ଓଡିଶା

odisha

ETV Bharat / bharat

Parliament Special Session: ପୁରୁଣା ସଂସଦ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ ନୂଆପିଢିକୁ ପ୍ରେରଣା ଦେବ - ସଂସଦ ସ୍ବତନ୍ତ୍ର ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ଭୋଧନ

ସଂସଦ ସ୍ବତନ୍ତ୍ର ଅଧିବେଶନରରେ ଲୋକସଭାରେ ଅଧିବେଶନକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ପୁରୁଣା ସଂସଦ ନୂଆ ପିଢିକୁ ପ୍ରେରଣା ଦେବ । ଅଧିକ ପଢନ୍ତୁ

pm modi in Special Session of Parliament
Parliament Special Session

By ETV Bharat Odisha Team

Published : Sep 18, 2023, 1:38 PM IST

ନୂଆଦିଲ୍ଲୀ:ପୁରୁଣା ସଂସଦ ଭବନ ଛାଡିବା ଅନୁଭବ ହୋଇ ରହିବ । ମୁଁ ଯେବେ ପ୍ରଥମ ସଂସଦକୁ ଆସିଥିଲି ମୁଣ୍ଡିଆ ମାରି ଆସିଥିଲି । ଦେଶ ପାଇଁ ଆଗକୁ ବଢିବାର ସମୟ ଆସିଛି । ଐତିହାସିକ ଭବନକୁ ବିଦାୟ ଦେବାର ସମୟ ଆସିଛି । ପୁରୁଣା ସଂସଦ ନୂଆ ପିଢିକୁ ପ୍ରେରଣା ଦେବ । ନୂଆ ଆଶା, ନୂଆ ସ୍ବପ୍ନ ଓ ନୂଆ ସଂକଳ୍ପ ନେଇ ଆଗକୁ ବଢିବା । ଭାରତ ଗୌରବ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ସବୁଆଡେ ଭାରତୀୟଙ୍କ ଉପଲବ୍ଧିକୁ ନେଇ ଚର୍ଚ୍ଚା ଚାଲିଛି । ପୁରୁଣା ସଂସଦ ଭବନ ଦେଇଥିବା ବିଶ୍ବାସ ନେଇ ନୂଆ ସଂସଦ ଭବନ ଯିବା । ଜି20 ସଫଳତା ଦେଶର ସଫଳତା । ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । 75 ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା ସହ ଲୋକସଭାରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲୋକସଭାରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି,'' ଏହି ସଂସଦରୁ ବିଦାୟ ନେବା ଅତ୍ୟନ୍ତ ଭାବୁକ କ୍ଷଣ । ପରିବାର ବି ଯଦି ପୁରୁଣା ଘର ଛାଡି ନୂଆ ଘର ଯାଏ ତେବେ ବହୁତ ସ୍ମୃତି ସାଥୀରେ ନିଏ । ଆମେ ଯେବେ ଏହି ସଦନ ଛାଡି ଯାଉଛି ଆମ ମନ ମସ୍ତିଷ୍କରେ ମଧ୍ୟ ଅନେକ ସ୍ମୃତି ରହିଛି । ଖଟାମିଠା ଅନୁଭବ ରହିଛି କଥାକଟିର ମାହୋଲ ରହିଛି ପୁଣି ଉତ୍ସବର ଅନୁଭବ ବି ରହିଛି । ସବୁ ସ୍ମୃତି ଆମ ସହିତ ରହିବ । ସ୍ବାଧୀନ ଭାରତର ନବନିର୍ମାଣ ସହ ଯୋଡି ହୋଇଥିବା ଅନେକ ଘଟଣା ଏହି 75 ବର୍ଷରେ ଏହି ସଦନ ଦେଖିଛି । ବିଦେଶୀ ଶାସକ ଏହାକୁ ତିଆରି କରିଥିଲେ ମାତ୍ର ଏଥିରେ ଅର୍ଥ, ପରିଶ୍ରମ ଓ ଝାଳ ଭାରତୀୟଙ୍କର ରହିଛି ।''

ବାଜପେୟୀଙ୍କ କଥା ମନେ ପକାଇଲେ ମୋଦି: ସଂସଦର ସ୍ବତନ୍ତ୍ର ଅଧିବେଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥା ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ସଂସଦରେ ଅଟଳ ବିହାରୀ ବାଜପେୟୀ କହିଥିବା ସେହି କଥା ଆଜି ବି ଗୁଞ୍ଜରିତ ହେଉଛି । ସଂସଦରେ ବାଜପେୟୀ କହିଥିଲେ'ସରକାର ଆସିବ ଯିବ, ଦଳ ଆସିବ ଯିବ କିନ୍ତୁ ଦେଶ ରହିବା ଦରକାର ।' ଏହି ସମୟରେ ତାଳିରେ କମ୍ପିଥିଲା ସଂସଦ ଭବନ । ସବକା ସାଥ ସବକା ବିକାଶର ମନ୍ତ୍ରୀ ଅନେକ ଐତିହାସିକ ନିର୍ଣ୍ଣୟ ଓ ସ୍ଥାୟୀ ସମାଧାନ ଏହି ସଂସଦରେ ହୋଇଛି । ଧାରା 370 ଏହି ସଦନ କାରଣକୁ ହୋଇଥିବା ଗର୍ବର ସହିତ କହିବ । ୱାନ ନେଶନ ୱାନ ଟ୍ୟାକ୍ସ ଜିଏସଟିର ନିର୍ଣ୍ଣୟ ମଧ୍ୟ ଏହି ସଦନରେ ହୋଇଛି । ୱାନ ରାଙ୍କ ୱାନ ପେନସନ ମଧ୍ୟ ଏହି ସଦନ ଦେଖିଛି । କୌଣସି ବିବାଦ ବିନା ଗରିବଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ପ୍ରଥମ ଥର ହୋଇଥିଲା । ଏ ସେହି ସଦନ ଯେଉଁଠି ପଣ୍ଡିତ ନେହେରୁଙ୍କ 'At the stroke of the midnight' ଆମକୁ ପ୍ରେରଣା ଦେବ ।''

