ଓଡିଶା

odisha

By

Published : Jan 12, 2023, 8:56 AM IST

ETV Bharat / bharat

ଖୋଲିଲାନି ଦ୍ବାର, ବିମାନ ବନ୍ଦରରେ ଘଣ୍ଟାଏ ବନ୍ଦ ରହିଲେ ଯାତ୍ରୀ

ଖୋଲିଲାନି ବିମାନ ଦ୍ବାର । ବିମାନ ବନ୍ଦରରେ ଏକ ଘଣ୍ଟା କାଳ ବନ୍ଦ ରହିଲେ ଯାତ୍ରୀ । ଅଧିକ ପଢନ୍ତୁ

ସ୍ପାଇସଜେଟ୍ ଏୟାରଲାଇନର ଅବହେଳା
ସ୍ପାଇସଜେଟ୍ ଏୟାରଲାଇନର ଅବହେଳା

ନୂଆଦିଲ୍ଲୀ: ଖୋଲିଲାନି ବିମାନ ଦ୍ବାର । ବିମାନ ବନ୍ଦରର ବୋର୍ଡିଂ ଗେଟ୍‌ ଓ ବିମାନ ମଧ୍ୟରେ ଘଣ୍ଟାଏ କାଳ ବନ୍ଦ ରହିଲେ ଯାତ୍ରୀ (SpiceJet locked people between boarding gate and aircraft) । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସ୍ପାଇସଜେଟ୍ ଏୟାରଲାଇନର ଏପରି ଚରମ ଅବହେଳା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀରୁ ବେଙ୍ଗାଲୁରୁ ଯିବାକୁ ଥିବା ଯାତ୍ରୀମାନଙ୍କୁ ଏରୋବ୍ରିଜରେ ଦୀର୍ଘ ସମୟ ବନ୍ଦ କରି ରଖାଯାଇଥିବା ସୌମିଲ ଅଗ୍ରୱାଲ ନାମକ ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି । ଗତ ମଙ୍ଗଳବାର ଦିଲ୍ଲୀ-ବେଙ୍ଗାଲୁରୁ SG 8133 ବିମାନର ଟର୍ମିନାଲ ୩ରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ଅଭିଯୋଗକାରୀ ଜଣେ ଟ୍ରାଭେଲ ବ୍ଲଗର(travel vlogger) ହୋଇଥିବାବେଳେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏ ସମ୍ପର୍କରେ ପୋଷ୍ଟ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା ପାଇଁ ଯାତ୍ରୀମାନେ ଟର୍ମିନାଲ ୩ରେ ବୋର୍ଡିଂ ଗେଟ୍ ଦେଇ ବିମାନ ମଧ୍ୟରେ ପ୍ରବେଶ ପାଇଁ ଯାଇଥିଲେ । ମାତ୍ର ବିମାନର ମୁଖ୍ୟଦ୍ବାର ରହିଥିଲା । ଏହାପରେ ଯାତ୍ରୀମାନେ ୱେଟିଂ ଏରିଆକୁ ଫେରିବା ପାଇଁ ବୋର୍ଡିଂ ଗେଟ୍ ଖୋଲିବାକୁ କହିଥିଲେ । ମାତ୍ର ଏୟାରଲାଇନ କର୍ତ୍ତୃପକ୍ଷ ସିଧା ସିଧା ମନା କରିଦେଇଥିଲେ । ଦୀର୍ଘ ସମୟ ଛିଡା ହୋଇ ରହିବା ପରେ କିଛି ବରିଷ୍ଠ ନାଗରିକ ପାଣି ମାଗିଥିଲେ । ହେଲେ ତାଙ୍କୁ ପାଣି ମିଳିନଥିଲା । ଗେଟ୍ ଖୋଲିବା ପରେ ବିମାନ ଭିତରେ ପାଣି ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ । ଏହିପରି ଭାବେ ଯାତ୍ରୀଙ୍କୁ ବୋର୍ଡିଂ ଗେଟ୍‌ ଓ ବିମାନ ମଧ୍ୟରେ ପ୍ରାୟ ୧ ଘଣ୍ଟା କାଳ ବନ୍ଦ ରହିବାକୁ ପଡିଥିଲା (SpiceJet locked people at Delhi airport) । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏହାକୁ ନେଇ ବ୍ଲଗର ଜଣକ କହିଛନ୍ତି, କେବେ କେବେ ବିମାନ ଉଡାଣ ବିଳମ୍ବ ହୋଇଥାଏ । ହେଲେ ଯାତ୍ରୀଙ୍କୁ ବୋର୍ଡିଂ ଗେଟ୍ ପାର୍ କରି ଆଗରେ ଗେଟ୍ ବନ୍ଦ କରିଦେବା ଉଚିତ୍ ନୁହେଁ । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ସ୍ପାଇସଜେଟ୍ ମୁଖପାତ୍ର(SpiceJet spokesperson) ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି ଯେ, ଖରାପ ପାଣିପାଗ ଯୋଗୁଁ ବିମାନ ଉଡାଣ ବିଳମ୍ବ ହୋଇଥିଲା । ଯାତ୍ରୀମାନଙ୍କ ସୁରକ୍ଷା ଯାଞ୍ଚ ହୋଇସାରିଥିବାରୁ ସେମାନଙ୍କୁ ଏରୋବ୍ରିଜରେ ଅପେକ୍ଷା କରିବାକୁ କୁହାଯାଇଥିଲା । ତେବେ ପୂର୍ବରୁ ସ୍ପାଇସଜେଟ୍ ବିମାନରେ ଅନେକ ଯାନ୍ତ୍ରିକ ତ୍ରୁଟି ମାମଲା ସାମ୍ନାକୁ ଆସିଛି ।

ABOUT THE AUTHOR

...view details