ହାଇଦ୍ରାବାଦ:ବିଶେଷତଃ ଭାରତରେ ନାରୀ ଶକ୍ତିର ଅଦ୍ଭୁତପୂର୍ବ ଜଲୱା ଦେଖିବାକୁ ମିଳେ । ନାଁ ଶୁଣିଲେ ଡରୁଛି ଶତ୍ରୁ । ଭୟରେ ଥରହର ଶତ୍ରୁ ଦେଶ । ଏହି ନାରୀ ଶକ୍ତି ଦେଶ ବାହାରେ ଓ ଦେଶ ଭିତରେ ଥିବା ଶତ୍ରୁଙ୍କ ଦାଉରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ସେମାନଙ୍କ ସହ ଲଢେଇ କରି ମୁହଁ ତୋଡ ଜବାବ ଦେଉଛନ୍ତି । ତେଣୁ କେବଳ ଚୀନ ଓ ଆମେରିକା କାହିଁକି, ଭାରତୀୟ ସେନା ବାହିନୀରେ ମଧ୍ୟ ପାୱାରଫୁଲ ନାରୀ ଶକ୍ତି ଦେଖିବାକୁ ମିଳେ । ଗତ କିଛି ଦିନ ହେଲା ଭାରତର ସଶସ୍ତ୍ର ସେନାବାହିନୀରେ ମହିଳାଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସରକାରଙ୍କ ପ୍ରାଥମିକତାକୁ ଆଧାର କରି ସେନାରେ ମହିଳାଙ୍କ ଭୂମିକାକୁ ବୃଦ୍ଧି କରାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରାଯାଉଛି । ନିକଟରେ SSC ପ୍ରାପ୍ତ ମହିଳା ଅଧିକାରୀଙ୍କୁ ଭାରତୀୟ ସେନାର ସମସ୍ତ ୧୦ ବିଭାଗରେ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି । ୪ ମହିଳା ଅଧିକାରୀଙ୍କୁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ନିୟୋଜିତ କରାଯାଇଛି । ସେହିପରି କ୍ୟାପଟେନ୍ ତାନିଆ ସେରଗିଲ ୨୦୨୦ ଗଣତନ୍ତ୍ର ଦିବସ ପରେଡରେ ପୁରୁଷ ସୈନିକ ଦଳର ନେତୃତ୍ବ ନେଇଥିଲେ ।
ଭାରତ ସରକାର ପକ୍ଷରୁ ପ୍ରକାଶ କରାଯାଇଥିବା ବିବରଣୀ ଅନୁଯାୟୀ ଭାରତୀୟ ସେନାରେ ୬୮୦୭ରୁ ଊର୍ଦ୍ଧ୍ବ ମହିଳା କାମ କରୁଛନ୍ତି । ସେଥିମଧ୍ୟରୁ ଭାରତୀୟ ବାୟୁସେନାରେ ମହିଳା ଅଧିକାରୀଙ୍କ ସଂଖ୍ୟା ୧୬୦୭ । ଯଦି ପୁରୁଷ ଓ ମହିଳା ଅଧିକାରୀଙ୍କ ଅନୁପାତ(RATIO)ର କଥା କହିବା, ତେବେ ସବୁଠାରୁ ଅଧିକ ମହିଳା ଭାରତୀୟ ନୌସେନା(NAVY)ରେ ହିଁ ନିୟୋଜିତ ଅଛନ୍ତି । ନୌସେନାର ପୂର୍ଣ୍ଣ କ୍ଷମତାର ପାଖାପାଖି ୬.୫ ପ୍ରତିଶତ ମହିଳା ହିଁ ଅଛନ୍ତି । ଭାରତୀୟ ତିନି ସେନାରେ ପାଖାପାଖି ୯,୧୧୮ ମହିଳା ଅଧିକାରୀ ଅଛନ୍ତି । ସରକାରଙ୍କ ରିପୋର୍ଟ ଅନୁସାରେ ୨୦୧୯ ବର୍ଷ ତୁଳନାରେ ୨୦୨୦ରେ ମହିଳାଙ୍କ ସଂଖ୍ୟା ଭାରତର ତିନି ସେନାରେ ବୃଦ୍ଧି ପାଇଛି ।
ଭାରତରେ ମହିଳାମାନେ ଯୁଦ୍ଧ ବିମାନ ଉଡାଇବା ସହ, ପାଣି ଭିତରେ ଥିବା ଯୁଦ୍ଧ ଜାହାଜରେ ମଧ୍ୟ ନିଜକୁ ସଶକ୍ତ ବୋଲି ସାବ୍ୟସ୍ତ କରିସାରିଲେଣି । