ଓଡିଶା

odisha

By

Published : May 27, 2021, 6:00 PM IST

ETV Bharat / bharat

ଜୁନରୁ ସମସ୍ତ ଆପୋଲୋ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି

କୋରୋନାକୁ ମାତ ଦେବାକୁ ଭାରତରେ ପହଞ୍ଚିସାରିଥିବା ଋଷ ଟିକା ସ୍ପୁଟନିକ-ଭି ଏବେ ସମଗ୍ର ଦେଶର ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

ଜୁନରେ ସମସ୍ତ ଆପୋଲୋ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି
ଜୁନରେ ସମସ୍ତ ଆପୋଲୋ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି

ନୂଆଦିଲ୍ଲୀ:କୋଭିଡ ଯୁଦ୍ଧରେ ଆଉ ଏକ ପାଦ ଆଗେଇଛି ଆପୋଲୋ ହସ୍ପିଟାଲ । କୋରୋନାକୁ ମାତ ଦେବାକୁ ଭାରତରେ ପହଞ୍ଚିସାରିଥିବା ଋଷ ଟିକା ସ୍ପୁଟନିକ-ଭି ଏବେ ସମଗ୍ର ଦେଶର ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେବ ।

ଆସନ୍ତା ଜୁନ ମାସ ଦ୍ବିତୀୟ ସମପ୍ତାହରୁ ସ୍ପୁଟନିକ-ଭି ଭ୍ୟାକ୍ସିନ ସମସ୍ତ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି କହିଛନ୍ତି ହସ୍ପିଟାଲର ଏକଜିକ୍ୟୁଟିଭ ଭାଇସ ଚେୟାରପର୍ସନ ଶୋବନା କାମିନେନି । ତୃତୀୟ ଟିକା ଭାବରେ ଭାରତରେ ଅନୁମୋଦନ ପାଇସାରିଛି ସ୍ପୁଟନିକ-ଭି ।

ଭାରତରେ କ୍ରମାଗତ ଜାରି ରହିଛି କୋଭିଡ ବିରୋଧରେ ଯୁଦ୍ଧ । ମାରାତ୍ମକ ଭୂତାଣୁର ନିପାତ ଲାଗି ଦେଶର ତିଆରି କରୁଛି ମହୌଷଧି । ଏଥିଲାଗି ଘରୋଇ ଔଷଧ କମ୍ପାନୀ ପେନେସିଆ ବାୟୋଟେକ୍ ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (Russian Direct Investment Fund-RDIF) ସହ ହାତ ମିଳାଇଛି । ଫଳର ଏବେ ଭାରତରେ ସ୍ପୁଟନିକ-ଭି କୋରୋନା ଟିକାର ଉତ୍ପାଦନ ଆରମ୍ଭ ହୋଇଛି ।

ବାୟୋଟେକ୍ ପ୍ରତି ବର୍ଷ 10 କୋଟି ଭ୍ୟାକ୍ସିନ ଡୋଜ ପ୍ରସ୍ତୁତ କରିବ । କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଭ୍ୟାକ୍ସିନର ଗୋଟିଏ ପର୍ଯ୍ୟାୟ ଋଷରେ ପହଞ୍ଚି ସାରିଲାଣି । ସେଠାରେ ଏହାର କ୍ବାଲିଟି ଚେକ କରାଯିବ ।

ଏପଟେ ଦୁଇଟି ପର୍ଯ୍ୟାୟରେ ଋଷରୁ ଆସି ଭାରତରେ ପହଞ୍ଚି ସାରିଛି ସ୍ପୁଟନିକ-ଭି ।

ABOUT THE AUTHOR

...view details