ରାମେଶ୍ବରମ: ଶ୍ରୀଲଙ୍କା ନୌସେନା ଦ୍ବାରା ୮ଜଣ ଭାରତୀୟ ମତ୍ସ୍ୟଜୀବୀ ଗିରଫ । ଶ୍ରୀଲଙ୍କାର କ୍ୟାଟଚଥିଭୁ ଦ୍ବୀପ ନିକଟରୁ ଆଜି( ରବିବାର) ସକାଳୁ ଶ୍ରୀଲଙ୍କା ନୌସେନା ଏମାନଙ୍କୁ ଗିରଫ କରିଥିବା ନେଇ ମତ୍ସ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମାଛ ଧରିବାକୁ ଯାଇଥିବାବେଳେ ଭୁଲବଶଃତ ଶ୍ରୀଲଙ୍କା ସୀମାରେ ଅନୁପ୍ରବେଶ କରିଯାଇଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା - ୮ ଭାରତୀୟ ମତ୍ସ୍ୟଜୀବୀ ଗିରଫ
ଶ୍ରୀଲଙ୍କା ନୌସେନା ଦ୍ବାରା ୮ଜଣ ଭାରତୀୟ ମତ୍ସ୍ୟଜୀବୀ ଗିରଫ । ଶ୍ରୀଲଙ୍କାର କ୍ୟାଟଚଥିଭୁ ଦ୍ବୀପ ନିକଟରୁ ଆଜି( ରବିବାର) ସକାଳୁ ଶ୍ରୀଲଙ୍କା ନୌସେନା ଏମାନଙ୍କୁ ଗିରଫ କରିଥିବା ନେଇ ମତ୍ସ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ
୮ ଭାରତୀୟ ମତ୍ସ୍ୟଜୀବି ଗିରଫ କଲା ଶ୍ରୀଲଙ୍କା ନୌସେନା
ସେହିପରି ଅନେକ ମତ୍ସ୍ୟଜୀବୀ ଫେବୃଆରୀ 26ରୁ ମେକାନାଇଜଡ୍ ଡଙ୍ଗାରେ ମାଛ ଧରିବାକୁ ବାହାରି ଥିଲେ । ଏମାନେ ପାଲ୍କ ଷ୍ଟ୍ରାଇଟ୍ରେ ମାଛ ଧରୁଥିବାବେଳେ ଶ୍ରୀଲଙ୍କା ନୌସେନା ପଳେଇ ଆସିବାରୁ କିଛି ପଳେଇ ଆସିଥିବାବେଳେ 8ଜଣଙ୍କୁ ଗିରଫ କରିଥିଲେ । ତେବେ ମତ୍ସ୍ୟଜୀବୀଙ୍କୁ ଗିରଫ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାବେଳେ ମତ୍ସ୍ୟଜୀବଙ୍କୁ ଉଦ୍ଧାର କରିବା ଲାଗି ଲୋକେ ସରକାରଙ୍କ ପାଖରେ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