ଓଡିଶା

odisha

ETV Bharat / bharat

ନିର୍ଭୟରେ ବାଟ ଚାଲିବେ ଦୃଷ୍ଟିହୀନ, 2 ଛାତ୍ର ଆଣିଲେ ସ୍ବତନ୍ତ୍ର ଗ୍ୟାଜେଟ୍ - Gadget for visually impaired

ଏଥର ନିର୍ଭୟରେ ରାସ୍ତାରେ ଚାଲିବେ ଦୃଷ୍ଟିହୀନ । ନା ରହିବ ବିପଦର ଡର , ନା ନେବାକୁ ପଡିବ କାହାର ସହଯୋଗ । କାରଣ 2 କୁନି ପିଲା ଏଭଳି ଏକ ଜୋତା ଓ ଚଷଣା ଆଣିଛନ୍ତି, ଯାହା ଦୃଷ୍ଟିହୀନକୁ ବାଟ ଚାଲିବାରେ ସହଯୋଗ କରିବ । ଦେଖନ୍ତୁ 2 ଛାତ୍ରଙ୍କ ନୂଆ ଇନୋଭେସନ...

ନିର୍ଭୟରେ ବାଟ ଚାଲିବେ ଦୃଷ୍ଟିହୀନ, 2 ଛାତ୍ର ଆଣିଲେ ସ୍ବତନ୍ତ୍ର ଗ୍ୟାଜେଟ୍
ନିର୍ଭୟରେ ବାଟ ଚାଲିବେ ଦୃଷ୍ଟିହୀନ, 2 ଛାତ୍ର ଆଣିଲେ ସ୍ବତନ୍ତ୍ର ଗ୍ୟାଜେଟ୍

By

Published : Dec 2, 2020, 4:26 PM IST

ଧାନବାଦ: ମଣିଷ 2 ପ୍ରକାରର । ଜଣେ ଭିଡରେ ଚାଲିଥାଏ, ଆଉ ସେହି ଭିଡରେ ପରିଚୟ ହଜାଇଦେଇଥାଏ । ହେଲେ ଅନ୍ୟ ଜଣେ ଭିଡରୁ ଭିନ୍ନ ହୋଇ କିଛି ଏଭଳି ଖାସ କରି ଦେଖାଏ, ଯାହା ତାଙ୍କୁ ସାଧାରଣରୁ କରିଥାଏ ସ୍ବତନ୍ତ୍ର । ଏଭଳି ଭିଡ ଭିତରୁ ଭିନ୍ନ ହୋଇ ସମାଜ ପାଇଁ ସ୍ବତନ୍ତ୍ର ପାଲଟିଛନ୍ତି ଧାନବାଦର ସମ୍ରାଟ ଓ ରଜନୀଶ । ଏମାନେ ତିଆରି କରିଥିବା ଜୋତା ଓ ଚଷମା ଆଜି ଦୃଷ୍ଟିହୀନଙ୍କୁ ବତାଉଛି ନିର୍ଭୟରେ ଚାଲିବାର ବାଟ ।

ନିର୍ଭୟରେ ବାଟ ଚାଲିବେ ଦୃଷ୍ଟିହୀନ, 2 ଛାତ୍ର ଆଣିଲେ ସ୍ବତନ୍ତ୍ର ଗ୍ୟାଜେଟ୍

କଣ ଏହି ଜୋତା ଓ ଚଷମା ? ଚାଲନ୍ତୁ ଜାଣିବା ଏହାର କାହାଣୀ... ଦିନେ ସମ୍ରାଟ ଓ ରଜନୀଶ ସ୍କୁଲରୁ ଘରକୁ ଯାଉଥିଲେ, ସେହି ସମୟରେ ତାଙ୍କ ଆଗକୁ ଜଣେ ବୟୋଜେଷ୍ଠ ବ୍ୟକ୍ତି ଆସି ରାସ୍ତାରେ ପଡିଯାଇଥିଲେ । ଆଉ ଏ ଦୁହେଁ ସେମାନଙ୍କୁ ତଳେ ପଡିବାର କାରଣ ପଚାରିଥିଲେ, ଉତ୍ତରରେ ବ୍ୟକ୍ତି ଜଣଙ୍କ କହିଥିଲେ ଯେ, ସେ ଦେଖିପାରନ୍ତି ନାହିଁ .. ଆଉ ଏହି କଥା ସମ୍ରାଟ ଓ ରଜନୀଶଙ୍କ ହୃଦୟକୁ ବିବ୍ରତ କରିଦେଇଥିଲା, ଯାହାର ପରିମାଣ ସ୍ବରୂପ ସେମାନେ ଦୃଷ୍ଟିହୀନଙ୍କ ପାଇଁ ନିର୍ମାଣ କରିଛନ୍ତି ଏହି ସ୍ପେଶାଲ ଜୋତା ଓ ଚଷମା ।

ଏହି ଜୋତା ଏବଂ ଚଷମା ସ୍ପେଶାଲ, କାରଣ ଏଥିରେ ଲାଗିଥିବା ସେନ୍ସର ଦୃଷ୍ଟିହୀନ ଦିବ୍ୟାଙ୍ଗଙ୍କୁ 3 ମିଟର ପୂର୍ବରୁ ଆଲର୍ଟ କରିଥାଏ କି.. ଆଗକୁ ବିପଦ ରହିଛି । ଏହା ସହଯୋଗରେ ସେମାନେ ବିନା ଦ୍ବନ୍ଦ୍ବରେ ଆରମରେ କୌଣସି ବି ସ୍ଥାନକୁ ଯାଇପାରିବେ ।

ଏଭଳି ସ୍ବତନ୍ତ୍ର ଜୋତା ଓ ଚଷମା ତିଆରି କରାଯାଇଥିବା ଜାଣି ଦୃଷ୍ଟିହୀନ ବ୍ୟକ୍ତିମାନେ ବହୁତ ଖୁସି ପ୍ରକାଶ କରିଛନ୍ତି । ସେମାନଙ୍କ କହିଛନ୍ତି କି ଏହି ଗ୍ୟାଜେଟ୍ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

ରଜନୀଶ ଓ ସମ୍ରାଟଙ୍କ ନଜର ତାହା ଦେଖିପାରିଛି, ଯାହା ଆମର ନଜର ପ୍ରାୟତଃ ଦେଖେ, ଆଉ ଅଣଦେଖା କରି ଆଗକୁ ବଢିଯାଇଥାଏ । ହେଲେ ଏହି 2 ଛାତ୍ର ସେମାନଙ୍କ ଦୁଃଖକୁ ହୃଦବୋଧ କରି ଏଭଳି କମାଲ କରିଛନ୍ତି , ଯେଉଁଥିପାଇଁ ଆଜି ସମସ୍ତେ କରୁଛନ୍ତି ତାଙ୍କୁ ସଲାମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details