ଓଡିଶା

odisha

ETV Bharat / bharat

ତାମିଲନାଡୁରେ ବିଷାକ୍ତ ମଦ ପିଇ 12 ମୃତ, 24ରୁ ଅଧିକ ଗୁରୁତର - ତାମିନଲାଡୁରେ ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା

ତାମିଲନାଡୁରେ ବୃଦ୍ଧି ପାଉଛି ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଗୁରୁତର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୯ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

Spurious liquor kills several people in Tamil Nadu
Spurious liquor kills several people in Tamil Nadu

By

Published : May 15, 2023, 8:09 AM IST

Updated : May 15, 2023, 10:41 AM IST

ଚେନ୍ନାଇ:ବିହାର ପରେ ତାମିଲନାଡୁରେ ଆତଙ୍କ ଖେଳାଇବାରେ ଲାଗିଛି ମଦ ମୃତ୍ୟୁ ମାମଲା । ବୃଦ୍ଧି ପାଇଛି ଆହତ ଏବଂ ମୃତକଙ୍କ ସଂଖ୍ୟା । ବିଷାକ୍ତ ମଦ ପିଇ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି । ତାମିଲନାଡୁର ଭିଲ୍ଲୁପୁରମ ଏବଂ ଛେଙ୍ଗାଲପାଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ମୋଟ ୧୨ଜଣ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି । ଭିଲ୍ଲୁପୁରମରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛେଙ୍ଗାଲପାଟୁରେ ୪ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଗତକାଲି(ରବିବାର) ଦିନ ଭିଲ୍ଲୁପୁରମ ମରକ୍କଏନମର ଏକାଏକିୟାକୁପ୍ପମରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଛେଙ୍ଗାଲପାଟୁ ଜିଲ୍ଲାର ମଦୁରାନାଥଗମ ଅଞ୍ଚଳରେ ଶୁକ୍ରବାର ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ପୁଣି ଜଣେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ଏହାସହ ୨୪ରୁ ଅଧିକ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସ୍ଥାନୀୟ ପୋଲିସ ଇନ୍ସିପେକ୍ଟର କହିଛନ୍ତି,"ମୃତ୍ୟୁବରଣ କରିଥିବା ସମସ୍ତ ୧୦ଜଣ ବ୍ୟକ୍ତି ଇଥାନଲ ମିଥାନଲ ମିଶ୍ରିତ ବିଷାକ୍ତ ମଦ ପିଇଥିଲେ । ତାମିଲନାଡୁର ଉତ୍ତର ଜୋନରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ଲିଙ୍କ ପାଇନଥିଲେ ହେଁ ତଦନ୍ତ ଜାରି ରଖିଛି । "

ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ଆଇଜି କହିଛନ୍ତି, "ତାମିଲନାଡୁର ଭିଲ୍ଲୁପୁରମ ଏବଂ ଛେଙ୍ଗାଲପାଟୁ ଜିଲ୍ଲାରୁ ମଦ ମୃତ୍ୟୁ ନେଇ ଖବର ସାମ୍ନାକୁ ଆସିଛି । ଭିଲ୍ଲୁପୁରମର ଏକିୟାକୁପ୍ପମରେ ଗତକାଲି ୬ଜଣ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ନିକଟରେ ବାନ୍ତି, ଆଖିରେ ଇୱଫେକ୍ସନ ଲକ୍ଷଣ ରହିଥିଲା । ଖବର ପାଇ ପୋଲିସ ପ୍ରଥମେ ଗ୍ରାମକୁ ଯିବା ସହ ହସ୍ପିଟାଲ ଯାଇଥିଲା । ତଦନ୍ତ କରାଯାଇ ଅମରନ ନାମକ ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇ ତଦନ୍ତ କରାଯାଉଛି । ଏହାସହ ମଦକୁ ଜବତ କରାଯାଇ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି,"ରବିବାର ସକାଳେ ଆଉ ଜଣେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଛେଙ୍ଗାଲପାଟୁ ଜିଲ୍ଲାର ଚିଥାମୁରରେ ଦମ୍ପତିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଏହାସହ ସେହିପରିବାରର ଅନ୍ୟ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାରିବାରିକ କଳହ କାରଣରୁ ଦୁଇଜଣଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ନେଇ ପ୍ରଥମେ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କର ଲକ୍ଷଣରୁ ଜଣାପଡିଲା ଯେ, ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଛି ।" ଏହି ମଦ ମୃତ୍ୟୁ ମାମଲାରେ ଭିଲ୍ଲୁପୁରମର ମରକ୍କାନମରେ ୨ଜଣ ଇନ୍ସିପେକ୍ଟର ଏବଂ ୨ ସବ ଇନସ୍ପିପେକ୍ଟରଙ୍କୁ ସସପେଣ୍ଡ କରାଯାଇଛି ।

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି, "ତାମିଲନାଡୁ ମଦ ମୃତ୍ୟୁ ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୭ଟି ମାମଲା ରୁଜୁ ହୋଇଛି । ମଦ ଏବଂ ଗୁଟକା କିଣା ବିକା ଘଟଣାରେ ଏହି ୯ଜଣଙ୍କ ସଂପୃକ୍ତି ରହିଥିଲା । "

Last Updated : May 15, 2023, 10:41 AM IST

ABOUT THE AUTHOR

...view details