ଶ୍ରୀନଗର:ଜାମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗର ୟୁନେସ୍କୋ କ୍ରିଏଟିଭ୍ ସିଟି ନେଟଓ୍ବାର୍କ(UCCN)ରେ ସ୍ଥାନ ପାଇଛି । ପୂର୍ବରୁ ଏହି ତାଲିକାରେ ବିଶ୍ବରର 49ଟି ସହର ସ୍ଥାନ ପାଇଥିବାବେଳେ ଏଥିରେ ସାମିଲ ହୋଇଛି ଶ୍ରୀନଗର ।
ୟୁନେସ୍କୋ ୱେବସାଇଟରେ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ 90ଟି ଦେଶର 295 ଏହିପରି ସହର ଏହି ତାଲିକାରେ ସାମିଲ ହୋଇଛନ୍ତି । ସଂସ୍କୃତି ଏବଂ ସୃଜନଶୀଳତା, ହସ୍ତଶିଳ୍ପ ଏବଂ ଲୋକକଳା, ସାହିତ୍ୟ, ସଙ୍ଗୀତ ଇତ୍ୟାଦିରେ ସ୍ଥାୟୀ ସହରୀ ବିକାଶ ବିଭିନ୍ନ ମାପଦଣ୍ଡରେ ଏହି ମାନ୍ୟତା ପାଇଥାନ୍ତି ବିଭିନ୍ନ ସହର । ଶିଳ୍ପ ଏବଂ ଲୋକକଳା ବର୍ଗରେ ୟୁନେସ୍କୋ କ୍ରିଏଟିଭ୍ ସିଟି ନେଟୱାର୍କ (ୟୁସିସିଏନ୍) ରେ ସାମିଲ ହୋଇଛି ଶ୍ରୀନଗର । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗର, ଜାମ୍ମୁ କାଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।