ଓଡିଶା

odisha

ETV Bharat / bharat

Special session of Parliament: ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ, ଜାଣନ୍ତୁ 5 ଦିନରେ କଣ ସରକାରଙ୍କ ପ୍ରସ୍ତୁତି - ସଂସଦର ସ୍ବତନ୍ତ୍ର ଅଧିବେଶନ

ଆଜିଠୁ ସଂସଦର 5 ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ । 8ଟି ବିଲ ଉପସ୍ଥାପିତ କରିପାରନ୍ତି ସରକାର । ଆସନ୍ତା 22 ତାରିଖ ଯାଏ ଚାଲିବ ଅଧିବେଶନ । ଅଧିକ ପଢନ୍ତୁ

Special session of Parliament
ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ

By ETV Bharat Odisha Team

Published : Sep 18, 2023, 9:04 AM IST

ନୂଆଦିଲ୍ଲୀ: ସଂସଦର 5 ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜିଠୁ (ସୋମବାର) ଆରମ୍ଭ ହେବ । ଏହା ଆସନ୍ତା 22 ତାରିଖ ଯାଏ ଚାଲିବ । ଅଧିବେଶନର ପ୍ରଥମ ଦିନ ଅର୍ଥାତ ଆଜି ରାଜ୍ୟସଭାର 75 ବର୍ଷର ସଂସଦୀୟ ଯାତ୍ରା, ଉପଲବ୍ଧି ହାସଲ ଉପରେ ଚର୍ଚ୍ଚା ହେବ । ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଅଧିବେଶନ ହେବ । ଦ୍ବିତୀୟ ଦିନଠୁ ଗଣେଷ ଚତୁର୍ଥୀରେ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ସମ୍ବିଧାନ ସଭାଠାରୁ ଆରମ୍ଭ କରି ସଂସଦର 75 ବର୍ଷ ଯାତ୍ର ଉପରେ ଆଲୋଚନା ହେବ । ଏହି ସ୍ବତନ୍ତ୍ର ଅଧିବେଶନରେ ସରକାର 8ଟି ବିଲ ଉପସ୍ଥାପନ ଓ ଗୃହିତ କରିପାରନ୍ତି ।

5 ଦିନିଆ ଅଧିବେଶନର ଏହି ବିଲ ଉପରେ ହେବ ଆଲୋଚନା:ସଂସଦର 5 ଦିନିଆ ସ୍ବତନ୍ତ୍ର ଅଧିବେଶନରେ ବିଶେଷ କରି 8ଟି ବିଲ ଉପସ୍ଥାପନ ଓ ଗୃହୀତ କରିବାକୁ ଯୋଜନା କରିଛନ୍ତି । ସ୍ବତନ୍ତ୍ର ଅଧିବେଶନରେ ମୋଟ 8ଟି ବିଲ ଉପରେ ଆଲୋଚନା ହୋଇପାରେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ସେଥିରେ ରହିଛି ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନ ନିଯୁକ୍ତି ବିଲ-2023, ଆଡଭୋକେଟ (ସଂଶୋଧନ) ବିଲ -2023, ପ୍ରେସ ଆଣ୍ଡ ରେଜିଷ୍ଟ୍ରେସନ ଅଫ ଫିରିଓଡିକାଲ୍ସ ବିଲ-2023 ଏବଂ ପୋଷ୍ଟ ଅଫିସ ବିଲ-2023 । ସର୍ବଦଳୀୟ ବୈଠକରେ ବିରୋଧୀ ନେତା ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ଏକ ବିଲ ଏବଂ ଏସ/ଏସଟି ଆଦେଶରେ ସମ୍ବଦ୍ଧିତ 3 ବିଲକୁ ଏଜେଣ୍ଡା କରିଛନ୍ତି । ସରକାର ଉପସ୍ଥାପନ କରିବାକୁ ଥିବା ପ୍ରଥମ ସୂଚୀବଦ୍ଧ ବିଲରେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ଏବଂ ନିର୍ବାଚନ ଆୟୋଗ ନିଯୁକ୍ତ ବିଲ ସାମିଲ ରହିଛି । ଏହି ବିଲ ଗତ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଉପସ୍ଥାପନ ହୋଇଥିଲା ଏହାକୁ ବିରୋଧୀ ବିରୋଧ କରିଥିଲେ ।

ତେବେ ସରକାର ଏହି ସ୍ବତନ୍ତ୍ର ଅଧବେଶନରେ ଏକ ଦେଶ ଏକ ନିର୍ବାଚନ ବିଲ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦେଶରେ ଏକ ସମୟରେ ଲୋକସଭା ଓ ରାଜ୍ୟସଭା ନିର୍ବାଚନ କରିବା ଲାଗି ସରକାର ବିଚାର କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ 8 ଜଣିଆ କମିଟି ଗଠନ ହୋଇଛି । ଏହାର ବୈଠକ ଆସନ୍ତା 23 ତାରିଖରେ ବସିବ ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ...Special session of Parliament: ଆରମ୍ଭ ହେଲା ସର୍ବଦଳୀୟ ବୈଠକ

ଏହା ବି ପଢନ୍ତୁ...New Building of Parliament: ନୂଆ ସଂସଦ ଭବନ ଗଜ ଦ୍ବାରରେ ଧ୍ୱଜାରୋହଣ କଲେ ଉପରାଷ୍ଟ୍ରପତି

ଏହା ବି ପଢନ୍ତୁ...Special session of Parliament: ମହିଳା ସଂରକ୍ଷଣ ବିଲ ଦାବି କଲା କଂଗ୍ରେସ

ସର୍ବଦଳୀୟ ବୈଠକ ଆଲୋଚନା:ସ୍ବତନ୍ତ୍ର ଅଧିବେଶ ପୂର୍ବରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଗତକାଲି (ରବିବାର) ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ଶାସକ ବିରୋଧୀଙ୍କ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ । ମହିଳା ସଂରକ୍ଷଣ ବିଲ୍‌ ଆଣିବା ପାଇଁ କଂଗ୍ରେସ ଦାବି କରିଥିଲା । ବିରୋଧୀ ଦର୍ଶାଇଥିଲେ କି ଏହି ବିଲ ବହୁ ଦିନ ଧରି ପଡି ରହିଛି । ଏହାକୁ ଆଗତ କରାଗଲେ ସର୍ବସମ୍ମତିକ୍ରମେ ଗୃହୀତ ହୋଇପାରିବ । ବିଲରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ 33ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରାବଧାନ ରହିଛି । ମହିଳା ସଂରକ୍ଷଣ ବିଲ ଅଣାଗଲେ ଏହାକୁ ସବୁ ଦଳ ସମର୍ଥନ କରିବେ ବୋଲି କହିଥିଲେ ବିରୋଧୀ ।

ABOUT THE AUTHOR

...view details