ଓଡିଶା

odisha

By ETV Bharat Odisha Team

Published : Dec 3, 2023, 1:49 PM IST

ETV Bharat / bharat

ରାଜସ୍ଥାନରେ ବିଜେପି ସରକାର: ଫେରିବେ ବସୁନ୍ଧାର ନା ଆରମ୍ଭ ହେବ ଯୋଗୀରାଜ !

ରାଜସ୍ଥାନରେ କଂଗ୍ରେସ କ୍ଷମତାର ଅଙ୍କ ସଫା । ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଚର୍ଚ୍ଚା ଆରମ୍ଭ । ରାଣୀ ବସୁନ୍ଧରାଙ୍କ ନିକଟକୁ ଫେରିବ ମୁକୁଟ ନା ରାଜ୍ୟକୁ ମିଳିବେ ଯୋଗୀ ମୁଖ୍ୟମନ୍ତ୍ରୀ ବାଲକନାଥ । ଅଧିକ ପଢନ୍ତୁ

ରାଜସ୍ଥାନରେ ବିଜେପି ସରକାର: ଫେରିବେ ବସୁନ୍ଧାର ନା ଆରମ୍ଭ ହେବ ଯୋଗୀରାଜ !
ରାଜସ୍ଥାନରେ ବିଜେପି ସରକାର: ଫେରିବେ ବସୁନ୍ଧାର ନା ଆରମ୍ଭ ହେବ ଯୋଗୀରାଜ !

ଜୟପୁର: ରାଜସ୍ଥାନ ଚଳିତ ଥର ମଧ୍ୟ ନିଜର ରାଜନୈତିକ ପରମ୍ପରାର ଧାରା ବଜାୟ ରଖିଛି । ଚଳିତ ଥର ବିଜେପି କଂଗ୍ରେସକୁ ପରାଜିତ କରି କ୍ଷମତା ହାସଲ କରିବାକୁ ଯାଉଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, ବିଜେପି 114 ଆସନରେ ଆଗୁଆ ରହିଛି । ସଂଖ୍ୟା ବହୁମତ ପାଇଁ 100 ଆସନ ଆବଶ୍ୟକ ଥିବା ବେଳେ ଟ୍ରେଣ୍ଡ ଅନୁସାରେ, ବିଜେପି ସରକାର ଗଠନ ପାଇଁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି । ଏହାରି ମଧ୍ୟରେ ଏବେ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । କାରଣ ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପ୍ରତିଦ୍ବନ୍ଦୀ ଭାବେ ସାମ୍ନାକୁ ଆସିଛନ୍ତି ଚଳିତ ଥର ବିଧାନସଭା ନିର୍ବାଚନ ଲଢିଥିବା ଦଳୀୟ ସାଂସଦ ମହନ୍ତ ବାଲକନାଥ । ଅଲୱର ଲୋକସଭା ସାଂସଦ ହେଉଛନ୍ତି ବାବା ବାଳକନାଥ । ହେଲେ ତାଙ୍କୁ ଦଳ ବିଧାନସଭା ଲଢାଇବା ଦିନରୁ ସେ ହିଁ ଦଳର ଅଘୋଷିତ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଚର୍ଚ୍ଚା ହୋଉଛି ।

ପ୍ରଦେଶ ବିଜେପିରେ ସବୁଠୁ ବଡ ଚେହେରା ହେଉଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ। ବସୁନ୍ଧରା ରାଜେ ଝାଲରପଟନ ଆସନରୁ 48 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇସାରିଥିବା ମଧ୍ୟ ସୂଚନା ମିଳିଛି । ବାଲକନାଥ ମଧ୍ୟ ତିଜାରା ଆସନରେ ବଡ ବ୍ୟବଧାନରେ ନିଜ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି । ମାତ୍ର ଦଳ ଏଥର ବସୁନ୍ଧରାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ନିର୍ବାଚନୀ ଲଢେଇରେ ସାମ୍ନାକୁ ଆଣିନଥିଲା । ଦଳୀୟ ଆଧାରରେ ନିର୍ବାଚନ ଲଢି ବିଜେପି ଏବେ କ୍ଷମତା ହାସଲ କରିବାକୁ ଯାଉଥିବା ବେଳେ ବାବା ବାଲକନାଥ ବସୁନ୍ଧରାଙ୍କ ବିକଳ୍ପ ହେବା ନେଇ ଆଶା କରାଯାଉଛି । ଗଣତି ଜାରି ରହିଥିବା ବେଳେ ଚିତ୍ର ଓ ସଂଖ୍ୟା ସ୍ପଷ୍ଟ ହେବା ପାଇଁ ଆଉ କିଛି ଘଣ୍ଟା ସମୟ ଲାଗିବ । ଏହା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ସଙ୍କେତ ସ୍ପଷ୍ଟ ହେବ । ଚଳିତ ଥର 7 ବିଜେପି ସାଂସଦ ବିଧାନସଭା ନିର୍ବାଚନ ଲଢିଛନ୍ତି । ତେବେ ଉତ୍ତର ପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ଯୋଗୀ ଶାସନ ଦେଖିବାକୁ ମଳିବାର ସମ୍ଭାବନା ଅନେକାଂଶରେ ରହିଛି ।

ଏହା ମଧ୍ୟ ପଢନ୍ତୁ :- Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

କିଏ ମହନ୍ତ ବାଳକନାଥ ?

ଦଳର ପ୍ରଥମ ଥରର ସାଂସଦ ହେଉଛନ୍ତି ବାଲକନାଥ ରାଜସ୍ଥାନ ଅଲୱର ଲୋକସଭା ଆସନରୁ ସଂସଦରେ ପ୍ରତିନିଧିତ୍ବ କରୁଛନ୍ତି । ଗତ ଲୋକସଭା ନିର୍ବାଚନରେ ପ୍ରଥମଥର ପାଇଁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ମସ୍ତନାଥ ମଠର ମହନ୍ତ ବାବା ବାଳକନାଥ ରାଜନୀତିରେ ସକ୍ରିୟ ଏଣ୍ଟ୍ରି ମାରିବା ପରେ ତାଙ୍କର ଲୋକପ୍ରିୟତା ଆହୁରି ବଢିଥିବା କୁହାଯାଏ । ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଶାସନ ଏକ ମଡେଲରେ ପରିଣତ ହେବା ପରେ ରାଜସ୍ଥାନରେ ମଧ୍ୟ ଦଳ ସେହି ଫଣ୍ଡା ଆପଣାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ବାଲକନାଥ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details