ସଂସଦ ଉପରେ ଆତଙ୍କୀ ଆକ୍ରମଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ:ଗଣତନ୍ତ୍ରର ମନ୍ଦିର ସଂସଦ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଲୋକତନ୍ତ୍ରର ଏହି ସଦନରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହା କେବଳ ଗୋଟିଏ ଘର ଉପରେ ଆକ୍ରମଣ ନୁହେଁ ଏହା ଗଣତନ୍ତ୍ରର ମାଆ ଉପରେ ଆକ୍ରମଣ ଥିଲା । ଦେଶ ଏହି ଘଟଣାକୁ କେବେ ଭୁଲି ପାରିବ ନାହିଁ । ଆତଙ୍କୀଙ୍କ ସହ ଲଢି ଲଢି ସଦନକୁ ବଞ୍ଚାଇବାକୁ ଛାତିରେ ଗୁଳି ଖାଇ ପ୍ରାଣବଳି ଦେଇଥିବା ସେହି ମହାନ ଆତ୍ମାଙ୍କୁ ପ୍ରଣାମ କରୁଛି । ସେମାନେ ଆଜି ଆମ ସହିତ ନାହାନ୍ତି ହେଲେ ବହୁତ ବଡ ରକ୍ଷା କରିଛନ୍ତି ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''କୋଭିଡ ମହାମାରୀ ସମୟରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଭିତରେ ବି ଅନେକ ସାଂସଦରେ ଅଧିବେଶନରେ ଯୋଗ ଦେଇ ଦାୟିତ୍ବ ତୁଲାଇଛନ୍ତି । ହ୍ବିଲ ଚେୟାର ମଧ୍ୟ ସାଂସଦଙ୍କୁ ଆସିବାକୁ ପଡିଛି । ଅନେକଙ୍କୁ ଡାକ୍ତରଙ୍କୁ ବାହାରେ ରଖି ସଂସଦକୁ ଆସିଛନ୍ତି । ଆମ ସାଂସଦ କୋରୋନା ସଂଙ୍କଟରେ ସଂସଦକୁ ଆସି ତାଙ୍କ କର୍ତ୍ତବ୍ୟ କରିଛନ୍ତି । ଭାରତର ବିକାଶ ଯାତ୍ରା ପ୍ରଭାବିତ ହୋଇନାହିଁ । ସ୍ବାଧୀନତା ପରେ ଅନେକ ସମାଲୋଚକ ଭାବୁଥିଲେ କଣ ଭାରତ ଏକ ହୋଇ ରହିପାରିବ ଦେଶର କଣ ହେବ ଆମେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି । ଏହି ସଂସଦର ଶକ୍ତି ଏହା କରି ଦେଖାଇଛି । ଲୋକଙ୍କ ବିଶ୍ବାସ ଏହା କରି ଦେଖାଇଛି ।''

ଏହା ବି ପଢନ୍ତୁ...Parliament Special Session: ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଐତିହାସିକ ନିର୍ଣ୍ଣୟର ଅବସର ଏହି ଅଧିବେଶନ

ସେହିପରି ସଂସଦ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଲୋକସଭା ବାଚସ୍ପତି ଓମ ବିର୍ଲା ନୂଆଦିଲ୍ଲୀରେ ଅନୁଷ୍ଠିତ ଜି20 ଶିଖର ସମ୍ମିଳନୀର ସଫଳତା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି । ଜି20 ସମ୍ମିଳନୀର ସଫଳତା ପ୍ରତି ଭାରତୀୟଙ୍କୁ ଗର୍ବିତ କରିଛି । ବୈଷୟିକ ସ୍ତରରେ ଦେଶର ନେତୃତ୍ବକୁ ନୂଆ ଦିଗ ଦେଇଛି ।

ନୂଆଦିଲ୍ଲୀ ଘୋଷଣାନାମା ବିଶ୍ବନେତାଙ୍କ ଦ୍ବାରା ଗ୍ରହଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଗ୍ଲୋବାଲ ସ୍ତରରେ ଭାରତ ସ୍ବର ସାଜିଛି । ଆଫ୍ରିକାନ ୟୁନିୟନ ସ୍ଥାୟୀ ସଦସ୍ୟ ହୋଇଛି । ଏହି ସମ୍ମିଳନୀ ଆକାର, ଭବ୍ୟତାରେ ଅଦ୍ଭୂତପୂର୍ବ ଥିଲା । ଏଥିରୁ ବିଶ୍ବକୁ ଭାରତର ବିଭିଦତା, ଲୋକତାନ୍ତ୍ରିକ ଶକ୍ତି ଦେଖିବାକୁ ମିଳିଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ମଧ୍ୟରେ ଜି20 ସମ୍ମିଳନୀର ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details