକାର ଏନେଇ ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟାରେ, ବେସାମରିକ ବିମାନ ଚଳାଚଳ ନିୟାମକ ପ୍ରାଧିକରଣ ଅଧିନିୟମ ୨୦୦୮ ଅଧୀନରେ ଶ୍ରୀନଗର ବିମାନବନ୍ଦରକୁ ପ୍ରମୁଖ ବିମାନବନ୍ଦର ଭାବରେ ଘୋଷଣା କରାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିମାନ ବନ୍ଦର ଅର୍ଥନୈତିକ ନିୟାମକ ପ୍ରାଧିକରଣ ଅଫ୍ ଇଣ୍ଡିଆ ଆକ୍ଟ, 2008 (ନଂ-27ର 2008) ର ଧାରା-୨ ଉପ-ଧାରା (i) ଦ୍ବାରା ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଶ୍ରୀନଗରରେ ବିମାନବନ୍ଦରକୁ ଏକ ପ୍ରମୁଖ ବିମାନବନ୍ଦର ଭାବରେ ଘୋଷଣା କରାଯାଇଛି ।

କେନ୍ଦ୍ର ପର୍ଯ୍ୟଟନ ଏବଂ ସହଯୋଗ ମନ୍ତ୍ରୀ କହିଛନ୍ତି ଏହା ପର୍ଯ୍ୟଟନକୁ ବୃଦ୍ଧି କରିବାରେ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକ ବିନିଯୋଗରେ ସହାୟକ ହେବ । ଏହା ହେଉଛି ପ୍ରଥମ ଆନ୍ତର୍ଜାତୀୟ ବିମାନ ଯାହା ଦୁଇଟି ଅଞ୍ଚଳକୁ ସଂଯୋଗ କରିଛି । ଶେଖ୍ ଉଲ ଆଲାମ ଅନ୍ତର୍ଜାତୀୟ ବିମାନବନ୍ଦର ଯାହା ଶ୍ରୀନଗର ବିମାନବନ୍ଦର ଭାବରେ ମଧ୍ୟ ଜଣାଶୁଣା ।

ଏହି ପ୍ରୟାସ ପରେ ବିମାନ ବନ୍ଦରରେ ବିମାନ ସେବା ପାଇଁ ଥିବା ଉନ୍ନୟନମୂଳକ ରାଶି ଏବଂ ଯାତ୍ରୀ ସେବା ଶୁଳ୍କ ସହିତ AERA ଶୁଳ୍କ ସ୍ଥିର କରାଯିବ । ଅକ୍ଟୋବର ୨୩ରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରୁ ଶରାଜାହ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details