ହାଇଦ୍ରାବାଦ:ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ବରେ ଉତ୍ସାହ ପରିଲକ୍ଷିତ ହୋଇଛି । ସମସ୍ତେ ଜାନୁୟାରୀ 22ରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲାଙ୍କ ଭବ୍ୟ ଉତ୍ସବକୁ ଅନାଇ ବସିଛନ୍ତି । ଏହାରି ମଧ୍ୟରେ ଆସନ୍ତା ଫେବୃଆରୀ ୧ ତାରିଖରୁ ଅଯୋଧ୍ୟାରୁ ଚେନ୍ନାଇ, ମୁମ୍ବାଇ ଓ ବେଙ୍ଗାଲୁରୁକୁ ନିୟମିତ ବିମାନ ସେବା ଆରମ୍ଭ ହେବ । ଏନେଇ ବିମାନ ସେବା ଯୋଗାଉଥିବା ସ୍ପାଇସଜେଟ ପକ୍ଷରୁ ସୂଚନା ମିଳିଛି ।
ଏହି ରୁଟରେ କମ୍ପାନି ବୋଇଙ୍ଗ 189 ସିଟ୍ ବିଶିଷ୍ଟ 737 ବିମାନ ନିୟୋଜିତ କରିବ । ଏନେଇ ସ୍ପାଇସଜେଟ ଏୟାରଲାଇନ କହିଛି ଯେ, ଆମର ନେଟୱର୍କକୁ ମଜବୁତ କରିବା ପାଇଁ ସ୍ପାଇସଜେଟ ନିରନ୍ତର ପ୍ରୟାସ କରୁଛି । ତେଣୁ ଅଯୋଧ୍ୟାକୁ ଶୀଘ୍ର ଭାରତର ଅନ୍ୟାନ୍ୟ ପ୍ରମୁଖ ସହର ସହ ଯୋଡିବାକୁ ଲକ୍ଷ୍ୟ ରଖିଛି ବୋଲି ଏୟାରଲାଇନ୍ସ ଏକ ମିଡିଆ ବିବୃତ୍ତିରେ କହିଛି। ଗତ ସପ୍ତାହରେ ସ୍ପାଇସଜେଟ୍ ଜାନୁଆରୀ 21 ତାରିଖରେ ଦିଲ୍ଲୀରୁ ଅଯୋଧ୍ୟାକୁ ଏକ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଥିଲା । ଜାନୁଆରୀ 22ରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ଯାତ୍ରୀମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ ହେବ । ସେହିପରି ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ସ୍ପାଇସଜେଟ ରିଟର୍ଣ୍ଣ ଫ୍ଲାଇଟର ମଧ୍ୟ ବ୍ୟବସ୍ଥା କରିଛି ।