ଓଡିଶା

odisha

ETV Bharat / bharat

ପାଣ୍ତେଜୀ ସ୍ପେଶାଲ ମିଠା ଚ୍ୟାଲେଞ୍ଜ: ଏକା ଥରକେ ଗୋଟିଏ ମିଠା ଖାଇଲେ ମିଳିବ ଏକ ହଜାର ଟଙ୍କା - ଉତ୍ତର ପ୍ରଦେଶ ନ୍ୟୁଜ

ଉତ୍ତର ପ୍ରଦେଶର ଝାନସୀରେ ବିକ୍ରି ହେଉଛି ପାଣ୍ତେଜୀ ସ୍ପେଶାଲ ମିଠା । ବିଦେଶରୁ ଆସୁଛି ବରାଦ । ସ୍ବାଦ ଚାଖିବା ପାଇଁ ଦୋକାନରେ ଜମୁଛି ଭିଡ । ତେବେ ସେ ପାଣ୍ତେଜୀ ସ୍ପେଶାଲ ମିଠା ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଏକା ଥରକେ ଗୋଟିଏ ମିଠା ଖାଇଲେ ମିଳିବ ଏକ ହଜାର ଟଙ୍କା ବୋଲି ଘୋଷଣା କରିଛନ୍ତି ।

ପାଣ୍ତେଜୀ ସ୍ପେଶାଲ ମିଠା : ଶୁଦ୍ଧ ଘିଅ ଓ ଖୁଆରେ ହେଉଛି ପ୍ରସ୍ତୁତ,ବିଦେଶରୁ ଆସୁଛି ଅର୍ଡର
ପାଣ୍ତେଜୀ ସ୍ପେଶାଲ ମିଠା : ଶୁଦ୍ଧ ଘିଅ ଓ ଖୁଆରେ ହେଉଛି ପ୍ରସ୍ତୁତ,ବିଦେଶରୁ ଆସୁଛି ଅର୍ଡର

By

Published : Jul 14, 2022, 9:54 PM IST

ଲକ୍ଷ୍ନୌ: ମିଠା ଦେଖିଲେ ପାଟିରେ ପାଣି ଆସିଯାଏ । ମିଠା କାହାକୁବା ଭଲ ନ ଲାଗେ । ଦେଶର ବିଭିନ୍ନ ସ୍ଥାନରେ ଭଳିକି ଭଳି ଆକାରର ମିଠା ବିକ୍ରି କରାଯାଏ । ହେଲେ ଉତ୍ତର ପ୍ରଦେଶର ଝାନସୀରେ ବିକ୍ରି ହେଉଥିବା ପାଣ୍ତେଜୀ ସ୍ପେଶାଲ ମିଠା ସବୁଠୁ ଭିନ୍ନ । ଏହି ମିଠା ପୁରା ଗୁଲାବଜାମୁନ ଆକାରରେ ଦେଖିବାକୁ ।

କାହିଁକିନା ଏ ସ୍ପେଶାଲ ମିଠା ସମ୍ପୁର୍ଣ୍ଣ ଭାବରେ ଦେଶୀ ଘିଅ ଓ ଖୁଆରେ ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ଏହାର ସ୍ବାଦ ସବୁଠୁ ଅଧିକ ସ୍ବାଦିଷ୍ଟ ଥାଏ । ଆଉ ରସଗୋଲାର ଆକାର ମଧ୍ୟ ଅନ୍ୟ ଦୋକାନର ସ୍ପେଶାଲ ମିଠା ଠାରୁ ବଡ ଥାଏ । ସେଇଥି ପାଇଁ ତ ଦେଶ ବିଦେଶରୁ ମଧ୍ୟ ତାଙ୍କ ପାଖକୁ ଅର୍ଡର ମଧ୍ୟ ଆସିଥାଏ । ତେବେ ସେ ପାଣ୍ତେଜୀ ସ୍ପେଶାଲ ମିଠା ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଏକା ଥରକେ ଗୋଟିଏ ମିଠା ଖାଇଲେ ମିଳିବ ଏକ ହଜାର ଟଙ୍କା ବୋଲି ଘୋଷଣା କରିଛନ୍ତି ।

ଝାନସୀ ଠାରୁ ୨୫ କିଲୋମିଟର ଦୂର ଝାନସୀ ଖଜୁରାଓ ଜାତୀୟ ରାଜପଥ (Jhansi-khajuraho Highway) ବାରୁସାଗର ବସଷ୍ଟାଣ୍ଟ (Baruasagar Bus stand) ନିକଟରେ ଏ ସ୍ପେଶାଲ ମିଠା ଦୋକାନ ରହିଛି । ଏହି ଦୋକାନଟି ଏଠାରେ 1963 ମସିହାରୁ ଏଠାରେ ଆରମ୍ଭ ହୋଇଥିଲା । ଦୋକାନ ମାଲିକ ଜୟ ଶଙ୍କର ପାଣ୍ଡେ କହିଛନ୍ତି ଯେ, ବହୁ ବର୍ଷ ପୂର୍ବେ ତାଙ୍କ ପିତା ଏକ ମିଠା ଦୋକାନ ଏଠାରେ ଖୋଲିଥିଲେ।

ସେତେବେଳେ ଏଠାକାର ଲୋକମାନେ କେବଳ ପେଡା ତିଆରି କରୁଥିଲେ । ବାରୁସାଗରର ପେଡା ମଧ୍ୟ ବହୁତ ପ୍ରସିଦ୍ଧ ଥିଲା । ଲୋକମାନେ ଏହାକୁ ବହୁତ ପସନ୍ଦ କରୁଥିଲେ । କିନ୍ତୁ, ତାଙ୍କ ପିତା କିଛି ନୂଆ କରିବାକୁ ଚିନ୍ତା କରିଥିଲେ । ଆଉ ସେ ଏ ସ୍ପେଶାଲ ମିଠା ତିଆରି କରିବା ଆରମ୍ଭ କରିଥିଲେ । ଯେଉଁଥିରେ କେବଳ ଶୁଦ୍ଧ ଦେଶୀ ଘିଅ ଏବଂ ଖୁଆ ବ୍ୟବହାର କରିଥିଲେ । ଆଉ ଅନ୍ୟ ଦୋକାନୀଙ୍କ ଅପେକ୍ଷା ସ୍ପେଶାଲ ମିଠାକୁ ବଡ ଆକାରରେ ପ୍ରସ୍ତୁତି କରିଥିଲେ । ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ତେବେ, ଏହି ଦୋକାନର ସ୍ପେଶାଲ ମିଠା ଗୁଡିକ ଆକାର ଯେପରି ବଡ ହୋଇଥାଏ । ଓଜନ ମଧ୍ୟ ଠିକ ସେମିତି ଅଧିକ ଥାଏ । ଗୋଟିଏ ମିଠାର ଓଜନ ପ୍ରାୟ 150 ରୁ 200 ଗ୍ରାମ ପର୍ଯ୍ୟନ୍ତ ଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details