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଶତ୍ରୁଙ୍କୁ ମାତ ଦେଉଛନ୍ତି । କେବଳ ପୁରୁଷ ଅଫିସର୍ସ କାହିଁକି, ମହିଳା ଅଫିସର୍ସଙ୍କୁ ଦେଖିଲେ ଶତ୍ରୁ ପଛଘୁଞ୍ଚା ଦେଉଛି । କେନ୍ଦ୍ରୀୟ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଫିସିଆଲ ଭାବେ ମଞ୍ଜୁରୀ ମିଳିସାରିବା ପରେ ଭାରତୀୟ ସେନାର ସମସ୍ତ ୧୦ ବିଭାଗରେ ଯେମିତିକି ଆର୍ମି ଏୟାର ଡିଫେନ୍ସ(Army Air Defence), ସିଗନାଲ୍ସ(Signals), ଇଞ୍ଜିନିୟର୍ସ(Engineers), ଆର୍ମୀ ଏଭିଏସନ(Army Aviation), ଇଲେକଟ୍ରୋନିକ୍ସ ଆଣ୍ଡ ମେକାନିକାଲ ଇଞ୍ଜିନିୟରିଂ(Electronics and Mechanical Engineering), ଆର୍ମୀ ସର୍ଭିସ କର୍ପ୍ସ(Army Service Crops) ଏବଂ ଇଣ୍ଟେଲିଜେନ୍ସ କର୍ପ୍ସ(Intelligence Crops) ଆଦି ସାମିଲ ଅଛି ।
ଯେଉଁଥିରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ମିଳିପାରିବ । ଏପର୍ଯ୍ୟନ୍ତ ଅଧିକାଂଶ ମହିଳାଙ୍କର ସେନାରେ ଭର୍ତ୍ତି SSC(Short Service Commission) ଅନୁଯାୟୀ ହୋଇଥାଏ, କିନ୍ତୁ ବର୍ତ୍ତମାନ ତାଙ୍କୁ ସ୍ଥାୟୀ କମିଶନ ମିଳିବ । ଏହାର ଅର୍ଥ, ମହିଳା ସୈନ୍ୟ ଅଧିକାରୀଙ୍କୁ ମଧ୍ୟ ପୁରୁଷଙ୍କ ସମାନ ଅନୁଯାୟୀ ସେତେବେଳ ପର୍ଯ୍ୟନ୍ତ ନିଜ ପଦରେ କାର୍ଯ୍ୟକାରୀ ରହିବେ, ଯେତେବେଳ ପର୍ଯ୍ୟନ୍ତ ଅବସର ନେଇ ନାହାଁନ୍ତି ।
ଭାରତୀୟ ସେନାରେ ମହିଳା ଅଫିସର୍ସ:
ମହିଳାଙ୍କୁ ସମାନ ଅବସର ପ୍ରଦାନ କରିବା ପାଇଁ ଭାରତୀୟ ସେନା ତାଙ୍କୁ ମଧ୍ୟ ପୁରୁଷଙ୍କ ଭଳି ସ୍ଥାୟୀ କମିଶନ ଦେବା ପାଇଁ ଘୋଷଣା କରିଛି ।
ନୌସେନା ଉଠାଇଥିଲା ପ୍ରଥମ ପଦକ୍ଷେପ:
ମହିଳା ଅଧିକାରୀଙ୍କୁ ଅଧିକ ଅବସର ପ୍ରଦାନ କରିବା ଦିଗରେ ପ୍ରଥମେ ଭାରତୀୟ ନୌସେନା ପଦକ୍ଷେପ ଗ୍ରହଣ କରିଥିଲା । ନୌସେନାର ଯୁଦ୍ଧ ଜାହାଜରେ ୪ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ୨ ମହିଳା ପର୍ଯ୍ୟବେକ୍ଷକ ଅଧିକାରୀଙ୍କୁ ପ୍ରଥମ ଥର ସେପ୍ଟେମ୍ବର ୨୦୨୦ରେ ସିକିଂଙ୍ଗ ଷ୍ଟ୍ରିମ(Sinking Stream)ରେ ରଖାଯାଇଥିଲା । ପ୍ରଥମ ଥର ମହିଳା ଅଧିକାରୀଙ୍କୁ ଆରପିଏ ଷ୍ଟ୍ରିମ(Rpa Stream)ରେ ରଖାଯାଇଥିଲା । ଜଣେ ମହିଳା ପର୍ଯ୍ୟବେକ୍ଷକ ଅଧିକାରୀଙ୍କୁ ବର୍ଷେ ପାଇଁ ଡୋନିୟର ଏୟାର କ୍ରୁର(Dornier Air Crew)ର ଅଂଶ ଭାବେ ମାଲଦୀପରେ ନିୟୋଜିତ କରାଯାଇଛି । ପ୍ରଥମ ମହିଳା ଅଧିକାରୀଙ୍କୁ ପ୍ରୋଭୋଷ୍ଟ ବିଶେଷଜ୍ଞତା (Provost Expertise)ରେ ସାମିଲ କରାଯାଇଥିଲା ଏବଂ ୨୦ ଜୁଲାଇରେ ଆର୍ଟ ଆର୍ମ୍ସ କୋର୍ସ ପାଇଁ ପ୍ରତିନିଯୁକ୍ତି କରାଯାଇଥିଲା । ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ଏଡିଏ ଓ ମାସ୍କୋରେ ନିଯୁକ୍ତି ଦିଆଯାଇଛି ।
ସଶସ୍ତ୍ର ବଳରେ ଲିଙ୍ଗ ଅନୁପାତ:
ଭାରତର ତିନି ସଶସ୍ତ୍ର ବଳରେ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟା ଏହି ପ୍ରକାରର...
୧) ସ୍ଥଳସେନା(Army)- ମହିଳାଙ୍କ ସଂଖ୍ୟା ୬୮୦୭(୦.୫୬%)