ଲକ୍ଷ୍ନୌ: ପ୍ରତାପଗଡ ଜିଲ୍ଲା ମହେଶଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ହରିକେଶ ଗ୍ରାମ ନିବାସୀ ତଥା ଉତ୍ତର ପ୍ରଦେଶ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ରାକେଶ ଶୁକ୍ଲାଙ୍କ ଭାଇ ଅଶ୍ୱିନୀ ଶୁକ୍ଲାଙ୍କୁ ପିଟିପିଟି ହତ୍ୟା ।
ଅଶ୍ୱିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପରିବାର ଲୋକେ ତାଙ୍କୁ ରାୟ ବରେଲିରୁ ରାଜଧାନୀ ଲକ୍ଷ୍ନୌର କେଜିଏମୟୁକୁ ସ୍ଥାନାନ୍ତରିତ କରିଥିବାବେଳେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ସଦସ୍ୟ ଏନେଇ ଥାନାରେ ରିପୋର୍ଟ ଦାୟର କରିଛନ୍ତି ।