ଓଡିଶା

odisha

ବିମାନ ଭିତରେ ଧୂଆଁ, ଜରୁରୀ ଅବତରଣ କଲା ସ୍ପାଇସ ଜେଟ

ସ୍ପାଇସ ଜେଟ ବିମାନ ଭିତରେ ଧୂଆଁ । ଦିଲ୍ଲୀରେ କଲା ଜରୁରୀକାଳୀନ ଅବତରଣ । ସମସ୍ତ ଯାତ୍ରୀ ସୁରକ୍ଷିତ ସୂଚନା । ଅଧିକ ପଢନ୍ତୁ

By

Published : Jul 2, 2022, 9:44 AM IST

Published : Jul 2, 2022, 9:44 AM IST

ବିମାନ ଭିତରେ ଧୁଆଁ, ଜରୁରୀ ଅବତରଣ କଲା ସ୍ପାଇସ ଜେଟ
ବିମାନ ଭିତରେ ଧୁଆଁ, ଜରୁରୀ ଅବତରଣ କଲା ସ୍ପାଇସ ଜେଟ

ନୂଆଦିଲ୍ଲୀ:ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ସ୍ପାଇସ ଜେଟର ଏକ ବିମାନ । ନୂଆଦିଲ୍ଲୀରୁ ଜବଲପୁର ଅଭିମୁଖେ ଉଡାଣ ଭରିଥିବା ସ୍ପାଇସ ଜେଟର ଏକ ବିମାନ ଭିତରେ ପ୍ରବଳ ଧୂଆଁ ଦେଖାଯିବା ପରେ ବିମାନଟି ଜରୁରୀକାଳୀନ ଭାବେ ପୁଣି ଦିଲ୍ଲୀ ବିମାନ ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିଛି । ସମସ୍ତ ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ବିମାନଟି ସକାଳେ ଦିଲ୍ଲୀ ବିମାନ ବନ୍ଦରରୁ ଜବଲପୁର ଅଭିମୁଖେ ଉଡାଣ ଭରିଥିଲା । ମଝି ଆକାଶରେ ଥିବା ବେଳେ ବିମାନ ଭିତରେ ଧୂଆଁ ଦେଖିବାକୁ ମିଳିଥିଲା । ଯାତ୍ରୀମାନେ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ କରିଥିଲେ । ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବିମାନଟି ନୂଆଦିଲ୍ଲୀ ବିମାନ ବନ୍ଦରର ଏୟାର- ଟ୍ରାଫିକ ନିୟନ୍ତ୍ରଣ କକ୍ଷର ଅନୁମତି କ୍ରମେ ସୁରକ୍ଷିତ ପୁଣି ଅବତରଣ କରିଛି । ଯାତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ କୌଣସି ସୂଚନା ନାହିଁ ।

ଧୂଆଁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ଯାନ୍ତ୍ରିକ ତ୍ରୁଟି ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବା ନେଇ ବିମାନ କମ୍ପାନୀ କହିଛି । ନିକଟ ଅତୀତରେ ମଧ୍ୟ ସ୍ପାଇସ ଜେଟ ବିମାନର ଏକ ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ଜରୁରୀକାଳୀନ ଅବତରଣ କରିଥିଲା । ସେଥିରେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଓ କ୍ର୍ୟୁ ସଦସ୍ୟ ସୁରକ୍ଷିତ ଥିଲେ । ତେବେ ବାରମ୍ବାର ଏପରି ଘଟଣା ବିମାନ ଯାତ୍ରୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି ।

ABOUT THE AUTHOR

...view details