ଓଡିଶା

odisha

ETV Bharat / bharat

ଆସୁଛି Sputnik-V ବୁଷ୍ଟର ସଟ୍‌, ଡେଲ୍ଟା ଭ୍ୟାରିଆଣ୍ଟକୁ ଦେବ ମାତ୍‌

ଖୁବ ଶୀଘ୍ର କୋଭିଡକୁ ପ୍ରତିହତ କରିବାକୁ ଆସୁଛି ସ୍ପୁଟନିକ-ଭିର ବୁଷ୍ଟର ସଟ୍‌ । ଏହା କୋରୋନା ଭାଇରସର ଡେଲଟା ଭ୍ୟାରିଆଣ୍ଟ ବିରୋଧରେ ବଡ ଅସ୍ତ୍ର ସାବ୍ୟସ୍ତ ହୋଇପାରେ । ଅଧିକ ପଢନ୍ତୁ...

ଆସୁଛି Sputnik-V ବୁଷ୍ଟର ସଟ୍‌, ଡେଲ୍ଟା ଭ୍ୟାରିଆଣ୍ଟକୁ ଦେବ ମାତ୍‌
ଆସୁଛି Sputnik-V ବୁଷ୍ଟର ସଟ୍‌, ଡେଲ୍ଟା ଭ୍ୟାରିଆଣ୍ଟକୁ ଦେବ ମାତ୍‌

By

Published : Jun 17, 2021, 9:57 PM IST

ନୂଆଦିଲ୍ଲୀ: ଦିନକୁ ଦିନ ନିଜ ରୂପ ବଦଳାଉଛି କୋରୋନା । ଏପେଟେ ବୈଜ୍ଞାନିକମାନେ ମଧ୍ୟ ଏହାକୁ ମାତ ଦେବାକୁ ଜାରି ରଖିଛନ୍ତି ପ୍ରୟାସ । ଏହାରି ମଧ୍ୟରେ ହାତରେ ଲାଗିଛି ଆଉ ଏକ ସଫଳତା ।

ଖୁବ ଶୀଘ୍ର କୋଭିଡକୁ ପ୍ରତିହତ କରିବାକୁ ଆସୁଛି ସ୍ପୁଟନିକ-ଭିର ବୁଷ୍ଟର ସଟ୍‌ । ଏହା କୋରୋନା ଭାଇରସର ଡେଲଟା ଭ୍ୟାରିଆଣ୍ଟ ବିରୋଧରେ ବଡ ଅସ୍ତ୍ର ସାବ୍ୟସ୍ତ ହୋଇପାରେ । ଡେଲଟା ଭ୍ୟାରିଆଣ୍ଟ ପ୍ରଥମେ ଭାରତରେ ମିଳିଥିଲା । ଯାହା ଦେଶରେ ସୃଷ୍ଟି କରିଛି ଆତଙ୍କ ।

ସ୍ପୁଟନିକ ଭି ହେଉଛି ପ୍ରଥମ କୋଭିଡ ଟିକା କକଟେଲ, ଯାହାକୁ ଏପ୍ରିଲ 2020ରେ ଗାମାଲିଆ ସେଣ୍ଟର ପ୍ରସ୍ତୁତ କରିଥିଲା । ଏହା ଦୁଇଟି ଭିନ୍ନ ଆଡେନୋଭାଇରାଲ୍ ଭେକ୍ଟର୍ Ad5 ଏବଂ Ad26 ଉପରେ ପ୍ରସ୍ତୁତ । ଅର୍ଥାତ ଯଦି ଟୀକାକରଣର ଗୋଟିଏ ସଟରେ ଆଡେନୋଭାଇରାଲ ଭେକ୍ଟର Ad5 ବ୍ୟବହାର କରାଯାଏ, ତେବେ ଦ୍ବିତୀୟ ଡୋଜରେ ଆଡେନୋଭାଇରାଲ୍ ଭେକ୍ଟର Ad26 ଅର୍ଥାତ୍ ବୁଷ୍ଟର୍ ଡୋଜରେ ବ୍ୟବହୃତ ହୁଏ |

2019ରେ ଗାମାଲିଆ ସେଣ୍ଟର ମିଡିଲ ଇଷ୍ଟ ରେସପିରେଟୋରୀ ସିଣ୍ଡ୍ରୋମ କୋରୋନା ଭାଇରସ ବିରୋଧରେ ଭ୍ୟାକ୍ସିନ ପ୍ରସ୍ତୁତ କରିଛି । ଏହି ଭ୍ୟାକ୍ସିନ, ଯାହା ପ୍ରକୃତରେ ଏକ ଟିକା କକଟେଲ ଥିଲା ତାହା କୋରୋନାର କାୟା ବିସ୍ତାର କରିବା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ।

ABOUT THE AUTHOR

...view details