ନୂଆଦିଲ୍ଲୀ: ଭାରତର 72ତମ ସାଧାରଣ ଦିବସ ଉପଲକ୍ଷେ ବିଭିନ୍ନ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ମାନେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ରାଜପାକ୍ସେ କହିଛନ୍ତି ‘ଶ୍ରୀଲଙ୍କାର ସରକାର ଏବଂ ଲୋକମାନଙ୍କ ତରଫରୁ ମୁଁ 72 ତମ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଏକ ରାଷ୍ଟ୍ର ଭାବରେ ଭାରତ ଶକ୍ତିରୁ ଶକ୍ତି ପର୍ଯ୍ୟନ୍ତ ଯାଇପାରେ ଏବଂ ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ ଆହ୍ବାନରେ ଭାରତ ବିଜୟୀ ହୁଅନ୍ତୁ ବୋଲି ମଧ୍ୟ ଶୁଭେଚ୍ଛା ଜଣା ବିଜୟୀ ହୁଅନ୍ତୁ ବୋଲି କହିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ।
ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ଓ ଇସ୍ରାଏଲ - ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଭାରତର 72ତମ ସାଧାରଣ ଦିବସ ଉପଲକ୍ଷେ ବିଭିନ୍ନ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପଢନ୍ତୁ ଅଧିକ.....
ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ଓ ଇସ୍ରାଏଲ
ସେହିପରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଭାରତକୁ ହାର୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସେ ଏନେଇ ଟୁଇଟ କରି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ସେ ଏହି ଅବସରରେ ଦୁଇ ଦେଶର ବନ୍ଧୁତା କଥା ମଧ୍ୟ ଉଦାହରଣ ଦେଇଚନ୍ତି । ନେତାନ୍ୟାହୁ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ବନ୍ଧୁତା ଆହୁରି ଦୃଢ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