ଓଡିଶା

odisha

By

Published : Jul 11, 2021, 4:19 PM IST

ETV Bharat / bharat

'Delta Strain ବିପକ୍ଷରେ 90 ପ୍ରତିଶତ ସଫଳ ସ୍ପୁଟନିକ-ଭି'

କୋରୋନା ମହାମାରୀର ଡେଲଟା ଷ୍ଟ୍ରେନ ବିରୋଧରେ ଋଷୀୟ ଟିକା ସ୍ପୁଟନିକ-ଭି 90 ପ୍ରତିଶତ ଫଳପ୍ରଦ ବୋଲି ଋଷର ବୈଜ୍ଞାନିକମାନେ କହିଛନ୍ତି । ଅଧିକ ପଢନ୍ତୁ...

'Delta Strain ବିପକ୍ଷରେ 90 ପ୍ରତିଶତ ସଫଳ ସ୍ପୁଟନିକ-ଭି'
'Delta Strain ବିପକ୍ଷରେ 90 ପ୍ରତିଶତ ସଫଳ ସ୍ପୁଟନିକ-ଭି'

ମସ୍କୋ: ଋଷିଆ ଟିକା ସ୍ପୁଟନିକ-ଭି କୋରୋନା ଭାଇରସର ନୂଆ ଷ୍ଟ୍ରେନ ଡେଲଟା ବିପକ୍ଷରେ 90 ପ୍ରତିଶତ ସଫଳ । ତେବେ ଏ ସମ୍ପର୍କରେ ଋଷିଆର ନୋଭାସିବିସ୍କ ଷ୍ଟେଟ ୟୁନିଭରସିଟି ଲାବ୍ରୋଟୋରୀର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

ସ୍ପୁଟନିକ-ଭି ଟିକା ମହାମାରୀର ପ୍ରଥମ ଷ୍ଟ୍ରେନଗୁଡିକ ବିରୋଧରେ 95 ପ୍ରତିଶତ ସୁରକ୍ଷା ଦେଉଥିବା ବେଳେ ଡେଲଟା ଭ୍ୟାରିଆଣ୍ଟ ବିରୋଧରେ 90 ପ୍ରତିଶତ ସୁରକ୍ଷା ଦେବ । ଡେଲଟା ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଏହା 100 ପ୍ରତିଶତ କାମ ଦେବ ବୋଲି ସୂଚନା ମିଳିଛି । ଗତ 2020 ମସିହା ଅଗଷ୍ଟ ମାସରେ ବିଶ୍ବରେ ଋଷିଆ ପ୍ରଥମ ଦେଶ ଭାବରେ କୋରୋନା ଟିକା ସୃଷ୍ଟି କରିଥିଲା ।

ସ୍ପୁଟନିକ-ଭି ଲୋକଙ୍କୁ 2ଟି ଡୋଜରେ ଦିଆଯାଉଛି । ତେବେ ଏହି ଟିକା ନେବା ପରେ ଲୋକମାନେ ସାମାନ୍ୟ ଅସୁସ୍ଥତା ଅନୁଭବ କରୁଛନ୍ତି । ଋଷର ଏହି ଟିକା ଉତ୍ପାଦକାରୀମାନେ ସ୍ପୁଟନିକର ପ୍ରଭାବ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଟିକା ବିଶ୍ବର ପ୍ରାୟ 60ଟି ଦେଶରେ ବ୍ୟବହାର କରାଯାଉଛି ବୋଲି ସୂଚନା ମିଳିଛି ।

ଏହି ଋଷୀୟ ଟିକାର ପ୍ରଭାବକୁ ନେଇ ଭିନ୍ନ ଭିନ୍ନ ମତ ରହିଛି । ଦି ଲାନସେଟ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ପରୀକ୍ଷଣ ଅନୁଯାୟୀ, ସ୍ପୁଟନିକ-ଭି ଟିକା 91.6 ପ୍ରତିଶତ ଫଳପ୍ରଦ ହେଉଛି । ସେପଟେ ସ୍ପୁଟନିକ୍ ଭି ବିକଶିତ କରିଥିବା ଏପିଡେମୋଲୋଜି ଏବଂ ମାଇକ୍ରୋବାଓଲୋଜିର ଗାମାଲିଆ ଜାତୀୟ ଅନୁସନ୍ଧାନ କେନ୍ଦ୍ର ଏବଂ ଋଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (RDIF) ରିପୋର୍ଟ ଅନୁସାରେ ଏହା 97.6 ପ୍ରତିଶତ ଫଳପ୍ରଦ ।

@ANI

ABOUT THE AUTHOR

...view details