ଓଡିଶା

odisha

ETV Bharat / bharat

ବିଶ୍ବକପ ଫାଇନାଲ, ମୁମ୍ବାଇରୁ ଅହମମ୍ମଦାବାକୁ ଗଡ଼ିଲା ସ୍ବତନ୍ତ୍ର ବନ୍ଦେ ଭାରତ ଟ୍ରେନ୍‌ - ମୁମ୍ବାଇରୁ ଅହମ୍ମଦାବାଦକୁ ଗଡିଛି ସ୍ବତନ୍ତ୍ର ବନ୍ଦେ ଭାରତ

ଆଜି ବିଶ୍ବକପ ଫାଇନାଲ ଲଢ଼େଇ । ମୁମ୍ବାଇରୁ ଅହମ୍ମଦାବାଦକୁ ଗଡ଼ିଲା ସ୍ବତନ୍ତ୍ର ବନ୍ଦେ ଭାରତ ଏକ୍ସପ୍ରେସ ।ଅଧିକ ପଢ଼ନ୍ତୁ

special Vande Bharat train for world cup final
special Vande Bharat train for world cup final

By ETV Bharat Odisha Team

Published : Nov 19, 2023, 9:23 AM IST

ମୁମ୍ବାଇ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଯିବ ବିଶ୍ବକପ ଫାଇନାଲ ମୁକାବିଲା । ଟ୍ରଫି ହାତେଇବା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଫାଇଟ । ବିଶ୍ବକପ ଫାଇନାଲ ପାଇଁ ମୁମ୍ବାଇରୁ ଅହମ୍ମଦାବାଦକୁ ଗଡ଼ିଛି ସ୍ବତନ୍ତ୍ର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ସକାଳ 5ଟା 15 ମିନିଟରେ ଏହା ମୁମ୍ବାଇ ସେଣ୍ଟ୍ରାଲ ରେଲଓ୍ବେ ଷ୍ଟେସନରୁ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସକାଳ 10ଟା 40 ମିନିଟରେ ଏହା ଅହମ୍ମଦାବାଦରେ ପହଞ୍ଚିବ । ଆଜି ଦୁଇ ରାଜ୍ୟ ମଧ୍ୟରେ 11ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ଏନେଇ କେନ୍ଦ୍ରୀୟ ରେଳ ବିଭାଗ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍ ଫାଇନାଲ: ମୁମ୍ବାଇରୁ ଅହମ୍ମଦାବାଦକୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍

ବିଶ୍ୱକପ ପାଇଁ ଶନିବାର ଏକ ସ୍ୱତନ୍ତ୍ର ଟ୍ରେନ୍‌ ସନ୍ଧ୍ୟା 5ଟା ସମୟରେ ଦିଲ୍ଲୀରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯାହା ଏବେ ଅହମ୍ମବାଦରେ ପହଞ୍ଚି ସାରିଛି । ସେହିପର ବିଶ୍ୱକପ ପାଇଁ ମୁମ୍ବାଇରୁ ଚଳାଚଳ କରୁଥିବା ପ୍ରଥମ ସ୍ବତନ୍ତ୍ର ଟ୍ରେନ ହେଉଛି- ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍-ଅହମ୍ମଦାବାଦ ସ୍ପେଶାଲ ଏକ୍ସପ୍ରେସ । ଏହା ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ମୁମ୍ବାଇରୁ ଶନିବାର ରାତି 10ଟା 30 ମିନିଟରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା । ଯାହା ସକାଳ 6 ଟା 40 ମିନିଟରେ ଅହମ୍ମଦାବାଦରେ ପହଞ୍ଚି ସାରିଛି । ମ୍ୟାଚ୍ ସରିବା ପରେ ଏହି ସ୍ପେଶାଲ ଏକ୍ସପ୍ରେସ ସେହି ଦିନ ମଧ୍ୟରାତ୍ରୀ 1ଟା 44 ମିନିଟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ଏହା ନଭେମ୍ବର 20 ତାରିଖ ସକାଳ 10ଟା 35 ମିନିଟରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ପହଞ୍ଚିବ ।

ଦ୍ବିତୀୟ ସ୍ବତନ୍ତ୍ର ଟ୍ରେନ୍‌ ବାନ୍ଦ୍ରା ଟର୍ମିନସ୍-ଅହମ୍ମଦାବାଦ ସ୍ପେଶାଲ୍ ଟ୍ରେନ୍ ଶନିବାର ରାତି 11ଟା 45 ମିନିଟରେ ବାନ୍ଦ୍ରା ଟର୍ମିନସରୁ ଯାତ୍ରା ଆରମ୍ଭ କରି ଆଜି ସକାଳ 7ଟା 20 ମିନିଟରେ ଅହମ୍ମଦାବାଦରେ ପହଞ୍ଚିଛି । ଏହି ଟ୍ରେନ୍ ନଭେମ୍ବର 20 ତାରିଖ ସକାଳ 4 ଟାରେ ଅହମ୍ମଦାବାଦ ଛାଡ଼ି ସେହିଦିନ ରାତି 12ଟା 10 ମିନିଟରେ ବାନ୍ଦ୍ରା ଟର୍ମିନସରେ ପହଞ୍ଚିବ । ମୁମ୍ବାଇ ସେଣ୍ଟ୍ରାଲ୍-ଅହମ୍ମଦାବାଦ ଶନିବାର 11ଟା 55 ମିନିଟରେ ମୁମ୍ବାଇ ସେଣ୍ଟ୍ରାଲ୍ ଛାଡ଼ିଥିବା ବେଳେ ଆଜି ସକାଳ 8ଟା 45 ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ । 20 ତାରିଖ ସକାଳ 6ଟା 20 ମିନିଟରେ ଏହା ଅହମ୍ମଦାବାଦ ଛାଡ଼ିବା ସହ, ସେହିଦିନ ଅପରାହ୍ନରେ ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିବ ।

ABOUT THE AUTHOR

...view details