ନୂଆଦିଲ୍ଲୀ: ଭାରତ ଛାଡ ଆନ୍ଦୋଳନର ଆଜି ହେଉଛି 79 ତମ ବର୍ଷ ପୂର୍ତ୍ତି । ଏ ଅବସରରେ ଉପନିବେଶବାଦ ବିରୋଧ ଲଢେଇରେ ସାମିଲ ହୋଇଥିବା ଜନନାୟକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତ ଛାଡ ଆନ୍ଦୋଳନର ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପିଏମ । ସମଗ୍ର ଭାରତରେ ଆନ୍ଦୋଳନର ଆତ୍ମା ପୁର୍ନଃଜୀବିତ ରହିଛି । ଯାହା ଦେଶର ଯୁବକ ମାନଙ୍କୁ ଶକ୍ତି ଯୋଗାଉଛି । ଯାହା ଉପନିବେଶବାଦ ବିରୋଧରେ ସଂଗ୍ରାମକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ମହାତ୍ମାଗାନ୍ଧୀଙ୍କ ଦ୍ବାର ଅନୁପ୍ରାଣିତ ହୋଇ ଭାରତ ଛାଡିବା ଆନ୍ଦୋଳନର ଆତ୍ମା ସମଗ୍ର ଭାରତରେ ଗୁଜଂରିତ ହୋଇଥିଲା । ଯାହା ଆମ ଦେଶର ଯୁବକମାନଙ୍କୁ ଶକ୍ତି ପ୍ରଦାନ କରିଥିଲା ବୋଲି ଟ୍ବିଟ କରିଛନ୍ତି ପିଏମ । ଭାରତ ଛାଡ ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା । ଗାନ୍ଧୀଙ୍କ ନେତୃତ୍ୱରେ ସମଗ୍ର ଭାରତରେ ଲୋକମାନେ ସାମ୍ରାଜ୍ୟବାଦକୁ ହଟାଇବା ପାଇଁ ଏକାଠି ହୋଇଥିଲେ ।